ଭଗବାନ ରାମଚନ୍ଦ୍ର ଯାଇଥିଲେ ୧୪ବର୍ଷ ବନବାସ : ହେଲେ କାହିଁକି ୧୫ ନୁହେଁ କି ୧୩ ନୁହେଁ ,ଜାଣନ୍ତୁ

Published By : Prameya-News7 Bureau | October 12, 2019 IST

ରାମାୟଣର କଥା ଅନୁସାରେ କୈକେୟୀଙ୍କ ଜିଦ୍ ଯୋଗୁଁ ଶ୍ରୀରାମଙ୍କୁ ୧୪ବର୍ଷର ବନବାସ ଯିବାକୁ ପଡ଼ିଥିଲା। ଦାସୀ ମନ୍ଥରାର ପ୍ରରୋଚନାରେ ପଡ଼ି କୈକେୟୀ ରାଜା ଦଶରଥଙ୍କଠୁ କିଛି ଏପରି ପ୍ରତିଶ୍ରୃତି ମାଗିଥିଲେ,ଯାହା ସବୁ କିଛି ଓଲଟପାଲଟ କରି ଦେଇଥିଲା। ସେ ନିଜ ପୁଅ ଭରତଙ୍କ ରାଜଗାଦି ଏବଂ ରାମଙ୍କୁ ୧୪ବର୍ଷ ବନବାସ ଦେବାର ବଚନ ମାଗିଥିଲେ। ଭଗବାନ ରାମଚନ୍ଦ୍ର ଚାହିଁଥିଲେ ଏହାର ବିରୋଧ କରି ପାରିଥାଆନ୍ତେ,କିନ୍ତୁ ସେ ଏପରି କରି ନଥିଲେ। ଏଥିପାଇଁ କୁହାଯାଇଥାଏ ଯେ, ରଘୁକୁଲ ରୀତ ସଦା ଚଲି ଆଇ ପ୍ରାଣ ଜାଏ ପର ବଚନ ନ ଯାଏ।

ଏ​ବେ ଚିନ୍ତାର ବିଷୟ ହେଉଛି ଏହା ଯେ,କୈକେୟୀ ମାତା ଭଗବାନ ରାମଚନ୍ଦ୍ରଙ୍କ ପାଇଁ ୧୪ବର୍ଷର ବନବାସ କାହିଁକି ମାଗିଥିଲେ? ଏହା ପଛରେ ପ୍ରଶାସନିକ କାରଣ ରହିଛି। ବାସ୍ତବରେ ତ୍ରେତୟା ଯୁଗରେ ପ୍ରଶାସନିକ ନିୟମ ଅନୁସାରେ ଯଦି କୌଣସି ରାଜା ନିଜର ରାଜଗାଦି ୧୪ବର୍ଷ ପାଇଁ ଛାଡ଼ି ଦେଇଥାଆନ୍ତି,ତେବେ ଏହା ପରେ ରାଜା କରାଯାଇନଥାଏ। କିନ୍ତୁ ନିଜ ଭାଇଙ୍କୁ ଅସୀମ ପ୍ରେମ କରୁଥିବା ଭରତ ଏପରି ହେବାକୁ ଦେଇନଥିଲେ। ସେ ନିଜେ ରାଜଗାଦୀ ତ୍ୟାଗ କରିଥିଲେ ଏବଂ ବନରେ ନିଜ ଜୀବନ କାଟିଥିଲେ ,ପରେ ଯେତେବେଳେ ରାମଚନ୍ଦ୍ର ବନବାସ ସମାପ୍ତ କରି ଫେରିଥିଲେ,ଭରତ ତାଙ୍କୁ ରାଜା କରିଥିଲେ।

କୁହାଯାଏ ଯେ,ଭଗବାନ ରାମଚନ୍ଦ୍ରଙ୍କୁ ବନବାସକୁ ପଠାଇବାରେ ପ୍ରକୃତରେ ଦେବତାଙ୍କ ହାତ ରହିଥିଲା,କାରଣ ସେ ଯଦି ବନବାସ ନଯାଇଥାନ୍ତେ ତେବେ ରାବଣଙ୍କୁ କିପରି ବଧ କରିଥାଆନ୍ତେ? ତାଙ୍କର ଜନ୍ମରୁ ଉଦ୍ଦେଶ୍ୟ ଥିଲା ରାବଣଙ୍କ ବଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.