Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହାଇକୋର୍ଟଙ୍କ ସରକାରଙ୍କୁ ପ୍ରଶ୍ନ- ଟେଲିଭିଜନ ମିଡିଆକୁ ନିୟନ୍ତ୍ରଣ ପାଇଁ କ’ଣ ବୈଧାନିକ ପଦ୍ଧତି ? ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ଭଳି ଟେଲିଭିଜନ ପାଇଁ କିଛି ନିୟନ୍ତ୍ରକ କାହିଁକି ନାହିଁ

13/10/2020 at 8:35 PM

ମୁମ୍ବାଇ ୧୩।୧୦:  ବମ୍ବେ ହାଇକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପ୍ରେସ୍ କାଉନସିଲ୍‌ ଅଫ ଇଣ୍ଡିଆ ଯେପରି ଦେଶରେ ଛାପା ଗଣମାଧ୍ୟମକୁ ନିୟନ୍ତ୍ରିତ କରୁଛି ଠିକ୍ ସେମିତି ବୈଦ୍ୟୁତିକ ଗଣମାଧ୍ୟମ ପାଇଁ କିଛି ବୈଧାନିକ ପଦ୍ଧତି ଅଛି ନା ନାହିଁ।

ମିଡିଆ ଟ୍ରାଏଲ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଉଲ୍ଲେଖ କରି କୋର୍ଟ କହିଛନ୍ତି ଏହି ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଅନେକ ଆଦେଶ ପାରିତ ହୋଇଛି, କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ଗିରିଶ ଏସ କୁଲକର୍ଣ୍ଣୀଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପଚାରିନ୍ତି ଯେ,  ପ୍ରସାରଣକାରୀଙ୍କ ପାଇଁ କିଛି  ବୈଧାନିକ ତନ୍ତ୍ର ରହିଛି କି ? ଯେମିତି ଛାପା ଗଣମାଧ୍ୟମ ପାଇଁ ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ରହିଛି, ସେମିତି କଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ କରାଯାଇ ନାହିଁ ? ସେମାନଙ୍କୁ କାହିଁକି ଖୋଲା ଛାଡି ଦିଆଯାଇଛି।

ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହ ସରକାରଙ୍କ ପକ୍ଷରୁ ଉପସ୍ଥିତ ହୋଇ ଅଦାଲତରେ କହିଛନ୍ତି, ଏମିତି ନାହିଁ ଯେ ସରକାର କିଛି କରୁନାହାନ୍ତି। ଚ୍ୟାନେଲ ବିରୋଧରେ ଆସୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହା ସୁନିଶ୍ଚିତ କରାଯାଉଛି ଯେ ଗଣମାଧ୍ୟମ ସ୍ଵତନ୍ତ୍ରରେ ରହୁ। ଅନ୍ତତଃ ସରକାର ସବୁ କିଛି ନିୟନ୍ତ୍ରିତ କରି ପାରିବ ନାହିଁ। ଗଣମାଧ୍ୟମକୁ ସ୍ଵାଧୀନତା ଓ ତାର ଅଧିକାର ମଧ୍ୟ ରହିଛି।

କେନ୍ଦ୍ର ଓ ପ୍ରସାରଣକାରୀ ସଂଘଠୁ ଜବାବ ମାଗି ଅଦାଲତ ବୁଧବାର ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି। ଖଣ୍ଡପୀଠ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଯାଞ୍ଚରେ ମିଡିଆ କଭରେଜ୍ ସମ୍ବନ୍ଧିତ ଅନେକ ଜନସ୍ଵାର୍ଥ ମାମଲାରେ ଶୁଣାଣି କରୁଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ନିଲେଶ ନବଲଖା, ମହିବୁବ୍ ଡି ଶେଖ ଓ ସୁଭାଷ ଚନ୍ଦ୍ର ଚବା, ବରିଷ୍ଠ ଓକିଲ ଦେବଦତ୍ତ କାମତଙ୍କ ସହିତ ଆଡଭୋକେଟ୍ ରାଜେଶ ଇମାନଦାର ଓ ଶାଶ୍ଵତ ଆନନ୍ଦ ସାମିଲ। ଜନସ୍ଵାର୍ଥ ମାମଲାରେ କୁହାଯାଇଛି ଯେ, ଟିଭି ଚ୍ୟାନେଲ ଦ୍ଵାରା ହେଉଥିବା ରିପୋର୍ଟିଂରେ ସିବିଆଇ ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି।

ଅଦାଲତ ମହାରାଷ୍ଟ୍ରର ଆଠ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲାର ମଧ୍ୟ ବିଚାର କରୁଛି। ଏହି ସବୁ ଯାଚିକା ମିଡିଆ ଟ୍ରାଏଲ ଉପରେ ପ୍ରତିବନ୍ଧ ଲଗାଇବା ଦାବି କରି ଦାଖଲ କରାଯାଇଛି।  

   Related Posts