କଳା ବସ୍ତ୍ର ପିନ୍ଧି ତ୍ରିବେଣୀରେ ମୋଦି କାହିଁକି ପକାଇଲେ ବୁଡ ? କଣ କହୁଛନ୍ତି ଜ୍ୟୋତିଷ ଆସନ୍ତୁ ଜାଣିବା

Published By : Prameya-News7 Bureau | February 25, 2019 IST

ପ୍ରୟାଗରାଜ ୨୫/୨ : ଗତକାଲି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ ମୋଦି | ମୋଦି ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧି ବୁଡ଼ ପକାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଜ୍ୟୋତିଷ ଅରୁଣେଶ କୁମାର ଶର୍ମାଙ୍କ କହିବାନୁଯାୟୀ, ସାଧାରଣତଃ, କଳା ରଙ୍ଗର ବସ୍ତ୍ର ନିଶାକାଳୀନ ଏବଂ ତନ୍ତ୍ର  ପୂଜା ପାଇଁ ବ୍ୟବହାର କରାଯାଇଥାଏ | ଧାର୍ମିକ ଏବଂ ମାଙ୍ଗଳିକ ଧର୍ମାନୁଷ୍ଠାନରେ କଳା ରଙ୍ଗର ବସ୍ତ୍ର ବର୍ଜନୀୟ | କାରଣ କଳା ରଙ୍ଗ ସର୍ବ ଗ୍ରାହାସ୍ୟ | କଳା ରଙ୍ଗ ଉପରେ ଆଉ କୌଣସି ରଙ୍ଗ ଲାଗେନାହିଁ | ଏହି ରଙ୍ଗ ସମସ୍ତଙ୍କୁ ସମ୍ମୋହିତ କରିଥାଏ | କଳା ରଙ୍ଗ ତାମସିକତାର ପ୍ରତୀକ | କଳା ବସ୍ତ୍ର ପିନ୍ଧିଥିବା ବ୍ୟକ୍ତି ଶାତ୍ବିକ ପୂଜା ସହିତ ଜଡିତ ହେଲେ ଆଶାନୁରୂପ ଫଳ ପ୍ରାପ୍ତି ହୋଇନଥାଏ |

{"id":88724}

ଜ୍ୟୋତିଷ ଶର୍ମା କହିଛନ୍ତି ଯେ, ମୋଦି ଗଙ୍ଗାରେ ବୁଡ଼ ପକାଇଛନ୍ତି | ଗଙ୍ଗା ସ୍ନାନ ଧର୍ମାନୁଷ୍ଠାନର ଏକ ଅଂଶ ହୋଇଥିବାରୁ ଏହାର ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ତାଙ୍କ ଉପରେ ପଡ଼ିବନାହିଁ | ବୁଡ଼ ପକାଇବାବେଳେ ମୋଦି ଗଳାରେ ଏକ ରୁଦ୍ରାକ୍ଷ ପିନ୍ଧିଥିଲେ | ଫଳରେ ଭଗବାନ ଶିବଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିଲା | ଶିବଙ୍କୁ ଅଘୋରେଶ୍ୱର ବୋଲି ବିଶ୍ୱାସ କରାଯାଏ | କଳା ରଙ୍ଗ ଶନିଙ୍କ ପ୍ରିୟ ରଙ୍ଗ |

{"id":88725}

ମୋଦିଙ୍କ ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ହୋଇଥିଲା | ତାଙ୍କ ଜନ୍ମ ଅଙ୍କ ୮ | ୮ ଶନିଙ୍କ ଅଙ୍କ | ମୋଦିର ରାଶି ବିଛା | ମୋଦି ଶନିଦେବଙ୍କ ସାଢେ ସତୀ ପ୍ରଭାବରେ ଅଛନ୍ତି | ସେଥିପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସେ କଳା ବସ୍ତ୍ର ପିନ୍ଧି ବୁଡ଼ ପକାଇଥିବା ଅନୁମାନ କରାଯାଉଛି |

{"id":88726}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.