Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶରୀର ପାଇଁ ଓମେଗା-୩ ଫେଟି ଏସିଡ୍ କାହିଁକି ଜରୁରୀ : ଜାଣନ୍ତୁ ଓମେଗା-୩ ଅଭାବରେ କଣ ହୁଏ ସମସ୍ୟା

14/07/2021 at 8:01 PM

ଭୁବନେଶ୍ୱର ୧୪/୦୭ : ଶରୀରକୁ ସୁସ୍ଥ ରଖିବାକୁ ଓମେଗା-୩ ଫେଟି ଏସିଡ ବହୁତ ଜରୁରୀ। ଓମେଗା-୩ ଫେଟି ଏସିଡ ହାର୍ଟ, କ୍ୟାନ୍ସର ସେଲ୍ସକୁ ରୋକିବା ଏବଂ କଗନିଟିଭ ଫଙ୍କସନ ପାଇଁ ଜରୁରୀ। ସେଥିପାଇଁ ନିଜ ଡାଏଟରେ ଓମେଗା-୩ ଫେଟି ଏସିଡ ସାମିଲ କରିବା ଉଚିତ। ଶରୀର ପାଇଁ ଜରୁରୀ ପୋଷାକ ତତ୍ତ୍ୱରେ ଓମେଗା-୩ ଫେଟି ଏସିଡ ମଧ୍ୟ ସାମିଲ ଅଛି। ଶରୀରରେ ଏହାର ଅଭାବ ଥିଲେ ଅନେକ ପ୍ରକାର ସମସ୍ୟା ହୋଇପାରେ।
ଓମେଗା-୩ ଫେଟି ଏସିଡ କଣ ?
ସବୁଠାରୁ ପ୍ରଥମେ ଏହା ଜାଣିବା ଜରୁରୀ ଯେ ଓମେଗା-୩ ଫେଟି ଏସିଡ କଣ। ଏହା ଏକ ପଲିଅନସାଚ୍ୟୁରେଟେଡ଼ ଫେଟି ଏସିଡର ଗ୍ରୁପ ଯାହା ବଡି ଫଙ୍କସନ ପାଇଁ ଆବଶ୍ୟକ। ଓମେଗା-୩ ଫେଟି ଏସିଡ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ସେବନ ଦ୍ୱାରା ହାର୍ଟ, ରକ୍ତ ବାହିକା, ଫୁସଫୁସ ଓ ପ୍ରତିରୋଧକ କ୍ଷମତା ସଠିକ ଭାବେ କାମ କରିଥାଏ।
ଓମେଗା-୩ ଫେଟି ଏସିଡ୍ କାହିଁକି ଆବଶ୍ୟକ ?
ଯଦି ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଓମେଗା-୩ ଫେଟି ଏସିଡ ରହିଛି ତାହେଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ।
୧. ଏହା ହାର୍ଟକୁ ସୁସ୍ଥ ରଖିଥାଏ
୨. ରକ୍ତ ବାହିକାରେ ହେଉଥିବା ସୁଜନ କମ ହୋଇଥାଏ
୩. ଓମେଗା-୩ ମହିଳାଙ୍କ ପାଇଁ ଜରୁରୀ। ଏହାଦ୍ୱାରା ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଆରାମ ମିଳିଥାଏ
୪. ଓମେଗା-୩ ଫେଟି ଏସିଡରୁ ଅଷ୍ଟିଓ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ଆଶଙ୍କା କମ ହୋଇଥାଏ
୫. ବ୍ରେନର କେମିକାଲ ବାଲାନ୍ସରେ ରଖିବାକୁ, ସ୍ମରଣ ଶକ୍ତି, ମୁଡ଼ ଓ ବୁଦ୍ଧି ପାଇଁ ଓମେଗା-୩ ଫେଟି ଏସିଡ ସେବନ କରିବା ଜରୁରୀ
ଓମେଗା-୩ ଫେଟି ଏସିଡ ଅଭାବର ଲକ୍ଷଣ:
୧. ତ୍ୱଚାର ଋଖାପଣ – ତ୍ୱଚାକୁ ହାଇଡ୍ରେଟେଡ଼ ରଖିବାକୁ ଓମେଗା-୩ ଫେଟି ଏସିଡ ବହୁତ ଜରୁରୀ। ଏହା ସ୍କିନ ବଲରେ ରହିଥାଏ। ଓମେଗା-୩ ଅଭାବ ହେଲେ ତ୍ୱଚା ରୁଖା ହୋଇଯାଇଥାଏ।
୨. ନଖ ଭାଙ୍ଗିଯିବା – କିଛି ଲୋକଙ୍କ ନଖ ବହୁତ ପତଳା ଓ ନରମ ଥାଏ। ଯେଉଁଥିପାଇଁ ଶୀଘ୍ର ଭାଙ୍ଗିଯାଏ। ନଖ ଭାଙ୍ଗିଯିବା ଶରୀରରେ ଓମେଗା-୩ ଫେଟି ଏସିଡ ଅଭାବର ସଂକେତ। ଏଭଳି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
୩. ନିଦ ଅଭାବ – ଯଦି ଆପଣଙ୍କୁ ସବୁବେଳେ ଥକାପଣ ଏବଂ ଦୁର୍ବଳ ଅନୁଭୂତ ହେଉଛି ତାହେଲେ ଶରୀରରେ ଓମେଗା-୩ ଫେଟି ଏସିଡ ଅଭାବ ହୋଇପାରେ। ଏଥିପାଇଁ ଭଲ ନିଦ ମଧ୍ୟ ହୋଇନଥାଏ। ଏକ ରିସର୍ଚ୍ଚରେ ଜଣାପଡିଛି ଯେ ଯେଉଁମାନଙ୍କ ଶରୀରରେ ଓମେଗା-୩ ଠିକ ମାତ୍ରାରେ ଥାଏ ସେମାନଙ୍କୁ ଭଲ ନିଦ ହୋଇଥାଏ।
୪. ଫୋକସରେ ଅଭାବ – ଓମେଗା-୩ ଫେଟି ଏସିଡ ଅଭାବ ହେଲେ ବ୍ୟକ୍ତି କୌଣସି କାମରେ ଫୋକସ କରିପାରିନଥାଏ। ଓମେଗା-୩ ଫେଟି ଏସିଡ ଅଭାବ ହେଲେ ଏକାଗ୍ରତା ଅଭାବ ହୋଇଥାଏ।
ଏହିସବୁ ଜିନିଷରେ ରହିଛି ଓମେଗା-୩ ଫେଟି ଏସିଡ
ଅଖରୋଟ, କ୍ଷୀର, ଚିଆ ସିଡ୍ସ, ଅଣ୍ଡା, ଫ୍ଲାକ୍ସ ସିଡ୍ସ, ସାଲମନ ମାଛ, କେନୋଲା ଅଏଲ, ଟୁନା ମାଛ, ସି ଫୁଡ୍, ରାଜମା, ଚିକେନ, ସୋୟାବିନ ତେଲ ଆଦିରେ ଭରପୁର ମାତ୍ରାରେ ରହିଛି ଓମେଗା-୩ ଫେଟି ଏସିଡ।

   Related Posts