Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହେନ୍ଦ୍ର ସିଂ ଧୋନୀ ନିଜ ବଡଭାଇଙ୍କ ବିଷୟରେ କେବେ କିଛି କୁହନ୍ତି ନାହିଁ କାହିଁକି ? ଜାଣନ୍ତୁ କାରଣ

ମୁମ୍ୱାଇ୧୨|୩: ମହେନ୍ଦ୍ର ସିଂ ଧୋନୀ ଜଣେ ଚର୍ଚ୍ଚିତ ଭାରତୀୟ କ୍ରିକେଟ ତାରକା। ୨୦୧୬ ମସିହା ସେପଟେମ୍ୱର ମାସ ୩୦ ତାରିଖରେ ଧୋନୀଙ୍କ ବାୟୋପିକ୍‌ ମୁକ୍ତିଲାଭ କରିଥିଲା। ଧୋନୀଙ୍କ ବାସ୍ତବ ଜୀବନର କାହାଣୀ ସିନେମାରେ ରୁପାନ୍ତରୀତ କରାଗଲା ପରେ ଦର୍ଶକ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିଥିଲେ। ମହେନ୍ଦ୍ର ସିଂଙ୍କ ରିୟଲ ଲାଇଫ ଉପରେ ଆଧାରିତ ଏହି ଫିଲ୍ମ ଖୁବ୍‌ ଭଲ ଆୟ ମଧ୍ୟ କରିଥିଲା। ତାମିଲ, ତେଲୁଗୁ ଭାଷାରେ ଏହି ଚଳଚ୍ଚିତ୍ର ରିଲିଜ ହୋଇଥିଲା। ସିନେମାରେ ୱାର୍ଲଡ କପ, ତାଙ୍କ ମାଁ ବାପା, ଭଉଣୀ, ପ୍ରେମିକା ଓ ସ୍ତ୍ରୀ, ସାଂଗସାଥୀ ସମସ୍ତଙ୍କ ବିଷୟରେ କିଛି ନା କିଛି ରହିଛି । ହେଲେ ତାଙ୍କ ନିଜ ବଡଭାଇଙ୍କ ବିଷୟରେ କିଛି ବି ନାହିଁ।

ମହେନ୍ଦ୍ର ସିଂଙ୍କଠୁ ତାଙ୍କ ବଡଭାଇ ନରେନ୍ଦ୍ର ସିଂ ୧୦ ବର୍ଷ ବଡ। ୩ ଭାଇ ଭଉଣୀଙ୍କ ମଧ୍ୟରୁ ନରେନ୍ଦ୍ର ସବୁଠୁ ବଡ। ୧୯୭୧ ମସିହା ଅକ୍ଟବର ମାସରେ ରାଂଚିରେ ନରେନ୍ଦ୍ର ଜନ୍ମ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଧୋନୀଙ୍କ ଭାଇ ଜଣେ ରାଜନେତା। ଗୋଟେ ସାକ୍ଷାତକାରରେ ନରେନ୍ଦ୍ର କହିଥିଲେ ଯେ ମାହି ଯେତେବେଳେ ପ୍ରଥମେ କ୍ରିକେଟ ଖେଳିଥିଲେ ସେଠାରେ ସେ ଉପସ୍ଥିତ ନଥିଲେ।

ଦୁଇ ଭାଇଙ୍କ ସଂପର୍କ ବହୁତ ଭଲ ବୋଲି ସୋ କହିଥିଲେ। ମାହି ଛୋଟ ଥିବା ସମୟରେ ସେ ତାଙ୍କର ବହୁତ ଳାଲନ ପାଳନ କରିଛନ୍ତି। ବଡ ଭାଇ କହିଥିଲେ ଯେ, ମହେନ୍ଦ୍ରଙ୍କ ସହ ତାଙ୍କର ଅନେକ ଅଭୁଲା ସ୍ମୃତି ଅଛି ଯାହା ମାହିକୁ ମନେ ନଥିବ କାରଣ ସେ ବହୁତ ଛୋଟ ଥିଲା ।

ତେବେ ୧୯୯୧ ମସିହାରେ ନରେନ୍ଦ୍ର ପରିବାରଠୁ ଦୂରେଇ ଯାଇଥିଲେ। ରାଞ୍ଚିରେ ବିବାହ କରି ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ତାଙ୍କର କୌଣସି ଆପତ୍ତି ନାହିଁ ଯେ ଫିଲ୍ମରେ ତାଙ୍କ ବିଷୟରେ କିଛି ଦେଖାଯାଇନାହିଁ। ସମଗ୍ର ଦେଶ ଭଳି ସେ ମଧ୍ୟ ଧୋନୀ ପାଇଁ ଗର୍ବ ଅନୁଭବ କରନ୍ତି। ସମ୍ଭବତଃ ସେ ପରିବାରଠୁ ଦୂରେଇ ରହୁଥିବାରୁ ତାଙ୍କ ବିଷୟରେ କିଛି କୁହାଯାଇନାହିଁ । କେବଳ ବାୟୋପିକ୍‌ ନୁହେଁ, ସାଧାରଣବାବେ ମଧ୍ୟ ଧୋନୀ କେବେ ନିଜ ବଡଭାଇଙ୍କ ସମ୍ପର୍କରେ ଆଲୋଚନା କରିନାହାନ୍ତି ।    

1745 Views

   ସମ୍ବନ୍ଧିତ ଖବର