ଭଗବାନ ଶିବଙ୍କ ସହ ଜଡିତ ୬ଟି କଥା ଯେଉଁଥିପାଇଁ ତାଙ୍କୁ କୁହାଯାଏ 'ଦେବ ଦେବ ମହାଦେବ'

Published By : Prameya-News7 Bureau | January 24, 2021 IST

ଭୁବନେଶ୍ୱର ୨୪/୦୧ : ଭଗବାନ ଶିବଙ୍କୁ ମହାଦେବ ବୋଲି କୁହାଯାଏ। ସେ ଅନାଦି ପରମେଶ୍ୱର। ସେ ଆଗମ-ନିଗମ ଆଦି ଶାସ୍ତ୍ରର ଅଧିଷ୍ଠାତା ମଧ୍ୟ। ଶିବଙ୍କୁ ସଂସାରରେ ଜୀବ ଚେତନାର ସଞ୍ଚାର କୁହାଯାଇଛି। ଭଗବାନ ଶିବ ଓ ଶକ୍ତି ସ୍ୱରୂପା ମା' ପାର୍ବତୀ ଏହି ଜଗତ ଓ ବ୍ରହ୍ମାଣ୍ଡରେ ବିଶେଷ ଭୂମିକା ନିର୍ବାହ କରୁଛନ୍ତି। ଶିବ ମହାପୁରାଣ ଅନୁସାରେ ଭଗବାନ ଶିବ ସ୍ୱୟଂ ବ୍ରହ୍ମାଙ୍କୁ ବେଦ ଜ୍ଞାନ ଦେଇଥିଲେ। ଶିବପୁରାଣରେ ଅନେକ ଗୁରୁତ୍ତ୍ୱପୂର୍ଣ କଥା ରହିଛି। ପଢନ୍ତୁ ଶିବପୁରାଣ ସହ ଜଡିତ କିଛି ଜଣା ଅଜଣା କଥା।

{"id":397606,"sizeSlug":"large","linkDestination":"none"}

୧. ବିଶ୍ୱାସ ଅନୁସାରେ, 'କୋଟି ରୁଦ୍ର ସଂହିତା' ଓ 'ଶତ ରୁଦ୍ର ସଂହିତା'ରେ ଭଗବାନ ଶିବଙ୍କ ତେଜରୁ ପୁଞ୍ଜ ଜାଗୃତ ହୋଇଥିଲା ଯେଉଁଠାରୁ ଭଗବାନ ବିଷ୍ଣୁ ଉତ୍ପତ୍ତି ହୋଇଥିଲେ। ବିଷ୍ଣୁଙ୍କ ନାଭି କମଳରେ ବ୍ରହ୍ମାଙ୍କ ଉତ୍ପତ୍ତିର ଉଲ୍ଲେଖ ରହିଛି।

{"id":397596,"sizeSlug":"large","linkDestination":"none"}

୨. ଶିବ ହିଁ ସଂସାରରେ ଜନଜୀବନ ଚେତନା ସଞ୍ଚାର କରନ୍ତି। ବ୍ରହ୍ମା ସୃଷ୍ଟିର ଉତ୍ପତ୍ତିକର୍ତ୍ତା। ସେହିଭଳି ଶିବ ପ୍ରଥମ, ବିଷ୍ଣୁ ଦ୍ୱିତୀୟ ଓ ବ୍ରହ୍ମା ତୃତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ସାଂସାରିକ ମାନ୍ୟତା ଅନୁସାରେ ବ୍ରହ୍ମାଙ୍କୁ ପ୍ରଥମ, ବିଷ୍ଣୁଙ୍କୁ ଦ୍ୱିତୀୟ ଓ ଶିବଙ୍କୁ ତୃତୀୟ ତଥା ପ୍ରଳୟଙ୍କରୀ ରୂପରେ ସମସ୍ତେ ଜାଣିଛନ୍ତି।

୩. ଭଗବାନ ଶିବ ହିଁ ସୃଷ୍ଟିର ଉତ୍ପତ୍ତି ଓ ଜଗତର ବିସ୍ତାର, ବିକାଶ ଓ ବ୍ରହ୍ମସ୍ୱରୂପ ସ୍ଥାପିତ କରିଛନ୍ତି। ଆମେ କଣ, କେଉଁଠୁ ଅଶିଚୁ, କେମିତି ଅଛୁ, ଅନ୍ତ ଓ ପ୍ରାରମ୍ଭ କଣ, କର୍ମ ଆଧାରରେ ଆମର ପ୍ରାରମ୍ଭ କଣ ହେବ, ଏହିସବୁ ଅବସ୍ଥାକୁ ଉପନିଷଦୀୟ ଜ୍ଞାନ ସାଧୁମାନଙ୍କ ମାଧ୍ୟମରେ ଆମ ସମ୍ମୁଖରେ ରଖିଛନ୍ତି।

{"id":397600,"sizeSlug":"large","linkDestination":"none"}

୪. ଶିବ ଏକମାତ୍ର ପରମ ଅଘୋରୀ ଯାହାଙ୍କ ମାଧ୍ୟମରେ ସଂସାରର ସମସ୍ତ ଦିବ୍ୟ ଶକ୍ତି, କ୍ରିୟା ଓ ପ୍ରାକୃତିକ ଦୃଷ୍ଟିକୋଣ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଥାଏ। ସେ ମାନବ ଜାତିକୁ ବର୍ଣ ବ୍ୟବସ୍ଥା ସହ ଆଶ୍ରମ ବ୍ୟବସ୍ଥା ଜ୍ଞାନ ମଧ୍ୟ ପ୍ରଦାନ କରିଛନ୍ତି। ଅଧ୍ୟାତ୍ମବାଦ ଅନୁସାରେ ଶିବ ତମାମ ଅବସ୍ଥା ଓ ବ୍ୟବସ୍ଥାକୁ ନିଜର ମାତ୍ର ଏକ ଅଂଶ ରୂପେ ଧାରଣ କରିଛନ୍ତି।

୫. ଶିବ ଏକମାତ୍ର ଭଗବାନ ଯିଏ ସଂସାର ପରିଚାଳନା କରୁଛନ୍ତି। ଶିବଙ୍କ ମାଧ୍ୟମରୁ ଜ୍ଞାନ ବୈରାଗ ଭଳି ମୂଳ ଦିବ୍ୟ ସାଧନା ସମ୍ବନ୍ଧୀୟ ତଥ୍ୟ ମିଳିଥାଏ। ଭଗବାନ ଶିବଙ୍କ ପରମ ତେଜସ୍ୱି ବିନ୍ଦୁ ନିଜ ଗତିରେ ସାରା ବ୍ରହ୍ମାଣ୍ଡର ଜୀବତ୍ମାକୁ ପ୍ରକାଶିତ କରିଥାଏ। ଏହିସବୁ ଜୀବତ୍ମା ଶିବଙ୍କ ସେହି ରୂପ ଦର୍ଶନ ଓ ଅନୁଭବ କରନ୍ତି। 

{"id":397605,"sizeSlug":"large","linkDestination":"none"}

୬. ଶିବ ହିଁ ପରମ ଗୁରୁ। ତାଙ୍କ କୃପାରୁ ଆମକୁ ଜୀବନକୁ ସୁନ୍ଦର ଭାବେ ଗଢିତୋଳିବା କଳା, ବର୍ତ୍ତମାନ ସହ ସଂଘର୍ଷ କରି ସମସ୍ତ ବ୍ୟାଧି ଉପରେ ନିୟନ୍ତ୍ରଣ କରି ଜୀବନ ଯାତ୍ରାକୁ ବିଜୟୀ କରିବାକୁ ଜ୍ଞାନ ମିଳିଥାଏ। ଶିବଙ୍କ ଜୀବନରୁ ଆମକୁ ଗୃହସ୍ଥ ଓ ସନ୍ୟାସର ଦର୍ଶନ ପ୍ରାପ୍ତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.