ମନ୍ତ୍ର ଜପ ପାଇଁ କାହିଁକି ମାଳା ପ୍ରୟୋଗ କରାଯାଏ ? କେଉଁ ମନ୍ତ୍ର ପାଇଁ କେଉଁ ମାଳା ପ୍ରୟୋଗ କରିବା ଉଚିତ ଜାଣନ୍ତୁ ନିୟମ

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର ୧୪/୦୮ : ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି | ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ | କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା ପ୍ରୟୋଗ କରାଯାଏ | ସାଧାରଣତଃ ମାଳାରେ ୧୦୮ ବିଡ୍ ଥାଏ | ୨୭ ବିଡ୍, ୫୪ ବିଡ୍ ବିଶିଷ୍ଟ ମାଳା ମଧ୍ୟ ଥାଏ | 

{"id":314591,"sizeSlug":"large"}

ମାଳା ପ୍ରୟୋଗ ନିୟମ :

wp:list
  • ମାଳାର ଗୋଟିଏ ବିଡ୍ ପରେ ଏକ ଗଣ୍ଠି ରହିବ ଉଚିତ | ମାଳା ସର୍ବଦା ବ୍ୟକ୍ତିଗତ ହେବା ଉଚିତ | ଅନ୍ୟ କାହାର ମାଳା ପ୍ରୟୋଗ କରିବା ଉଚିତ ନୁହେଁ |
/wp:list wp:list
  • ମନ୍ତ୍ର ଜପ କରିବା ପୂର୍ବରୁ ହାତରେ ମାଳା ଧରି ପ୍ରାର୍ଥନା କରିବା ଉଚିତ ଯେ ମନ୍ତ୍ର ଜପ ସଫଳ ହେଉ |
/wp:list wp:list
  • ମନ୍ତ୍ର ଜପ ସମୟରେ ତର୍ଜନୀ ଆଙ୍ଗୁଠିରେ ମାଳାକୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ସୁମେରୁ ଉଲଙ୍ଘନ କରିବା ଉଚିତ ନୁହେଁ |
/wp:list {"id":314592,"sizeSlug":"large"}
wp:list
  • ମନ୍ତ୍ର ଜପ ସମୟରେ ମାଳା କୌଣସି ବସ୍ତ୍ର ଦ୍ୱାରା ଘୋଡେଇ ହୋଇ ରହିବା ଉଚିତ କିମ୍ବା ଗୋମୁଖରେ ରହିବା ଉଚିତ | ଯେଉଁ ମାଳାରେ ମନ୍ତ୍ର ଜପ କରୁଛନ୍ତି ତାକୁ ଧାରଣ କରିବା ଅନୁଚିତ |
/wp:list

ରୁଦ୍ରାକ୍ଷ ମାଳା - ଅଧିକାଂଶ ମନ୍ତ୍ର ଜପ ରୁଦ୍ରାକ୍ଷ ମାଳାରେ କରାଯାଏ | ମହାମୃତ୍ୟୁଞ୍ଜୟ ଓ ଲଘୁମୃତ୍ୟୁଞ୍ଜୟ ମନ୍ତ୍ର କେବଳ ରୁଦ୍ରାକ୍ଷରେ କରିବା ଉଚିତ |

{"id":314594,"width":565,"height":415,"sizeSlug":"large"}

ସ୍ପଟିକ ମାଳା - ମା ସରସ୍ବତୀ ଓ ମା ଲକ୍ଷ୍ମୀଙ୍କ ମନ୍ତ୍ର ସ୍ପଟିକ ମାଳା ଦ୍ୱାରା ଜପ କରିବା ଉତ୍ତମ ବୋଲି କୁହାଯାଏ |

{"id":314597,"width":564,"height":371,"sizeSlug":"large"}

ହଳଦୀ ମାଳା - ବୃହସ୍ପତି ଦେବ ଓ ମା ବଗଳାମୁଖୀଙ୍କ ମନ୍ତ୍ର ପାଇଁ ହଳଦୀ ମାଳା ପ୍ରୟୋଗ କରାଯାଇଥାଏ | ଜ୍ଞାନ ଓ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ହଳଦୀ ମାଳା ପ୍ରୟୋଗ କରାଯାଏ |

{"id":314598,"width":565,"height":376,"sizeSlug":"large"}

ଚନ୍ଦନ ମାଳା - ମନ୍ତ୍ର ଜପ ପାଇଁ ଦୁଇ ପ୍ରକାର ଚନ୍ଦନ ମାଳା ପ୍ରୟୋଗ କରାଯାଇଥାଏ, ଲାଲ ଚନ୍ଦନ ଓ ଶ୍ୱେତ ଚନ୍ଦନ | ଦେବୀଙ୍କ ମନ୍ତ୍ର ଜପ ଲାଲ ଚନ୍ଦନ ମାଳାରେ ଓ ଭଗବାନ କୃଷ୍ଣଙ୍କ ମନ୍ତ୍ର ଶ୍ୱେତ ଚନ୍ଦନ ମାଳାରେ କରାଯାଏ |

{"id":314602,"width":561,"height":373,"sizeSlug":"large"}

ତୁଳସୀ ମାଳା - ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରଙ୍କ ମନ୍ତ୍ର ଜପ ତୁଳସୀ ମାଳାରେ କରାଯାଏ | ଏହି ମାଳା ଧାରଣ କଲେ ବୈଷ୍ଣବ ପରମ୍ପରା ପାଳନ କରିବା ଉଚିତ | ତୁଳସୀ ମାଳାରେ କଦାପି ଦେବୀ କିମ୍ବା ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଉଚିତ ନୁହେଁ |

{"id":314603,"width":559,"height":419,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.