୩୦ ବର୍ଷ ତଳର ମାମଲା, ପାକିସ୍ତାନର ମିଡିଆ ମୋଗଲଙ୍କୁ ଏବେ କଣ ପାଇଁ କରାଗଲା ଗିରଫ ?

Published By : Prameya-News7 Bureau | March 14, 2020 IST

ଇସଲାମାବାଦ ୧୪।୦୩: ପାକିସ୍ତାନର ଏକ ଶୀର୍ଷ ମିଡିଆ ସଂସ୍ଥାର ମାଲିକଙ୍କୁ ପ୍ରାୟ ୩୦ ବର୍ଷ ପୂର୍ବେ ବେଆଇନ ଭାବେ ସରକାରୀ ଜମି ହଡପ କରିବା ଆରୋପରେ ଗିରଫ କରାଯାଇଛି। ଗିରଫ ମାଲିକଙ୍କ ନାମ ମୀର ଶକିଲଉର ରେହମାନ। ସେ ପାକିସ୍ତାନର ଜଙ୍ଗ ମିଡିଆ ଗ୍ରୁପର ଏଡିଟର ଇନ ଚିଫ। ଏହି ଗ୍ରୁପର କିଛି ଖବରକାଗଜ ପାକିସ୍ତାନରେ ବହୁତ ଲୋକପ୍ରିୟ ଏବଂ ଜିଓ ଟିଭି ନେଟ୍‌ଓ୍ଵର୍କ ମଧ୍ୟ ଏହି ଗ୍ରୁପର ଅଂଶ।

ଗିରଫଦାରୀକୁ ସାମ୍ବାଦିକ ଓ ମାନବାଧିକାର କର୍ମୀ ଏହି ନଜରରେ ଦେଖୁଛନ୍ତି ଯେମିତି ସ୍ଵତନ୍ତ୍ର ଗଣମାଧ୍ୟମ ଓ ରାଜନୈତିକ ଅସହମତ ରଖୁଥିବାଙ୍କୁ ସରକାର ଦବାଇବାକୁ ଚେଷ୍ଟା କରୁଛନ୍ତି। ଶୁକ୍ରବାର ମୀର ଶକିଲଉରଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସେ ନିଜ ଉପରେ ଲାଗିଥିବା ଆରୋପକୁ ଭିତ୍ତିହୀନ କହିଥିଲେ। ଅଦାଲତ ତାଙ୍କୁ ପୋଲିସ ଜାଜତକୁ ପଠାଇ ଦେଇଛି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ଉପରେ ଆରୋପ ସିଦ୍ଧ ହୋଇ ନାହିଁ।

କଣ ଆରୋପ ?

ମୀର ଶକିଲଉର ରେହମାନଙ୍କ ଉପରେ ଆରୋପ ହୋଇଛି ଯେ, ସେ ୧୯୮୬ରେ ଲାହୋରରେ ବେଆଇନ ଭାବେ ଅନେକ ଜମି କିଣିଥିଲେ। ପାକିସ୍ତାନର ନିର୍ବାଚନ ନିବାରଣ ଏଜେନ୍ସି(NAB)ର କହିବା କଥା ସେହି ବର୍ଷ ଯେବେ ନଓ୍ଵାଜ ସରିଫ ପ୍ରାନ୍ତର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ସେ ରେହମାନଙ୍କୁ ନିର୍ଦ୍ଧାରିତ ସୀମାରୁ ଅଧିକ ସରକାରୀ ଜମି ନେବାକୁ ବେଆଇନ ଅନୁମତି ଦେଇଥିଲେ।

ଡନ ଖବରକାଗଜ ଏନଏବିର ଅଧିକାରୀଙ୍କ ସୂତ୍ରରୁ ଲେଖିଛି ଯେ, ଲାହୋର ଡେଭଲପମେଣ୍ଟ ଅଥରିଟି ଜମି କ୍ଷମା ଯୋଜନା ଆଧାରରେ ତାଙ୍କୁ ମାତ୍ର ଚାରି ଏକର ଜମିବାର ଥିଲା ମାତ୍ର ତାଙ୍କୁ ୧୩ ଏକରରୁ ଅଧିକ ଜମି ମିଳିଥିଲା। ଏନଏବିର କହିବା କଥା ଏହା ବେଆଇନ ଅଟେ ଓ ରାଜନୈତିକ ଲାଞ୍ଚ ନେବା ପରି ହୋଇଛି।

କାର୍ଯ୍ୟାନୁଷ୍ଠାନ ନେଇ ଉଠିଲା ପ୍ରଶ୍ନ ?

ଏହି ମାମଲାର ବୈଧାନିକତାକୁ ନେଇ ଯେତିକି ପ୍ରଶ୍ନ ଉଠୁଛି, ସେମିତି ଏନଏବିର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ସେତିକି ପ୍ରଶ୍ନ ଉଠୁଛି କାରଣ ତଦନ୍ତ ସଂସ୍ଥା ସଚ୍ଚୋଟତାର ସହ ନିଜର ଦାୟିତ୍ଵ ନିର୍ବାହ କରି ନାହିଁ। ଏହି ଏଜେନ୍ସି ସର୍ବଦା ସେହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେଇଛି, ଯିଏ ସରକାରଙ୍କ ନୀତି ଉପରେ ପ୍ରଶ୍ନ କରି ଆସିଛନ୍ତି।

ପାକିସ୍ତାନର ମାନବାଧିକାର ଆୟୋଗ(HRPC) ଏହି ଗିରଫଦାରୀ ନେଇ ଚିନ୍ତା ବ୍ୟକ୍ତ କରିଛି। ଏକ ଟୁଇଟ୍ କରି ଏଚଆରପିସି କହିଛି ଯେ, ଏହା ସନ୍ଦେଶ ଦେଉଛି ଯେ ଏନଏବିର ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ପ୍ରେରିତ, ଏକତରଫା ରହିଛି। ସାମ୍ବାଦିକଙ୍କ ସ୍ଵତନ୍ତ୍ରତାକୁ ଦବାଇବାକୁ ପ୍ରୟାସ କରାଯାଉଛି।

ପାକିସ୍ତାନର ବ୍ରଡକାଷ୍ଟ ଆସୋସିଏସନ(PBA) କହିଛି ଯେ, ଯେବେ ଏହି ମାମଲାର ଯାଞ୍ଚ ଜାରି ରହିଛି ସେମାନଙ୍କ ମଧ୍ୟରେ ଏକ ମିଡିଆ ହାଉସ୍‌ର ଏଡିଟର ଇନ ଚିଫଙ୍କୁ ଗିରଫ କରିବା, ଏମିତି ଲାଗୁଛି ଏହା ଉତ୍ପୀଡନ କରିବାକୁ ପ୍ରୟାସ। ରହମାନଙ୍କ ଝିଅ ଅନାମତା ଏହି ଗିରଫଦାରୀକୁ ଏନଏବିର ନିୟମ ବିରୋଧୀ ଅଟେ।

ଜଙ୍ଗ ଗ୍ରୁପ ପାକିସ୍ତାନର ସବୁଠୁ ବଡ ମିଡିଆ ହାଉସ୍। ଦେଶର ଅନ୍ୟ କୌଣସି ମିଡିଆ ହାଉସ୍ ଅପେକ୍ଷା ସମଗ୍ର ଦେଶରେ ଏହାର ରିପୋର୍ଟରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ପାକିସ୍ତାନ ମିଡିଆ ସଂସ୍ଥା ମଧ୍ୟରେ ବଢୁଥିବା ପ୍ରତିଯୋଗିତା ସମୟରେ ଜଙ୍ଗ ଗ୍ରୁପ ଶୀର୍ଷରେ ରହିବା ତାର ମାଲିକଙ୍କୁ ଗିରଫ ପଛରେ ଏକ କାରଣ ହୋଇପାରେ।

ପାକିସ୍ତାନରେ କେତେ ସ୍ଵାଧୀନ ରହିଛି ଗଣମାଧ୍ୟମ ?

ପ୍ରେସ୍ ଫ୍ରିଡମ ଇଣ୍ଡେକ୍ସରେ ପାକିସ୍ତାନର ନାମ ବହୁତ ତଳେ ରହିଛି। ପାକ୍ ମିଡିଆ ଉପରେ ଅଧିକ ପ୍ରତିବନ୍ଧକର ସମୟ ତେବେ ଆରମ୍ଭ ହେଲା ଯେବେ ୨୦୧୮ରେ ସେନା ଉପରେ ଆରୋପ ଲାଗିଲା ଯେ, ସାଧାରଣ ନିର୍ବାଚନରେ ଜାଲିଆତି କରି ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇଙ୍କୁ କ୍ଷମତାକୁ ଆଣିବାକୁ ଚାହୁଁଛି। ମାତ୍ର ଗଣମାଧ୍ୟମର ସ୍ଵରକୁ ଦବାଇବାର କାମ ବହୁତ ପୂର୍ବରୁ ଚାଲି ଆସିଛି। ୨୦୧୪ରେ ଜିଓ ଟକ ସୋର ଉପସ୍ଥାପକ ହାମିଦ ମୀରଙ୍କକୁ ଗୁଳି କରାଯାଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.