ସୀମାରେ ଯୁଦ୍ଧ ପରିସ୍ଥିତି, ହେଲେ ମୁକେଶ ଅମ୍ବାନୀ କାହିଁକି ନୀତାଙ୍କୁ ଗୋଲାପ ଦେଇ ରୋମାଣ୍ଟିକ ଗୀତ ଗାଇ ନାଚିଲେ ..ଆସନ୍ତୁ ଜାଣିବା

Published By : Prameya-News7 Bureau | March 02, 2019 IST

ମୁମ୍ବାଇ ୨/୩ –ପୁଲଓ୍ଵମା ଘଟଣାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ।  ସୀମାରେ ଗୁଳିଗୋଳା ବର୍ଷଣ, ଯୁଦ୍ଧକୁ ନେଇ ଦୁଇଦେଶ ମଧ୍ୟରେ ମୁହାଁମୁହିଁ । ବିଭିନ୍ନ ଗଣମାଧ୍ୟମ ଦୁଇଦେଶର ଉତ୍ତେଜନା ପରିସ୍ଥିତିକୁ ନେଇ କରିଚାଲିଛନ୍ତି ଚର୍ଚ୍ଚା । ହେଲେ ଏହି ସମୟରେ ଦେଶର ବଡ଼ ଧନୀଙ୍କ ମୁହଁରେ କାହିଁକି ହସ ..ତାପୁଣି ନିଜ ସ୍ତ୍ରୀସହ ଗୋଲାପ ଆଦାନପ୍ରଦାନ ସମୟରେ । ଏତିକିରେ କଣ ସରିଗଲା କି ... ରୋମାଣ୍ଟିକ ଗୀତ ସହିତ ବି ମୁକେଶ  ସ୍ତ୍ରୀ ନୀତା ସହିତ ନାଚିଲେ ତାଳେତାଳେ ।

{"id":90136,"width":584,"height":438}

ଏଇଟା ଆଜ୍ଞା ଅନ୍ୟ କୋଉଠି ନୁହେଁ , ମୁକେଶ-ନୀତା ଅମ୍ବାନୀଙ୍କ ଘରେ ବଡ଼ପୁଅର ପ୍ରି-ଓ୍ଵେଡ଼ିଂ ଚାଲିଥିବା ସମୟର ଘଟଣା ।

କିଛିଦିନ ତଳେ ମୁକେଶଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ଧୁମଧାମରେ ସରିଥିଲା । ଏବେ ପାଳି ହେଉଛି ପୁଅ ଆକାଶର ଯାହା ବାହାଘର ପାଇଁ ସରିଥିବା ପ୍ରିଓ୍ଵେଡ଼ିଂର ଏ ହେଉଛି ଝଲକ ମାତ୍ର ।

ଆକଶର ବାହାଘର ପାଇଁ ଅମ୍ବାନୀ ପରିବାର ତରଫରୁ କରାଯାଇଥିଲା ବିବାହ ପୂର୍ବରୁ ଭୋଜି । ଯେଉଁ ଭୋଜିରେ ଯୋଗଦେଇଥିଲେ ବଲିଉଡ଼ ଜଗତର ୩୦୦ରୁ ଉର୍ଦ୍ଧ୍ଵ ନାମୀଦାମୀ କଳାକାର । ଶାହରୁଖ ଖାଁ, ଅମୀର ଖାଁ , ଆଲିଆ ଭଟ୍ଟ,ରଣବିର ,ଐଶ୍ଵର୍ଯ୍ୟା-ଅଭିଷେକଙ୍କ ଭଳି ନାମୀଦାମୀ କଳାକାର ଯୋଗଦେଇଥିଲେ ।

ଏହି ପ୍ରିଓ୍ଵେଡ଼ିଂରେ ମୁକେଶ-ନୀତା କିନ୍ତୁ ଭାରି ରୋମାଣ୍ଟିକ ଥିଲେ । ମୁକେଶ ନୀତାଙ୍କୁ ପ୍ରପୋଜ କରିବା ଷ୍ଟାଇଲରେ ଗୋଲାପ ଫୁଲଦେଇଥିଲେ । ନୀତାଙ୍କ ସହ ଅତି ରୋମାଣ୍ଟିକ ମୁଡ଼ରେ ..ଏ ମେରି ଜୋହରା ଜବି ଗୀତ ଗାଇ ନାଚିଥିଲେ । ଏହି ନାଚକୁ ଉପସ୍ଥିତ ଥିବା କଳାକାର ସମେତ ପରିବାର ଲୋକ ମଧ୍ୟ ଉପଭୋଗ କରିଥିଲେ ।  

ମୁକେଶ ଓ ନିତା ପୁଅ ବାହାଘର ପାଇଁ ବେଶ୍ ଖୁସିଥିବା ଜଣାଯାଇଛି । ଆକାଶ ଅମ୍ବାନୀଙ୍କ ବାହାଘର ଆଗାମୀ ମାର୍ଚ୍ଚ ୭ ତାରିଖରେ ଓ ହନିମୁନ୍ ମାର୍ଚ୍ଚ ୧୧ରେ ହେବ ବୋଲି ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.