ମୋମୋ ଖାଉଥିଲେ ସାବଧାନ : ଆପଣଙ୍କ ଦେହର ହାଡ ସବୁ ହୋଇଯାଇପାରେ ଦୁର୍ବଳ

Published By : Prameya-News7 Bureau | October 16, 2018 IST

ନୂଆଦିଲ୍ଲୀ ୨୮|୧୨: ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ଷ୍ଟ୍ରିଟ୍ ଫୁଡ୍‌ରେ ଲୋକମାନେ ବେଶୀ ଗୁପ୍ଚୁ‌ପ୍, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ଗୁପ୍ଚୁପ୍‌ ବା ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି ମୋମୋ, ଗୁପ୍ଚୁ‌ପ୍ ଆଦି ଭଳି ଷ୍ଟ୍ରିଟ୍ ଫୁଡ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ । ଏକ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ଗୁପ୍ଚୁ‌ପ୍‌, ମୋମୋ ଆଦି ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ବାରା ଆପଣ ଭୀଷଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି । କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟେରିଂ ଆଣ୍ଡ୍ ନ୍ୟୁଟ୍ରିସନର ଏକ ରିସର୍ଚ୍ଚରେ ମୋମୋକୁ ନେଇ ଏଭଳି ଖବର ଆସିଛି । ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଫୁଡ୍‌ରେ ମୋମୋ ସବୁଠୁ ବେଶୀ କ୍ଷତିକାରକ । ମୋମୋ ସହ ଏଥିରେ ଦିଆଯାଉଥିବା ରାଗ ଚଟ୍‌ଣୀ ଆମକୁ ଅସୁସ୍ଥ କରିଦେଇପାରେ । ମୋମୋ ଖାଇବା ଦ୍ବାରା ଶରୀର ମଧ୍ୟକୁ ଆବଶ୍ୟକତାରୁ ଅଧିକ ଦୂଷିତ ପାଣି ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ରିସର୍ଚ୍ଚ ଦିଲ୍ଲୀରେ ବିକ୍ରି କରାଯାଉଥିବା ଷ୍ଟ୍ରିଟ୍ ଫୁଡ୍କୁ ନେଇ କରାଯାଇଥିଲା । ଏହି ରିସର୍ଚ୍ଚରେ ମୋମୋ ବ୍ୟତୀତ ଗୁପ୍ଚୁପ୍, ସିଙ୍ଗଡା, କଚୋଡିକୁ ମଧ୍ୟ ସାମିଲ କରାଯାଇଥିଲା । ରିସର୍ଚ୍ଚରୁ ମୋମୋକୁ ନେଇ କ’ଣ ଜଣାପଡିଲା ତାହା ଜାଣନ୍ତୁ :
  • ମୋମୋ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଇଥାଏ । ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ ।
  • ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ । ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ ।
  • ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ପତ୍ରକୋବିକୁ ଠିକ୍ ରେ ରନ୍ଧା ଯାଇନଥାଏ । ଏହାସହ ଏହାର ଚଟଣୀ ଏତେ ମାତ୍ରାରେ ରାଗ ହୋଇଥାଏ ଯେ ଅର୍ଶ ଭଳି ରୋଗ ମଧ୍ୟ ହୋଇପାରେ ।
  • ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।
  • ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।
ଜାଣନ୍ତୁ କେତେବେଳେ ଷ୍ଟ୍ରିଟ୍ ଫୁଡ୍ ହୋଇଥାଏ କ୍ଷତିକାରକ :
  • ଷ୍ଟ୍ରିଟ୍ ଫୁଡ୍ ଯଥା ଫ୍ରାଏଡ୍ ମୋମୋ, ସିଙ୍ଗଡା, କଚୋଡି ପରି ଅନ୍ୟ ସବୁ ପ୍ରାଏଡ୍ ଫିଲିଙ୍ଗ ଫୁଡ୍ ଗୋଟିଏ ସମୟସୀମା ଅତିକ୍ରମ କରିବା ପରେ ଖରାପ ହେବାକୁ ଲାଗିଥାଏ । ଯାହା ଫଳରେ ଏଥିରେ ବୀଜାଣୁ ସୃଷ୍ଟି ହୋଇଥାଏ ।
  • ତେଲିଆ ଖାଦ୍ୟ ପଦାର୍ଥ ଅଧିକରୁ ଅଧିକ ୬ରୁ ୮ଘଣ୍ଟା ପରେ ଖରାପ ହେବାକୁ ଲାଗିଥାଏ । ଯଦି ଏହାକୁ ଫ୍ରିଜ୍ ରେ ରଖିବା ତେବେ ଏହା ୧୨ଘଣ୍ଟା ପର୍ଯ୍ୟନ୍ତ ଭଲ ରହିପାରିବ ।
  • ଏହାକୁ ଯଦି ଏହି ସମୟସୀମା ପରେ ଖାଇବା ତେବେ ପେଟ ଖରାପ ହେବା ସହ ବାନ୍ତି, ଅମ୍ଳ ରୋଗ ଆଦି ରୋଗ ହୋଇପାରେ ।
ଏପରି ଖାଦ୍ୟ ଖାଇବା ଦ୍ବାରା କେଉଁ କେଉଁ ରୋଗ ହୋଇପାରେ :
  • ଷ୍ଟ୍ରିଟ୍ ଫୁଡ୍ ରେ ଅନେକ ସମୟରେ ଦୂଷିତ ପାଣି ବ୍ୟବହାର କରାଯାଇଥାଏ । ଦୂଷିତ ପାଣି ଶରୀରକୁ ଯିବା ଫଳରେ ଟାଇଫଏଡ୍ ଭଳି ରୋଗ ହୋଇଥାଏ ।
  • ଏପରି ଖାଦ୍ୟ ଖାଇବା ଦ୍ବାରା ମଳଦ୍ବାରରୁ ରକ୍ତ ପଡିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହା ବ୍ୟତୀତ ଖାଦ୍ୟ ବିଷକ୍ରିୟାଜନିତ ସମସ୍ୟାର ଶିକାର ହେବାକୁ ପଡିପାରେ ।
  • ଏ ସମସ୍ତ ବ୍ୟତୀତ ଫାଷ୍ଟ୍ ଫୁଡ୍ ଖାଇବା ଦ୍ବାରା ଜଣ୍ଡିସ୍, ଖାଦ୍ୟ ନଳୀରେ ସମସ୍ୟା ଭଳି କେତେକ ରୋଗ ମଧ୍ୟ ହୋଇପାରେ ।
ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବେ :
  • ଯେତେବେଳେ ଷ୍ଟ୍ରିଟ୍ ଫୁଡ୍ ଖାଇବେ ଘରକୁ ଆସି ଉଷୁମ ପାଣି ନିଶ୍ଚୟ ପିଅନ୍ତୁ ।
  • ସଫା ପାଣି, ସଫାସୁତରା ପ୍ଲେଟ୍ ଏବଂ ଖାଦ୍ୟ ପଦାର୍ଥ ଘୋଡାଇକି ରଖାଯାଇଛି କି ନାହିଁ ତାହା ଦେଖନ୍ତୁ । ଏହା ଦେଖିବା ପରେ ହିଁ ସେଠାରେ ଖାଦ୍ୟ ଖାଆନ୍ତୁ ।
  • ଗୁପଚୁପ କିମ୍ବା ମୋମୋ ଖାଇବା ବେଳେ ଧ୍ୟାନ ଦିଅନ୍ତୁ ଯେ ବିକ୍ରି କରୁଥିବା ଲୋକ ହାତରେ ଗ୍ଲୋଭସ ପିନ୍ଧିବା ଅଥବା ହାତ ସଫାସୁତରା ଅଛି କି ନାହିଁ ।
  • ଯଦି ଖାଇବା ଦୋକାନ ପାଖରେ ଯଦି ଅଳିଆ ଆବର୍ଜନା କିମ୍ବା ମାଛି ହେଉଛନ୍ତି ତେବେ ସେଠାରେ ଖାଦ୍ୟ ଖାଆନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.