ବିଜୁ ଏବଂ ଜାନକୀଙ୍କ ପରେ ନବୀନ ତୃତୀୟ ଯିଏ ୨ଟି ଆସନରୁ ଲଢ଼ିବେ: ପଶ୍ଚିମ ଓଡିଶା କାର୍ଡ କାହିଁକି ଖେଳିଲେ ନବୀନ ?

Published By : Prameya-News7 Bureau | March 18, 2019 IST

ଭୁବନେଶ୍ୱର ୧୮/୩ : ନ୍ୟୁଜ ସେଭନର ଆକଳନ ସତ ହେଲା । ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବେ । ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚା​‌ଷୀ ଅସନ୍ତୋଷକୁ ପ୍ରଶମିତ କରିବାକୁ ମୁଖମନ୍ତ୍ରୀ ପଶ୍ଚିମ ଓଡିଶା କାର୍ଡ ଖେଳିଛନ୍ତି । ଜନାକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଯିଏ ଦୁଇଟି ଆସନରୁ ଲଢ଼ିବେ।

ପ୍ରଥମ ଥର ପାଇଁ ନବୀନ ଦୁଇଟି ଆସନରେ ଲଢ଼ିବେ । ହିଞ୍ଜିଳି ସହିତ ବିଜେପୁରରେ ବିଧାନସଭା ଆସନରୁ  ପ୍ରାର୍ଥୀ ହେବେ ନବୀନ।  କାଲି ପଶ୍ଚିମ ଓଡିଶାରେ ସାଂସଦ, ବିଧାୟକ, ବିୁଦ୍ଧିଜୀବୀଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ଏ ନିଷ୍ପତି ନେଇଛନ୍ତି। ଆଠ ମାସ ତଳେ ବିଜେପୁରରେ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରାଇ ବିପୁଳ ଭୋଟ​‌ରେ ଜିତାଇଥିଲେ । କିନ୍ତୁ ଦଳ ଆଉ  ରିସ୍କ ନେଇନି  ସିଧା ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥି କରାଇଛି। ଯେଉଁଥିପାଇଁ  ପଶ୍ଚିମା ଓଡିଶାର ରାଜନୈତିରେ ଏବେ ନୂଆ ମୋଡ ଆସିଛି। ବିଶ୍ବନାଥ ଦାସ, ଆର ଏନ ସିଂହ ଦେଓ, ହେମାନନ୍ଦ ବିଶ୍ବାଳଙ୍କ  ପରେ ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ  ନବୀନ ନିର୍ବାଚନ ମୈଦାନକୁ ଯିବେ ।

ତିନି ଦଳଙ୍କ ଫୋକସ​‌ରେ ପଶ୍ଚିମ ଓଡିଶା। ଅଧିକାଂଶ ଚାଷୀ। ଚାଷୀଙ୍କ ଭିତରେ ବହୁଛି ଅସନ୍ତୋଷ।  ସେଥିପାଇଁ କଂଗ୍ରେସ ଓ ବିଜେପିର ଅଧିକ ଫୋକସ ରହିଛି ଚାଷୀ ବହୁଳ ପଶ୍ଚିମ ଓଡ଼ିଶା। ପଂଚାୟତ ନିର୍ବାଚନରେ ବିଜେପି ଭଲ ରେଜଲ୍ଟ କରିଥିଲା।  ଏବେ କଂଗ୍ରେସ ର ଛତିଶଗଡରେ ସରକାର ଆସିବାରୁ ସୀମାବର୍ତ୍ତୀ ନିର୍ବାଚନ ମଣ୍ତଳୀରେ ଧିରେ ଧି​‌ରେ କଂଗ୍ରେସ ସଙ୍ଗଠିତ ହେଉଛି ।   ତେଣୁ କଂଗ୍ରେସ ଓ ବିଜେପି ପଶ୍ଚିମ ଓଡିଶା ଟକ୍କର ଦେବାକୁ  ବିଜେଡି ମୁଖ୍ୟମନ୍ତ୍ରୀ ଙ୍କୁ  ମଇଦାନକୁ  ଓହ୍ଲାଇଛି ।  ୩୭ ଆସନରୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଆସନ ଆଣିବା ଯୋଜନାରେ ରହିଛି ବିଜେଡି।

ସ୍ବର୍ଗତ ବିଜୁ ପଟ୍ଟନାୟକ ଏକାଥରେ ୫ଟି ବିଧାନ ସଭାରେ ଲଢ଼ିଥିବାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଦୁଇଟି ଆସନରୁ ଲଢ଼ିଥିଲେ। ନବୀନ ତୃତୀୟ ମୁଖ୍ୟମନ୍ତ୍ରୀ ଯିଏକି ଏକାଧିକ ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.