ପାକିସ୍ତାନର ମହିଳା ପୋଲିସ ଅଧିକାରୀ ହିନା ମୁନବର ଏତେ ଚର୍ଚ୍ଚାରେ କାହିଁକି ଅଛନ୍ତି, ଜାଣନ୍ତୁ…

Published By : Prameya-News7 Bureau | October 30, 2019 IST

ପାକିସ୍ତାନର ସ୍ବାତ ଜିଲ୍ଲାରେ ପ୍ରଥମ ଥର ପାଇଁ ହିନା ମୁନବର ନାମକ ଜଣେ ମହିଳାଙ୍କୁ ଫ୍ରଣ୍ଟିୟରରେ ଜିଲ୍ଲାଅଧିକାରୀ ଭାବେ ନିଯୁକ୍ତି କରାଯାଇଛି। ହିନାଙ୍କ କହିବା  ଅନୁସାରେ ମହିଳା ହୋଇ ମଧ୍ୟ ସୀମାନ୍ତ ଜିଲ୍ଲାରେ କାମ କରିବାରେ ତାଙ୍କର କୌଣସି ଅସୁବିଧା ହୁଏନାହିଁ। ଫିଲ୍ଡରେ ହଉ ବା ଅଫିସରେ ତାଙ୍କୁ ସବୁଠି କାମ କରିବାକୁ ଭଲ ଲାଗେ। ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଫୈସଲାବାଦରେ ହିନା ଏହି ନିଯୁକ୍ତି ପାଇଥିବାରୁ ବେଶ ଗର୍ବ ଅନୁଭବ କରନ୍ତି। କାରଣ ସେ ନିଜ ଜିଲ୍ଲା ପାଇଁ କିଛି କରିବାକୁ ଚାହାନ୍ତି।

ହିନା ନିଜ ଏମ୍‌ଫିଲ ପଢା ସାରିବା ପରେ ସିଏସଏସର ପରୀକ୍ଷା ଦେଇଥିଲେ। ପରୀକ୍ଷା ପାସ କରିବା ପରେ ସେ ପୋଲିସ ସେବାକୁ ପ୍ରାଥମିକତା ଦେଇଥିଲେ। ଏଥିପାଇଁ ପାକିସ୍ତାନ ପୋଲିସ ସେବା (ପିପିଏସ) ରେ ତାଙ୍କୁ ଅଧିକାରୀ ଭାବେ ନିଯୁକ୍ତି ମିଳିଲା। ହିନା ବହୁତ ଖୁସି କାରଣ ସେ ତାଙ୍କ ଜିଲ୍ଲାର ପ୍ରଥମ ମହିଳା ଅଧିକାରୀ ଯିଏ ପିପିଏସରେ ସଫଳତା ହାସଲ କରିଛନ୍ତି।

{"id":176785}

ହିନା ଗଣ ମାଧ୍ୟମକୁ କହିଛନ୍ତି ଯେ, ଜଣେ ମହିଳା ଭାବେ ତାଙ୍କୁ ଏହି ଭୂମିକାରେ କୌଣସି କଷ୍ଟର ସାମ୍ନା କରିବାକୁ ପଡିନାହିଁ। ସେ ଏହି କ୍ଷେତ୍ରରେ ନିଜ ଖୁସି ଓ ଇଚ୍ଛା ସହ ଆସିଛନ୍ତି। ସେ ନିଜ ଦ୍ବାୟିତ୍ବକୁ ଭଲ ଭାବେ ପୁରଣ କରିବେ ବୋଲି କହିଛନ୍ତି। ସ୍ବାତର ସ୍ଥିତିରେ ସେ ସୁଧାର ଆଣିବେ ବୋଲି ଆଶା କରୁଛନ୍ତି।

ହିନା ବିବାହିତା ଓ ଏକ ସନ୍ତାନର ମାଆ। ସେ କହିଛନ୍ତି ଯେ, ଏଫସିରେ କୌଣସି ମହିଳା ଅଧିକାରୀ ନାହାନ୍ତି ହେଲେ ଏବେ ମହିଳା ଅଧିକାରୀଙ୍କ ସଂଖ୍ୟା ବଢିଲାଣି। ଇଂରେଜ ରାଜ କରୁଥିବା ସମୟରେ ସେ କାମ କରୁଥିବା ବିଭାଗର ଅଧିକାରୀଙ୍କ କାମ ଥିଲା ସୀମା ରକ୍ଷା କରିବା। ହେଲେ ଏବେ ଏହି ଅଧିକାରୀମାନେ ସୀମା ରକ୍ଷା କରିବା ସହ ଅନ୍ୟାନ୍ୟ ଜିନିଷରେ ମଧ୍ୟ ଧ୍ୟାନ ଦେଉଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.