ମୋ ପୁଅକୁ ପାରାଦୀପରୁ ପ୍ରୋଜେକ୍ଟ କରାଯାଉନି କାହିଁକି ? : ଦାମ

Published By : Prameya-News7 Bureau | September 25, 2018 IST

ଭୁବନେଶ୍ୱର ୨୫/୯ : ପାରାଦୀପରେ ଡାକ୍ତର ଦାମୋଦର ରାଉତଙ୍କ ଝିଆରୀ ରୀନା ରାଉତଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି | ଏହାକୁ ନେଇ ଡାକ୍ତର ରାଉତ ରାଗ ପଞ୍ଚମକୁ ଉଠିଛି | ଡାକ୍ତର ରାଉତ କହିଛନ୍ତି ଯେ, ଏହା କେଉଁ ଭଳିଆ ରାଜନୀତି | ତାଙ୍କୁ ଦଳରୁ ବାହାର କରାଗଲା ଏବଂ ତାଙ୍କ ପୁଅକୁ ଦଳର ସାଧାରଣ ସମ୍ପାଦକ ପଦରେ ରଖାଯାଇଛି | ତାହେଲେ ତାଙ୍କ ପୁଅକୁ କାହିଁକି ପାରାଦୀପରୁ ପ୍ରୋଜେକ୍ଟ କରାଯାଉନି ବୋଲି ଦାମ ପ୍ରଶ୍ନ କରିଛନ୍ତି | ପରିବାରରେ କଳହ କରାଇ ଫାଇଦା ନେବାକୁ ଚାହୁଁଥାଇ ପାରନ୍ତି ବୋଲି ଦାମ ଆଶଙ୍କା କରିଛନ୍ତି | ତେବେ ରୀନା ରାଉତରାୟ ତାଙ୍କ ଝିଆରୀ | ସେ ପାରାଦୀପରୁ ପ୍ରାର୍ଥୀ ହେଲେ ତାଙ୍କର କିଛି କହିବାର ନାହିଁ ବୋଲି ଦାମ କହିଛନ୍ତି | ଅପରପକ୍ଷରେ ଦାମ ବାବୁଙ୍କ ପଛରେ ଆଉ ଜନସମର୍ଥନ ନାହିଁ ବୋଲି ପ୍ରଫୁଲ୍ଲ ସାମଲ ଦେଇଥିବା ମନ୍ତବ୍ୟ ନେଇ ଦାମ କ୍ଷୋଭ ବ୍ୟକ୍ତ କରିଛନ୍ତି | ଭଣ୍ଡାରିପୋଖରୀରେ ସେ ପ୍ରଫୁଲ୍ଲଙ୍କ ପୋଲ ଖୋଲିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.