Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନାରୀ ଓ ପୁରୁଷ ମଧ୍ୟରେ ବିବାହ କରିବାର ତାତ୍ପର୍ଯ୍ୟ, ଏହା ହିଁ ଜୀବନର ବାସ୍ତବତା

17/11/2019 at 4:56 PM

ବିବାହ ହେଉଛି ଏକ ପବିତ୍ର ବନ୍ଧନ।  ସାଧାରଣ ଅର୍ଥରେ କହିବାକୁ ଗଲେ ବିଶେଷ ଭାବରେ ବହନ କରିବାକୁ ବିବାହ କୁହାଯାଏ। ବୈଦିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିବାହ କରିବା ନିତ୍ୟାନ୍ତ ଆବଶ୍ୟକ। ଆମର ବେଦ ଓ ବେଦାନ୍ତ କହେ, ଯେ ବିବାହ ନ କରନ୍ତି ତାଙ୍କ ଜୀବନରେ ପୂର୍ଣ୍ଣତା ଆସେ ନାହିଁ। ବିବାହ ନ କରିଥିବା ବ୍ୟକ୍ତି ବିଶେଷତଃ ଭବ ସଂସାରରୁ ମୁକ୍ତି ପାଇପାରେ ନାହିଁ ବା ସେ ଯେକୌଣସି କାର୍ଯ୍ୟରେ ହାତ ଦିଏ ତାହା ନିଷ୍ଫଳ ପ୍ରାୟ। ପୁରାଣ ଶାସ୍ତ୍ର କହେ ବିବାହ ନ କଲେ ଦେବ ସଭା​‌ରେ ସ୍ଥାନ ମିଳେ ନାହିଁ।

ବିବାହ କରିବାର ମୁଖ୍ୟ ତାତ୍ପର୍ଯ୍ୟ ହେଉଛି ଏକ ପବିତ୍ର ମିଳନ ସୃଷ୍ଟିହେବା। ଉପଯୁକ୍ତ ବୟସରେ ପୁଅ ଓ ଝିଅ ପରସ୍ପର ମଧ୍ୟରେ ଯେଉଁ ପବିତ୍ର ବନ୍ଧନରେ ବାନ୍ଧି ହୋଇଥାଏ ତାହାକୁ ବିବାହ କୁହାଯାଏ। ଗୋଷ୍ଠୀ ବା ସମଷ୍ଟିର ସ୍ବାର୍ଥ ପାଇଁ ବିବାହର ସୃଷ୍ଟି।  ବିବାହ ବନ୍ଧନ ଦ୍ବାରା ନାରୀ ଓ ପୁରୁଷ ମିଳନରେ ସଂସାରରେ ସନ୍ତାନଟିଏ ଜନ୍ମ ହୋଇଥାଏ। ଏହା ଭଗବାନଙ୍କ ସୃଷ୍ଟିକୁ ଆଗକୁ ନେଇଥାଏ ।

ନାରୀ ବା ପୁରୁଷର ଭାବ, ଚିନ୍ତା, ପ୍ରେମ, ବିବେକ ଯେଉଁଭଳି ଥାଏ ତାଙ୍କ ସନ୍ତାନ ପାଖରେ ଠିକ୍ ସେହିଭଳି ଗୁଣ ଦେଖାଯାଇଥାଏ। ସମାଜକୁ ଏକ ସୁ-ସମାଜରେ ପରିଣତ କରିବା ଭୟରେ ସ୍ତ୍ରୀ ଓ ପୁରୁଷର ଅନେକ କର୍ତ୍ତବ୍ୟ ରହିଛି। ସେଥିପାଇଁ ସେ ବିବାହ କରିବାରେ ଉଭୟ ସ୍ତ୍ରୀ ଓ ପୁରୁଷ ଅନେକ କର୍ତ୍ତବ୍ୟ ରହିଛି। ସେଥିପାଇଁ ସେ ବିବାହ କରିଥାଏ।

ବିବାହ କରିବା ଦ୍ବାରା ସେ ନିଜେ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ଯେ କୌଣସି ଦେବ କାର୍ଯ୍ୟରେ ସାମିଲ ହୋଇପାରିଥାଏ। ନିଜର ମଧ୍ୟ ପୂର୍ଣ୍ଣତା ଆସିଥାଏ। ଜ୍ଞାନର ପରିପକ୍ବତା ଆସିଥାଏ ବା ସହଯୋଗର ହାତ ମିଳିଥାଏ। ମୋଟ୍‌ ଉପରେ କହିବାକୁ ଗଲେ ସୁନ୍ଦର ପରିବାରଟିଏ ସୃଷ୍ଟି ହୋଇଥାଏ।

   Related Posts