Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କାହିଁକି ଉତ୍ତର ଦିଗରେ ମୁଣ୍ଡ ରଖି ଶୋଇବା ଅନୁଚିତ୍ : ଜାଣନ୍ତୁ

14/11/2019 at 4:06 PM

ସୁସ୍ଥ ରହିବା ପାଇଁ ନିଦ ନିହାତି ଜରୁରୀ। ପର୍ଯ୍ୟାପ୍ତ ନିଦ ନା କେବଳ ମସ୍ତିଷ୍କକୁ ସୁସ୍ଥ ରଖିଥାଏ ବରଂ ଶରୀରକୁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ। ଆମକୁ ହାରାହାରି ପ୍ରତିଦିନ ୭-୮ଘଣ୍ଟା ଶୋଇବା ଉଚିତ। କେବଳ ଶୋଇବା ସମୟ ନୁହେଁ ବରଂ ଶୋଇବାର ଭଙ୍ଗୀ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ। ଭାରତୀୟ ପରିବାରରେ ଶୋଇବାର ଦିଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ। ଅଧିକାଂଶ ଘରର ବୟସ୍କ ବ୍ୟକ୍ତିମାନେ କହିଥାଆନ୍ତି ଯେ ଦକ୍ଷିଣ ଦିଗରେ ଗୋଡ଼ ନ କରି ଶୋଇବା ଅନୁଚିତ୍। ଆୟୁର୍ବେଦରେ ମଧ୍ୟ ଏହା ବିଷୟରେ କୁହାଯାଇଛି।

ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ମୁଣ୍ଡ କରି ଶୋଇବା ଅନୁଚିତ୍। ଏହା ପଛରେ ଏକ ଉଚିତ୍ କାରଣ ମଧ୍ୟ କୁହାଯାଇଛି। ବିଜ୍ଞାନର ସିଦ୍ଧାନ୍ତ ଆଧାରରେ ଏହା ଠିକ୍ ସାବ୍ୟସ୍ତ ହୋଇଥାଏ। ପ୍ରକୃତରେ ସୌରମଣ୍ଡଳର ଚୁମ୍ବକୀୟ ତରଙ୍ଗ,ଦକ୍ଷିଣରୁ ଉତ୍ତର ଦିଗ ଆଡ଼କୁ ଗମନ କରିଥାଏ। ଆମେ ଯେତେବେଳେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥାଉ, ସେତେବେଳେ ଏହି ତରଙ୍ଗ ମୁଣ୍ଡରୁ ଗୋଡ଼ ଆଡ଼କୁ ଅତିକ୍ରମ କରିଥାଏ। ଏହି ପ୍ରକ୍ରିୟା ପାଚନ ତନ୍ତ୍ର ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। କିନ୍ତୁ ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗରେ ଗୋଡ଼ କରି ଶୋଇଥାଏ ତେବେ ଏହି ତରଙ୍ଗର ବିପରୀତ ପ୍ରଭାବ ପଡ଼ିଥାଏ।

ଦକ୍ଷିଣ ଦିଗରେ ଗୋଡ଼ କରି ଶୋଇଲେ ରକ୍ତଚାପ ବଢ଼ିଥାଏ। ଉତ୍ତର ଦିଗରେ ମୁଣ୍ଡ ରଖି ଶୋଇଲେ ଏହା ନିଦ୍ରାକୁ ପ୍ରଭାବିତ କରିଥାଏ। ଦକ୍ଷିଣ ଦିଗରେ ଗୋଡ଼ ରଖି ଶୋଇଲେ ଖରାପ ସ୍ବପ୍ନ ଆସିଥାଏ। ଏଥିପାଇଁ ଯଦି ଆପଣ ଶାନ୍ତ ଏବଂ ଗଭୀର ନିଦ ଶୋଇବାକୁ ଚାହୁଁଛନ୍ତି, ତେବେ ଦକ୍ଷିଣ ଦିଗରେ ଗୋଡ଼ କରି ଶୁଅନ୍ତୁ ନାହିଁ।

   Related Posts