Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାହିଁକି ଭଗବାନଙ୍କୁ ହରି ଓ ନାରାୟଣ ନାମରେ ସ୍ମରଣ କରନ୍ତି ଭକ୍ତ,ଆସନ୍ତୁ ଜାଣିବା

18/05/2019 at 4:14 PM

ଶାସ୍ତ୍ର ଓ ପୁରାଣରେ ଭଗବାନଙ୍କର ଦୁଇଟି ରୂପ ସମ୍ପର୍କରେ ବର୍ଣ୍ଣନା ରହିଛି । ଗୋଟିଏ ତାଙ୍କର ଶାନ୍ତ ଓ କୋମଳ ରୂପ ହୋଇଥିବା ବେଳେ ଅନ୍ୟଟି ଭୀଷଣ ଓ ଭୟାନକ। ତେବେ ପ୍ରଭୁ ତାଙ୍କର ପ୍ରତ୍ୟେକ  ରୂପରେ କଲ୍ୟାଣକାରୀ। ତାଙ୍କର ହୃଦୟ ଅତ୍ୟନ୍ତ କୋମଳ। ଏଣୁ ଭକ୍ତ ତାଙ୍କୁ କମଳାକାନ୍ତ ଓ ଭକ୍ତବତ୍ସଳ ଭାବେ ବର୍ଣ୍ଣନା କରିଥାନ୍ତି। ତେବେ  ଶାନ୍ତ ରୂପରେ ସେ ପ୍ରତ୍ୟେକ ପରସ୍ଥିତିରେ ମନୁଷ୍ୟକୁ ଶାନ୍ତ ରହି ସମସ୍ୟା ସମାଧାନର ବାଟ ଖୋଜିବାକୁ ପ୍ରେରଣା ଦେଇଥାନ୍ତି।   ଭଗବାନଙ୍କୁ ଆମେ ଅନେକ ନାରାୟଣ ଓ ହରି ଭାବରେ ଜାଣନ୍ତି। ତେବେ ତାଙ୍କୁ ଆମେ କାହିଁକି ଏହି ନାମରେ ସ୍ମରଣ କରନ୍ତି  ସେ ସମ୍ପର୍କରେ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା

ଭଗବାନ ତାଙ୍କର ପ୍ରତ୍ୟେକ ରୂପରେ ଭକ୍ତଙ୍କ ଉପରେ କରୁଣା ବର୍ଷା କରିଥାନ୍ତି। ଏଥିପାଇଁ ତାଙ୍କୁ ପାଳନ କର୍ତ୍ତା ବୋଲି ମଧ୍ୟ କୁହାଯାଏ। ସୃଷ୍ଟି ପାଇଁ ମୌଳିକ ଉପାଦାନରେ ପାଣି ଅନ୍ୟତମ । ଯାହା ଭଗବାନଙ୍କ ପାଦରୁ ଜାତ ହୋଇଥିଲା। ଏଣୁ ପାଣିକୁ ସଂସ୍କୃତରେ ନିର ବା ନର କୁହାଯାଏ। ଭଗବାନ ବିଷ୍ଣୁ ମଧ୍ୟ ପାଣିରେ ରହିବାକୁ ଭଲ ପାଆନ୍ତି। ଏଣୁ ତାଙ୍କୁ ନର ଶବ୍ଦରୁ ନାରାୟଣ ବୋଲି କୁହାଯାଏ। ଅର୍ଥାତ ପାଣିରେ ଭଗବାନ ବିଷ୍ଣୁଙ୍କ ଅବସ୍ଥାନ ହେତୁ ଭକ୍ତମାନେ ତାଙ୍କୁ ନାରାୟଣ ନାମରେ ସ୍ମରଣ କରନ୍ତି।

ସେହିପରି ଭଗବାନ ବିଷ୍ଣୁଙ୍କୁ ହରି ବୋଲି ମଧ୍ୟ ବକ୍ତ ସ୍ମରଣ କରାଯାଏ। ହରି ଶବ୍ଦର ଉତ୍ପତି ହର ଶବ୍ଦରୁ ହୋଇଛି। ଏଣୁ କୁହାଯାଏ ହରି ହରତି ପାପାନୀ। ଯାହାର ଅର୍ଥ ଆମମାନଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଓ ପାପକୁ ଭଗବାନ ହିଁ ହରଣ କରିଥାନ୍ତି। ଏଥି ପାଇଁ ଭକ୍ତମାନେ ତାଙ୍କୁ ଶ୍ରୀ ହରି ଭାବେ ମଧ୍ୟ ସ୍ମରଣ କରନ୍ତି। ଶ୍ରୀ ହରିଙ୍କ ଶରଣାପନ୍ନ ଭକ୍ତ କେବେବି ନିରାଶ ହୁଅନ୍ତି ନାହିଁ।   ଦୁଃଖକଷ୍ଟ ଯେମିତି ବି ହେଉ ଶ୍ରୀ ହରି ତାଙ୍କ ଭକ୍ତଙ୍କ ସହ ରହି ସଂକଟର ମୁକାବିଲା କରନ୍ତି।

ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବେ କିପରି ?
ସପ୍ତାହର ଗୁରୁବାର ଦିନ ଶୁଦ୍ଧପୁତ ସ୍ନାନ ପରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ବିଧିବତ ପୂଜା କରନ୍ତୁ।ପୂଜା ପାଇଁ ଘିଅ ଦୀପ ପ୍ରଜ୍ବଳନ କରିବା ସହ ପୂଜାରେ ହଳଦିଆ ରଙ୍ଗର ଫୁଲ ବ୍ୟବହାର କରନ୍ତୁ। ତାଙ୍କୁ କୌଣସି ବି ମନ୍ତ୍ରରେ ଆବାହନ କରି ପୂଜା କରାଯାଇପାରେ।

   Related Posts