Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କଣ ପାଇଁ ରାତାରାତି ବଦଳିଗଲା ଲୋନାର ହ୍ରଦର ରଙ୍ଗ ? ବିଶେଷଜ୍ଞ କହିଲେ ଏହି କାରଣ

11/06/2020 at 9:53 PM

ମୁମ୍ବାଇ, ୧୧|୦୬:  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାତା ରାତି ବଦଳିଗଲା ହ୍ରଦରେ ଥିବା ପାଣିର ରଙ୍ଗ । ସନ୍ଧ୍ୟାରେ ନୀଳ ରଙ୍ଗ ଥିବା ପାଣି ସକାଳେ ଦେଖିଲା ବେଳକୁ ଗୋଲାପୀ ହୋଇଯାଇଛି । ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ଥିବା ଲୋନାର ହ୍ରଦରେ ।

ଲୋନାର ହ୍ରଦ ମୁମ୍ବାଇରୁ ପ୍ରାୟ ୫୦୦ କିମି ଦୂରରେ ରହିଛି । ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ହ୍ରଦଟି ୫୦ ହଜାର ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଉଲକା ପିଣ୍ଡ ମାଡ ହେବା ଫଳରେ ତିଆରି ହୋଇଥିଲା ।ସାରା ବିଶ୍ୱର ବୈଜ୍ଞାନିକ ଏହି ହ୍ରଦ ଉପରେ ଗବେଷଣା କରିଥାନ୍ତି । ପ୍ରାୟ ୧.୨ କିମି ପରିବ୍ୟାପ୍ତ ଏହି ହ୍ରଦର ପାଣିର ରଙ୍ଗ ବଦଳିବା ପରେ ସ୍ଥାନୀୟ ଲୋକେ ଚକିତ ହୋଇ ପଡିଛନ୍ତି  । ଏପରିକି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି .

କିଛି ବିଶେଷଜ୍ଞଙ୍କ କହିବାନୁସାରେ, ଏହା ପ୍ରଥମ ଥର ନୁହେଁ ଯେ ହ୍ରଦର ପାଣିର ରଙ୍ଗ ବଦଳିଛି । କିନ୍ତୁ ଚଳିତ ଥର ଏହା ସ୍ପଷ୍ଟ ଭାବେ ଜଣାପଡୁଛି । ହ୍ରଦ ବିକାଶ ସମିତିର ସଦସ୍ୟ କହିଛନ୍ତି ଯେ, ଏହି ଦ୍ରଦର ପାଣି ଖାରିଆ ଅଟେ । ଏହାର ପିଏଚ ସ୍ତର ୧୦.୫ । ଏଠାରେ ଅଧିକ ମାତ୍ରାରେ ଶୈବାଳ ରହିଛନ୍ତି । ପାଣିର ରଙ୍ଗ ବଦଳିବା ପଛର କାରଣ ଶୈବାଳ ହୋଇପାରନ୍ତି । ପାଣିର ତଳ ଅଂଶରେ ଅମ୍ଲଜାନର ଅଭାବ ରହିଛି ।  ଇରାନରେ ଥିବା ଏକ ହ୍ରଦର ପାଣିର ରଙ୍ଗ ଶୈବାଳ ପାଇଁ ଲାଲ୍ ହୋଇଯାଇଥିଲା । ଏବେ ଲୋନାର ହ୍ରଦରେ ପାଣି କମ ଅଛି । ବର୍ଷା ନହେବାକୁ ନୂଆ ଜଳ ନାହିଁ । ତେଣୁ ଶୈବାଳ ସଂଖ୍ୟା ବୃଦ୍ଧି ପାଇଛି ।

ବାବା ସାହେବ ଆମ୍ବେଦକର ମରାଠାଓ୍ୱାଡା ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ମୁଖ୍ୟ କହିଛନ୍ତି ଯେ, ଏହା ମନୁଷ୍ୟକୃତ ନୁହେଁ । ପ୍ରାକୃତିକ ଉପାୟରେ ପାଣିର ରଙ୍ଗ ବଦଳିଛି । ଗୋଟିଏ ସପ୍ତାହରେ ସେ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ।

   Related Posts