ବାମ ହାତରେ ହିଁ କାହିଁକି ପିନ୍ଧନ୍ତି ଘଡି ? ଜାଣନ୍ତୁ କାରଣ

Published By : Prameya-News7 Bureau | May 01, 2019 IST

wp:heading {"level":5}
ଘଡି ପିନ୍ଧିବାର ସଉକ ଅନେକଙ୍କ ରହିଛି। ସୁନ୍ଦର ଘଡି ମଧ୍ୟ ବ୍ୟକ୍ତିତ୍ବକୁ ପ୍ରଶଂସନୀୟ କରିଥାଏ । ହେଲେ ପ୍ରାୟ ସମସ୍ତେ ବାମ ହାତ କଚିରେ ଘଡି ପିନ୍ଧନ୍ତି । କିନ୍ତୁ ଏହାର କାରଣ କଣ ହୋଇପାରେ ?  ଆଜି ଆମେ ଏହା ପଛରେ ରହିଥିବା କାରଣ ସମ୍ପର୍କରେ ଏମିତି କିଛି କଥା କହିବୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।
/wp:heading {"id":109340}
wp:heading {"level":5}
ପୂର୍ବରୁ ଲୋକେ ଚେନ ଘଡି ପିନ୍ଧୁଥିଲେ। ଏହା ପୂର୍ବରୁ ଚେନ ଘଡିକୁ ହାତରେ ନପିନ୍ଧି ତାକୁ ପକେଟରେ ରଖୁଥିଲେ। ଆବଶ୍ୟକ ପଡିଲେ ପକୋଟରୁ ଚେନ ଘଡି କାଢି ସମୟ ଦେଖୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହାତରେ ଘଡିପିନ୍ଧିବା ଚଳଣୀ ଆରମ୍ଭ ହୋଇଥିଲା। ଚେନ ବଦଳରେ ବେଣ୍ଡ୍‌ ବ୍ୟବହାର ହେଲା ।
/wp:heading {"id":109341}
wp:heading {"level":5}
ତେବେ ଯେବେଠୁ ଲୋକେ ହାତରେ ଘଡି ପିନ୍ଧିବା ଆରମ୍ଭ କରିଛନ୍ତି ସେବେଠୁ ବାମ ହାତରେ ହିଁ ଘଡି ପିନ୍ଧି ଆସୁଛନ୍ତି । ବାମ ହାତରେ ଘଡି ପିନ୍ଧିବାର ମୁଖ୍ୟ କାରଣ ଏହା ଯେ, ସାଧାରଣତଃ ଡାହାଣ ହାତରେ ଅଧିକ କାମ କରାଯାଏ ଓ ଡାହାଣ ହାତଟି କହିବାକୁ ଗଲେ ସର୍ବଦା ବ୍ୟସ୍ତ ରୁହେ। ଫଳରେ ଡାହାଣ ହାତରେ ସମୟ ଦେଖିବା ଅସୁବିଧା ହେବ ବୋଲି ଲୋକେ ବାମ ହାତରେ ଘଡି ପିନ୍ଧିବା ଠିକ ଭାବିଥିଲେ ଓ ସେୟା ହିଁ କରି ଆସୁଛନ୍ତି । ଏହା ଦ୍ବାରା କାମ ବନ୍ଦ ହେବ ନାହିଁ ଓ ସମୟ ମଧ୍ୟ ଦେଖିହେବ।
/wp:heading {"id":109342}
wp:heading {"level":5}
କିନ୍ତୁ ଆପଣ ଯଦି ସଚେତନ ଭାବେ କେବେ ଲକ୍ଷ୍ୟ କରିଥିବେ ତାହେଲେ ଏହା ନିଶ୍ଚୟ ଦେଖିଥିବେ ଯେ, ଯେଉଁ ଲୋକଙ୍କୁ ବାମ ହାତରେ ଅଧିକ କାମ କରିବାକୁ ପଡିଥାଏ ସେମାନେ ଡାହାଣ ହାତରେ ଘଣ୍ଟା ପିନ୍ଧିଥାନ୍ତି । ଉଦାହରଣ ସ୍ବରୂପ ଗାଡି ଚାଳକମାନେ ସାଧାରଣତଃ ଡାହାଣ ହାତରେ ଘଡି ପିନ୍ଧିଥାନ୍ତି । କାରଣ ଗାଡି ଚାଳନା କ୍ଷେତ୍ରରେ ଡାହାଣ ହାତ ଅପେକ୍ଷା ବାମ ହାତ ବେଶୀ କାମରେ ଲାଗିଥାଏ । ଗାଡିଚାଳକଙ୍କ ବାମ ହାତ ସର୍ବଦା ଗିଅର ଉପରେ ରହିଥାଏ । ସମୟ ଦେଖିବା ପାଇଁ ଚାଳକ ବାମ ହାତକୁ ଗିଅରରୁ ହଟାଇବାକୁ ପଡିବ । ତେଣୁ ଡାହାଣ ହାତରେ ଘଡି ପିନ୍ଧିଲେ ଚାଳକମାନେ ସହଜରେ ସମୟ ଦେଖିପାରିବେ ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.