Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ମଶାମାନେ କାହିଁକି ପିଅନ୍ତି ମଣିଷ ରକ୍ତ ? ସାମ୍ନାକୁ ଆସିଲା ଚକିତ କଲା ଭଳି ତଥ୍ୟ, ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ

30/08/2020 at 9:32 AM

ନୂଆଦିଲ୍ଲୀ, ୩୦|୦୮:  ଆପଣ ଜାଣନ୍ତି କି ମଶାମାନେ କାହିଁକି ମଣିଷ ରକ୍ତ ପିଅନ୍ତି ? କେବେଠୁ ସେମାନଙ୍କ ରକ୍ତ ପିଇବାର ଅଭ୍ୟାସ ରହିଛି ? ଏହାର କାରଣ ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ଏହାର କାରଣ ମଧ୍ୟ କହିଛନ୍ତି । ଯାହା ଜାଣି ଆପଣ ଚକିତ ହୋଇଯିବେ । କାରଣ ଜୀବଜଗତର ସୃଷ୍ଟି ବେଳେ ମଶାମାନେ ରକ୍ତ ପିଉନଥିଲେ । ପରେ ଏଥିରେ ପରିବର୍ତ୍ତନ ଆସିଥିଲା ।

ମଶମାନେ ମଣିଷ ଓ ଅନ୍ୟ ପ୍ରାଣୀଙ୍କର ରକ୍ତ ପିଇବା ଏଥିପାଇଁ ଆରମ୍ଭ କରିଥିଲେ କାରଣ ସେମାନେ ଶୁଷ୍କ ଅଞ୍ଚଳରେ ରହୁଥିଲେ । ଯେତେବେଳେ ଅଧିକ ଖରା ହେଉଥିଲା ସେହି ସମୟରେ ସେମାନଙ୍କୁ ପ୍ରଜନନ ପାଇଁ ପାଣି ମିଳୁନଥିଲା । ତେଣୁ ସେମାନେ ପଶୁଙ୍କର ରକ୍ତ ଶୋଷିବା ଆରମ୍ଭ କରିଦେଇଥିଲେ ।

ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ କିଛି ସମୟ ପୂର୍ବରୁ ଆଫ୍ରିକାର ଏଡିସ୍ ଆଜେପ୍ଟି ମଶାଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ । ଏହା ହେଉଛନ୍ତି ସେହି ମଶା ଯାହାଦ୍ୱାରା ଜିକା ଭାଇରସ ବ୍ୟାପିଥାଏ । ଡେଙ୍ଗର କାରଣ ମଧ୍ୟ ଏହି ମଶା । ନ୍ୟୁ ସାଇଟିଷ୍ଟରେ ପ୍ରକାଶିତ ଖବର ଅନୁସାରେ, ଆଫ୍ରିକାର ଏଡିସ୍ ଆଜେପ୍ଟି ମଶାର ଅନେକ ପ୍ରଜାତି ରହିଛି । ସବୁ ପ୍ରଜାତିର ମଶା ରକ୍ତ ପିଅନ୍ତି ନାହିଁ । ଏହା ଅନ୍ୟ କିଛି ଶୋଷିକରି ବଞ୍ଚିଥାନ୍ତି ।

ପ୍ରିନ୍ସଟନ୍ ୟୁନିଭର୍ସିଟିର ଗବେଷକ ନୋଆହ ରୋଜ୍ ଦାବି କରିଛନ୍ତି ଯେ, କେହି ହେଲେ ଏବେସୁଦ୍ଧା ମଶାଙ୍କ ଖାଦ୍ୟକୁ ନେଇ ଗବେଷଣା କରିନଥିଲେ । ସେମାନେ ୨୭ଟି ସ୍ଥାନରୁ ଏଡିସ୍ ମଶାର ଅଣ୍ଡା ନେଇଥିଲେ । ଏହି ଅଣ୍ଡାରୁ ମଶା ଜନ୍ମ ହେବା ପରେ ସେମାନଙ୍କୁ ଖାଲି ଡବା ଭିତରେ ରଖାଯାଇଥିଲା । ଏଥିରୁ ହିଁ ସେମାନଙ୍କ ଖାଦ୍ୟ ବାବଦରେ ଅନେକ ତଥ୍ୟ ମିଳିଥିଲା । ସବୁ ମଶା ରକ୍ତ ପିଇନଥିଲେ । ଯେଉଁସ୍ଥନରେ ପାଣି କମ୍ ଥାଏ ସେଠାରେ ମଶାମାନେ ପ୍ରଜନନ ପାଇଁ ମଣିଷ କିମ୍ବା ଅନ୍ୟ ପଶୁଙ୍କ ରକ୍ତ ଉପରେ ନିର୍ଭର କରିଥାନ୍ତି ।  ମଶାଙ୍କ ମଧ୍ୟରେ ଏହି ପରିବର୍ତ୍ତନ ହଜାର ବର୍ଷ ପରେ ଆସିଥିଲା ।

   Related Posts