ପାସପୋର୍ଟରେ ପଦ୍ମ କାହିଁକି ? ବିରୋଧ ପରେ ଜବାବ ରଖିଲା ବୈଦେଶିକ ମନ୍ତ୍ରଣାଳୟ

Published By : Prameya-News7 Bureau | December 12, 2019 IST

 ନୂଆଦିଲ୍ଲୀ୧୨.୧୨- ନୂଆ ପାସପୋର୍ଟରେ  ପଦ୍ମ ଚିହ୍ନକୁ ନେଇ ବିରୋଧି ଲୋକସଭାରେ ହଙ୍ଗାମା କରିବାର ଦିନକ ପରେ  ଜବାବ ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ବିଭାଗ ପକ୍ଷରୁ ଏଥିଲାଗି  ସୁରକ୍ଷା କାରଣର ଯୁକ୍ତି ରଖାଯାଇଛି । କେରଳର କୋଝିକୋଡେରେ ଏହି ନୂଆ ପାସପୋର୍ଟ ବଣ୍ଟାଯିବା ଲାଗି ଅଣାଯାଇଥିବା ବେଳେ ବିବାଦ ହୋଇଥିଲା । ବୁଧବାର ଶୂନ୍ୟକାଳରେ କଂଗ୍ରେସ ସାଂସଦ ଏମ୍ କେ ରାଘବନ ଏହି ପ୍ରସଙ୍ଗ ଉଠାଇଥିଲେ ।

ପଦ୍ମ ବିଜେପିର ନିର୍ବାଚନୀ ସଂକେତ ହୋଇଥିବା ବେଳେ , ପୁଣି ଏକ ସରକାରୀ ସଂସ୍ଥାନର ଗୌରିକରଣ କରାଯିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ସାଂସଦ ।ତେବେ ଗୁରୁବାର  ଏ ନେଇ ସ୍ପଷ୍ଟିକରଣ ରଖିଛି  ଏମ୍ଇଏ । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର  ରବିଶ କୁମାର କହିଛନ୍ତି , ପଦ୍ମ ଆମ ଜାତୀୟ ପୁଷ୍ପ । ସୁରକ୍ଷା କାରଣରୁ ତାହାକୁ ଏବେ ପାସ୍ପୋର୍ଟ ଉପରେ ନିଆଯାଇଛି ।

ତେବେ ଆଗକୁ ଅନ୍ୟ ଜାତୀୟ ସଂକେତ ଗୁଡିକୁ ପର୍ଯାୟ କ୍ରମେ ପାସ୍ପୋର୍ଟ ରେ ନିଆଯିବ । ଜାଲି ପାସପୋର୍ଟ ଗୁଡିକୁ ଧରିବା ଲାଗି  ପ୍ରକୃତ ପାସ୍ପୋର୍ଟରେ ଏହି ସୁରକ୍ଷା ଫିଚର ରହିଛି ବୋଲି ସେ ସ୍ପଷ୍ଟ ମଧ୍ୟ କରିଛନ୍ତି ।ଏହା ଇଣ୍ଟର ନ୍ୟାସନାଲ ସିଭିଲ୍ ଆଭିଏସନ ଅର୍ଗାନାଇଜେସନ ନିର୍ଦ୍ଦେଶାବଳୀ ମୁତାବକ ଗ୍ରହଣ  କରାଯାଇଥିବା ମଧ୍ୟ କହିଛନ୍ତି  ରବିଶ କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.