କାହିଁକି ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରାଯାଇଥାଏ ଜାଣନ୍ତୁ

Published By : Prameya-News7 Bureau | February 25, 2019 IST

ଭୁବନେଶ୍ୱର ୨୫/୨ : ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ | ଶିବଙ୍କ ପୂଜା ବିଧିରେ ବେଲ ପତ୍ର ବ୍ୟବହାର ହୁଏ ବୋଲି ଆମେ ସମସ୍ତେ ଜାଣିଛେ | କାରଣ ବେଲ ପତ୍ର ଭଗବାନ ଶିବଙ୍କ ବହୁତ ପ୍ରିୟ | ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ବେଲ ପତ୍ରର ବିଶେଷ ମହତ୍ୱ ରହିଛି | ମହାଶିବରାତ୍ରିରେ ଶିବଲିଙ୍ଗରେ ବେଲ ପତ୍ର ଅର୍ପଣ କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି | ଦେବ ଦେବ ମହାଦେବଙ୍କ ପୂଜା ବେଲ ପତ୍ର ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ |

{"id":88764,"width":576,"height":354}

ଭଗବାନ ଶିବଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହାଯାଇଥାଏ | ସେ ସବୁକତା ଭୁଲିଯାଉଥିବାରୁ ତାଙ୍କୁ ଭୋଳାନାଥ ନାଁ ଦିଆଯାଇଛି | ଶିବ ଭକ୍ତଙ୍କ ସ୍ନେହ ଏବଂ ପୂଜାରେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି |

{"id":88765,"width":581,"height":344}

ଏକ ପୌରାଣିକ ବିଶ୍ୱାସ ରହିଛି ଯେ, ସାଗର ମନ୍ଥନ ବେଳେ ହଳାହଳ କାଳକୂଟ ନାମକ ଗରଳ ପିଇଦେଇଥିଲେ | ଭଗବାନ ଏହି ବିଷକୁ ନିଜ ଆଞ୍ଜୁଳାରେ ନେଇ ପିଇ କଣ୍ଠରେ ଧାରଣ କରିଦେଲେ | ବିଷର ପ୍ରଭାବରେ ଭଗବାନ ଶିବଙ୍କ ମସ୍ତିସ୍କ ଗରମ ହୋଇଗଲା | ଶିବଙ୍କ ମସ୍ତିସ୍କ ଗରମ ହେଲେ ସେ ତାଣ୍ଡବ କରିବେ ବୋଲି ଦେବତାମାନେ ଶିବଙ୍କୁ ଶାନ୍ତ କରିବା ପାଇଁ ତାଙ୍କ ଉପରେ ଜଳ ଅର୍ପଣ କରିବାକୁ ଲାଗିଲେ | ଦେବତାମାନେ ଶିବଙ୍କୁ ବେଲପତ୍ର ମଧ୍ୟ ଅର୍ପଣ କରିଥିଲେ | ସେହିଦିନଠାରୁ ଭଗବାନ ଶିବଙ୍କୁ ବେଲ ପତ୍ର ଦେଇ ପ୍ରସନ୍ନ କରାଯାଇଥାଏ |

{"id":88766}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.