Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୁଜାଫରପୁର ସ୍କାଣ୍ଡାଲରେ ଦଳକୁ ବଦନାମ କରିଥିବା ପଦବୀ ହରାଇଥିବା, ପୂର୍ବତନ ମନ୍ତ୍ରୀଙ୍କୁ କାହିଁକି ଟିକେଟ୍ ଦେଲେ ନୀତିଶ କୁମାର ? କେଉଁଥି ପାଇଁ ହେଲେ ବାଧ୍ୟ

9/10/2020 at 4:29 PM

ପାଟନା ୦୯।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ତରଫରୁ ଅଙ୍କକଷା ଆମ୍ଭ ହୋଇ ଯାଇଛି। ବିଭିନ୍ନ ଦଳରେ ଚାଲିଛି ଟିକେଟ୍ ବଣ୍ଟା ପର୍ବ। ଶାସକ ମେଣ୍ଟ ଜେଡିୟୁ ଓ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ହେଲେ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଟିକେଟ୍ ମିଳିବା ଚର୍ଚ୍ଚାର ବିଷୟ ହୋଇଛି। ମଞ୍ଜୁ ବର୍ମାଙ୍କୁ ମୁଜାଫରପୁର ସେକ୍ସ ସ୍କାଣ୍ଡାଲରେ ପାଞ୍ଚ ମାସ  ଜେଲ୍‌ରେ ରହିବାକୁ ପଡିଥିଲା। ଏହି କାରଣରୁ ପାର୍ଟିକୁ ବଦନାମ ହେବାକୁ ପଡିଥିଲା। ଏହା ସତ୍ଵେ ନୀତିଶଙ୍କ ଜେଡିୟୁ ଦଳ ତାଙ୍କୁ ଟିକେଟ୍ ପ୍ରଦାନ କରିଛି। ଏଥିରୁ ଜଣା ପଡିଛି ରାଜନୀତିରେ ସବୁ କିଛି ମାଫ୍  ହୁଏ। ତାଙ୍କୁ ଟିକେଟ୍ ଦେବା ପଛରେ ମଧ୍ୟ କାରଣ ରହିଛି।

୨୦୧୮ରେ ମୁଜଫରପୁର ଯୌନ କେଳେଙ୍କାରୀ ମାମଲାରେ ମଞ୍ଜୁ ବର୍ମାଙ୍କୁ ନିଜର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିଲେ। ମୁଜଫରପୁର ସେଲଟର ହୋମ ଯୌନ କେଳେଙ୍କାରୀ ମାମଲାରେ ୩୪ ଜଣ ବାଳିକାଙ୍କୁ ଯୌନ ଶୋଷଣା କରାଯାଇଥିଲା। ଏହି ଆଶ୍ରୟ ଗୃହ ତାଙ୍କ ବିଭାଗର ତତ୍ଵାବଧାନରେ ଥିଲା। ସ୍ଥାନୀୟ ସମାଚାର ପତ୍ରର ମାଲିକ ବ୍ରଜେଶ ଠାକୁର ଏହି ଆଶ୍ରୟ ଗୃହ ସଞ୍ଚାଳନ କରୁଥିଲେ। ମନ୍ତ୍ରୀଙ୍କ ସ୍ଵାମୀ ଚନ୍ଦ୍ରଶେଖର ବର୍ମା ଏହି ଆଶ୍ରୟ ଗୃହକୁ ଯିବା ଆସିବା କରୁଥିଲେ।

ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ନୀତିଶ କୁମାର ମଞ୍ଜୁ ବର୍ମାଙ୍କୁ ବେଗୁସରାୟର ବରିଆରପୁର ଆସନରୁ ପ୍ରାର୍ଥୀ କରିଛନ୍ତି। ଏହି ଆସନରୁ ବର୍ମା ଦୁଇ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି। ସେ କୁଶଓ୍ଵାହା ସଂପ୍ରଦାୟରୁ ଆସିଛନ୍ତି। ଏହି ସଂପ୍ରଦାୟରୁ ତାଙ୍କ ବଡ ଭୋଟ୍ ବ୍ୟାଙ୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ନୀତିଶ ବର୍ମାଙ୍କୁ ଏହି ସବୁ ଘଟଣା ପରେ ମଧ୍ୟ ଟିକେଟ୍ ଦେଇଥିବା କୁହାଯାଉଛି।

ଉଲ୍ଲେଖନୀୟ ମୁଜଫରପୁର ଆଶ୍ରୟ ଗୃହ ଯୌନ କେଳେଙ୍କାରୀ ମାମଲାରେ ସୁପ୍ରିମକୋର୍ଟ ତଦନ୍ତରେ ଗଭୀର ଅସନ୍ତୋଷ ପ୍ରକାଶ କରି କାହିଁକି ଏପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା  ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତାଙ୍କୁ ପାଞ୍ଚ ମାସ ଜେଲ୍‌ରେ ରହିବାକୁ ପଡିଥିଲା।

କିନ୍ତୁ ତାଙ୍କର ଏହି ଗିରଫଦାରୀ ମୁଜଫରପୁର ଆଶ୍ରମ ଗୃହ ଯୌନ ନିର୍ଯ୍ୟାତନା ଘଟଣା ସହ କୌଣସି ସଂପର୍କ ନଥିଲା। ସେ ଜେଲ୍‌ ଏଥିପାଇଁ ଯାଇଥିଲେ କାରଣ ମାମଲାର ତଦନ୍ତ କରୁଥିବା  ଏସଆଇଟି ଦଳ ଚୋରିଆ ବୋରିଆରପୁରରେ ତାଙ୍କ ଘରୁ ୫୦ ଗୁଳି ଜବତ କରିଥିଲା। ପୂର୍ବତନ ମନ୍ତ୍ରୀ ଅସ୍ତ୍ର ଶସ୍ତ୍ର ଅଧିନିୟମର ଉଲ୍ଲଂଘନ ଅଭିଯୋଗରେ ଜେଲ୍‌ ଯିବାକୁ ପଡିଥିଲା।

ସେହି ସମୟରେ ମଞ୍ଜୁ ବର୍ମା ସାମ୍ବାଦିକଙ୍କୁ କହିଥିଲେ ଯେ, ତାଙ୍କୁ ଏହି ଘଟଣାକୁ ଉଜାଗର କରିଥିବାର ଶ୍ରେୟ ଦେବା ଉଚିତ୍। ମୁଁ ବିଭାଗର ଜଣେ ମନ୍ତ୍ରୀ ଭାବେ ଆଶ୍ରୟ ଗୃହର ସାମାଜିକ ସଂରକ୍ଷଣ ଦେବାକୁ ଆଦେଶ ଦେଇଛି। ମୁଁ ବ୍ୟକ୍ତିଗତ ଭାବେ ଥରେ ଆଶ୍ରୟ ଗୃହ ଗସ୍ତ କରିଛି ଏବଂ ସେହି ସମୟରେ ସବୁ କିଛି ଠିକ୍‌ ଚାଲିଥିଲା ବୋଲି ମଞ୍ଜୁ ବର୍ମା କହିଥିଲେ।

ସେ ଏହା ମଧ୍ୟ କହିଥିଲେ କୁଶଓ୍ଵାହା ଜାତିର ଲୋକ କେବେ ବି କାହାକୁ ଅପମାନିତ କରନ୍ତି ନାହିଁ କି କୌଣସି ଜଘନ୍ୟ ଅପରାଧରେ ଲିପ୍ତ ହୁଅନ୍ତି ନାହିଁ। ଏହା ଯାଦବଙ୍କ କାମ। ସେ ନିଜ ସ୍ଵାମୀଙ୍କ ସପକ୍ଷରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କ ସ୍ଵାମୀ ଥରୁଟିଏ ଆଶ୍ରୟ ଗୃହ ଯାଇଥିଲେ, ତା ଅର୍ଥ ଏହା ନୁହେଁ ଯେ ସେ ଏହି ମାମଲାରେ ସଂପୃକ୍ତ।

ଶେଷରେ ସିବିଆଇ ଦ୍ଵାରା ଏହି ମାମଲାର ତଦନ୍ତ ହୋଇଥିଲା। ଦିଲ୍ଲୀ କୋର୍ଟ ଫେବୃଆରୀ ମାସରେ ରାୟ ଘୋଷଣା କରିଥିଲେ। କିନ୍ତୁ ସିବିଆଇର ଚାର୍ଜସିଟ୍‌ରେ ନା ମଞ୍ଜୁଙ୍କ ନାମ ଥିଲା ନା ତାଙ୍କ ସ୍ଵାମୀଙ୍କ ନାମ। ଏହା ପରେ ଦଳରେ ତାଙ୍କର ସକ୍ରିୟତା ବଢିଥିଲା। କୁଶଓ୍ଵାହା ସଂପ୍ରଦାୟରେ ତାଙ୍କର ପତିଆରା ଥିବାରୁ ନୀତିଶ ମଞ୍ଜୁ ବର୍ମାଙ୍କୁ ଟିକେଟ୍ ଦେବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

   Related Posts