ମହେନ୍ଦ୍ର ସିଂହ ଧୋନୀଙ୍କ ଭାଇ କିଏ? ଧୋନୀ କାହିଁକି ତାଙ୍କଠୁ ରହୁଛନ୍ତି ଅଲଗା? ଜାଣନ୍ତୁ କାରଣ...

Published By : Prameya-News7 Bureau | October 11, 2019 IST

ନୂଆଦିଲ୍ଲୀ୧୧|୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମଗ୍ର ବିଶ୍ବ ଜାଣିଛି। କ୍ରିକେଟ ଜଗତରେ ଧୋନୀଙ୍କ ଦମଦାର ବ୍ୟାଟିଂକୁ ଏବେ ବି କ୍ରିକେଟ ପ୍ରେମୀ ମନେ ରଖିଛନ୍ତି। ମହେନ୍ଦ୍ର ସିଂହଙ୍କ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିଛି। ଧୋନୀଙ୍କ ବ୍ୟକ୍ତିଗତ ଜୀବନରେ ଏମିତି କିଛି କଥା ରହିଛି ଯାହା ହୁଏତେ କେହି ଜାଣିନଥିବେ । ଧୋନୀ ତାଙ୍କ ବଡ଼ ଭାଇଙ୍କ ପାଖରୁ ଦୂରେଇ ରହୁଛନ୍ତି । ତେବେ ଏହାର କାରଣ କଣ ଆସନ୍ତୁ ଜାଣିବା।

ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ଭାଇ ନରେନ୍ଦ୍ର ସିଂହ ଧୋନୀଙ୍କ ସଂପର୍କରେ ଅତି କମ୍ ଲୋକ ଜାଣିଥିବେ। ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଆଧାରିତ ଏମଏସ ଧୋନୀ ଫିଲ୍ମରେ ତାଙ୍କ ବଡ଼ ଭାଇଙ୍କ ଚରିତ୍ରକୁ ପରଦାରେ ଦେଖା ଯାଇ ନଥିଲା। କ୍ରିକେଟ ଜଗତର ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ନିଜ ପରିବାରକୁ ବହୁତ ଭଲ ପାଆନ୍ତି। ହେଲେ ନିଜ ଭାଇ ନରେନ୍ଦ୍ରଙ୍କ ଠାରୁ ସେ ଅଲଗା ରହନ୍ତି ।

{"id":168812,"width":582,"height":423}

ସୂଚନାଯୋଗ୍ୟ ଯେ ଏକ ବଡ଼ କାରଣ ଯୋଗୁଁ ଧୋନୀ ତାଙ୍କ ଭାଇଙ୍କ ପାଖରୁ ଦୂରେଇ ରହୁଛନ୍ତି। ଧୋନୀଙ୍କ ଭାଇ ନରେନ୍ଦ୍ର ସିଂହ ଧୋନୀ ସବୁବେଳେ ନିଶାରେ ବୁଡ଼ି ରହୁ ଥିଲେ। ଧୋନୀ ଓ ତାଙ୍କ ପରିବାର ଲୋକ ନରେନ୍ଦ୍ରଙ୍କୁ ନିଶା ଛାଡିବା ପାଇଁ ବୁଝାଇଥିଲେ। ହେଲେ ନରେନ୍ଦ୍ର ନିଜ ଅଭ୍ୟାସ ଛାଡି ପାରିଲେ ନାହିଁ। ଏହି କାରଣ ଯୋଗୁଁ ଧୋନୀ ନିଜ ଭାଇଙ୍କ ପାଖରୁ ଦୂରେଇ ଯାଇଥିବା କଥା ସୂଚନା ମିଳିଛି। ଏବେ ନରେନ୍ଦ୍ର ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବାରୁ ସେ ସମାଜବାଦୀ ପାର୍ଟିରେ କାମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.