Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଭଗବାନ ବିଷ୍ଣୁଙ୍କ ନାମ ନାରାୟଣ ଏବଂ ହରି କାହିଁକି ଜାଣନ୍ତୁ

12/03/2019 at 9:51 AM

ଭୁବନେଶ୍ୱର ୧୨/୩ : ପୁରାଣରେ ଭଗବାନ ବିଷ୍ଣୁଙ୍କ ୨ଟି ରୂପ ବିଷୟରେ ବର୍ଣ୍ଣନା କରାଯାଇଛି | ଗୋଟିଏ ରୂପରେ ସେ ଶାନ୍ତ, ପ୍ରସନ୍ନ ଏବଂ କୋମଳ ହୋଇଥିବାବେଳେ ଅନ୍ୟ ରୂପରେ ଭଗବାନଙ୍କୁ ବହୁତ ଭୟଙ୍କର ହୋଇଥାନ୍ତି | ଗୋଟିଏ ରୂପରେ ଶ୍ରୀହରି କାଳ ସ୍ୱରୂପ ଶେଷନାଗ ଉପରେ ଆରାମରେ ବସିଥାନ୍ତି | ଏହି ରୂପ ଦେଖିଆ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଯେ, ସାପମାନଙ୍କ ରାଜା ଶେଷନାଗ ଉପରେ ବସି ଜଣେ ଏତେ ଶାନ୍ତ କିଭଳି ରହିପାରେ | କିନ୍ତୁ ସେ ତ ଭଗବାନ | ତାଙ୍କ ପାଇଁ ସବୁ ସମ୍ଭବ |


ଭଗବାନ ବିଷ୍ଣୁଙ୍କ ଶାନ୍ତ ଚେହେରା କଠିନ ପରିସ୍ଥିତିରେ ଲୋକଙ୍କୁ ଶାନ୍ତ ରହିବ ପାଇଁ ପ୍ରେରଣା ଦେଇଥାଏ | ସମସ୍ୟାଗୁଡିକର ସମାଧାନ ଶାନ୍ତ ରହି କରିବା ସର୍ବୋତ୍ତମ | ଶାନ୍ତ ରହି ସମସ୍ୟାର ସମାଧାନ ବାଟ ଖୋଜିଲେ ସଫଳତା ମିଳଥାଏ ବୋଲି କହିଛନ୍ତି ଭଗବାନ ବିଷ୍ଣୁ |


ଭଗବାନ ବିଷ୍ଣୁ ନିଜ ଭକ୍ତଙ୍କ ଉପରେ ସବୁ ରୂପରେ କୃପା ବର୍ଷଣ କରିଥାନ୍ତି | ସେଥିପାଇଁ ତାଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ | ଭଗବାନ ବିଷ୍ଣୁଙ୍କ ଅନ୍ୟ ନାମ ନାରାୟଣ |

ଭଗବାନ ବିଷ୍ଣୁଙ୍କ ନାଁ ନାରାୟଣ କାହିଁକି ଆସନ୍ତୁ ଜାଣିବା :
ଏକ ପୌରାଣିକ କଥା ଅନୁଯାୟୀ, ପାଣିର ଜନ୍ମ ଭଗବାନ ବିଷ୍ଣୁଙ୍କ ପାଦରୁ ହୋଇଛି | ପାଣିକୁ ନୀର ବୋଲି ମଧ୍ୟ କୁହାଯାଏ | ଭଗବାନ ବିଷ୍ଣୁ ମଧ୍ୟ ଜଳରେ ହିଁ ବାସ କରନ୍ତି | ସେଥିପାଇଁ ନୀର ଶବ୍ଦରୁ ତାଙ୍କ ନାଁ ନାରାୟଣ |


ଭଗବାନ ବିଷ୍ଣୁଙ୍କ ଆଉ ଗୋଟିଏ ନାମ ହେଲା ହରି | ହରି ନାଁର ଉତ୍ପତ୍ତି ହରରୁ ହୋଇଛି | ପୁରାଣରେ ଅଛି “ହରି ହରତି ପାପାନି” ଅର୍ଥାତ ହରି ଭଗବାନ ମଣିଷ ଜୀବନର ସମସ୍ତ ସମସ୍ୟା ଦୂର କରିଥାନ୍ତି ଏବଂ ପାପରୁ ମୁକ୍ତି ଦେଇଥାନ୍ତି | ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ହରି ବୋଲି ମଧ୍ୟ କୁହାଯାଇଥାଏ | ଶ୍ରଦ୍ଧାର ସହ ଶ୍ରୀହରି ମନ୍ତ୍ର ଜପ କଲେ ମଣିଷକୁ ନିରାଶ ହେବାକୁ ପଡ଼ିନଥାଏ | ସବୁ କାର୍ଯ୍ୟ ସଫଳ ହୋଇଥାଏ | ଶ୍ରୀହରି ମଣିଷର ସବୁ କଷ୍ଟ ଦୂର କରିଥାନ୍ତି |


ଭଗବାନ ବିଷ୍ଣୁଙ୍କୁ କିଭଳି ପ୍ରସନ୍ନ କରିବେ ଜାଣନ୍ତୁ :
ଗୁରୁବାର ଦିନ ସକାଳୁ ସ୍ନାନ କରି ହଳଦିଆ ବସ୍ତ୍ର ପିନ୍ଧିବେ
ଏହାପରେ ଏକ ଆସନରେ ବସି ଭଗବାନ ବିଷ୍ଣୁଙ୍କ ବିଧି ଅନୁଯାୟୀ ଆରାଧନା କରିବେ
ହଳଦିଆ ଫୁଲରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବେ
ଶୁଦ୍ଧ ଘିଅର ଦୀପ ଲଗାଇବେ
ଫଳ କିମ୍ବା ମିଠା ଭୋଗ କରିବେ
ଏହାପରେ ଭଗବାନ ବିଷ୍ଣୁଙ୍କ ଯେକୌଣସି ମନ୍ତ୍ର ଜପ କରିବେ

   Related Posts