Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||

ପ୍ରମୋଦଙ୍କ ପ୍ରେମଲୀଳା ପ୍ରସଙ୍ଗରେ ପୋଲିସ ଏମିତି ଚେପା ହୋଇଯାଇଛି କାହିଁକି ? ଭଆଇରାଲ ହେଲା ନୂଆ ଓଡିଓ…

1/11/2019 at 7:50 PM

କେନ୍ଦ୍ରାପଡା୧|୧୧: ପ୍ରମୋଦଙ୍କ ପ୍ରେମ ଲୀଳାର ଫୋନ ବାର୍ତ୍ତାଳପ ଖୁଲାସା ହେବାର ଦିନ ଯେତେ ଗଡ଼ିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଆଉ ଏତିକି ବେଳେ ନ୍ୟୁଜ ସେଭେନ ହାତକୁ ଲାଗିଛି ଆଉ ଏକ ଅଡିଓ। ଯେଉଁଥିରେ ପ୍ରମୋଦ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଚାମ୍ବରକୁ ଡାକି ଅସଦାଚରଣ କରିବାକୁ ସାହାସ କରିଛନ୍ତି । ଏପରିକି ଚାମ୍ବରରେ ପାଖରେ ବସେଇ ନାନା ପ୍ରକାର ଦ୍ବିଅର୍ଥବୋଧକ ତଥା ନିହାତି ବ୍ୟକ୍ତିଗତ କଥା କହିଛନ୍ତି । ପ୍ରମୋଦ କହୁଛନ୍ତି ତମେ ବାହା ହୋଇ ପଳେଇଲେ ମୋ ମନ ଦୁଃଖ ହେବ।  

ପ୍ରମୋଦ ସଂପୃକ୍ତ ଯୁବତୀଙ୍କୁ ଥରେ ନୁହେଁ ବାରମ୍ବାର ‘କମ୍ ଟୁ ମାଇ ଚାମ୍ବର’ ବୋଲି ଡାକିଛନ୍ତି । ସଂପୃକ୍ତ ମହିଳା କର୍ମଚାରୀ କ୍ରୋଧ ଓ ଅସହାୟତା ଭରା  ଚିଠି କେନ୍ଦ୍ରାପଡା କୋ ଅଫରେଟିଭ୍‌ ସୋସାଇଟ୍ ଲିମିଟେଡ୍‌ର ସଂପାଦକଙ୍କୁ ଲେଖିଥିଲେ । ଯେଉଁଥିରେ ସେ କାକୁତି ମିନତୀ ହୋଇ ସଂପଦାକଙ୍କୁ ପ୍ରଶ୍ନ କରିଛନ୍ତି ମୁଁ ଯଦି ଆପଣଙ୍କ ଝିଅ ହୋଇଥାନ୍ତି ତେବେ ଆପଣ କଣ କରିଥାନ୍ତେ ।  

ନ୍ୟୁଜ୍ ୭ ରେ ଖବର ପ୍ରସାରଣ ପରେ ରାଜନୀତି ଜୋରଦାର ହେବାରେ ଲାଗିଛି। ପ୍ରଶ୍ନ ଉଠୁଛି ପ୍ରମୋଦ କଣ ଏତେ ପାୱାରଫୁଲ୍‌ ଯେ ତାଙ୍କ ଚାପରେ କେନ୍ଦ୍ରାପଡା ପୋଲିସ ଚେପା ହୋଇ ଯାଇଛି ? ବିରୋଧୀଙ୍କ ଅଭିଯୋଗ ପ୍ରମୋଦ ଶାସକ ଦଳର ଲୋକ ହୋଇଥିବାରୁ ତାଙ୍କ ଦେହରେ ହାତ ମାରିବାକୁ ସାହସ କରୁନାହିଁ ପୋଲିସ । ସେପଟେ ବିଜେଡି ମଧ୍ୟ ଏହାକୁ ନେଇ ଚାପକୁ ଆସିଯାଇଛି।  

ୟା ଭିତରେ ପୀଡିତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି । କେନ୍ଦ୍ରାପଡା ପୋଲିସ କେବେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ଚାହିଁ ବସିଛନ୍ତି ରାଜ୍ୟବାସୀ ।

   Related Posts