Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଝୁମ୍ମା ..ଚୁମ୍ମା ଦେ ଦେ …ର ହିରୋଇନ କାହିଁକି ହଜିଗଲେ ଇଣ୍ଡଷ୍ଟ୍ରୀରୁ ,ଆସନ୍ତୁ ଜାଣିବା

12/12/2018 at 9:27 PM

ମୁମ୍ଵାଇ୧୨/୧୨-ଅନେକ ଖୁବସୁରତ ହିରୋଇନ ଅନେକ ହିଟ୍ ସିନେମାଦେବା ପରେ ବି ଇଣ୍ଡଷ୍ଟ୍ରୀରୁ ବେଳେବେଳେ ଉଭାନ ହୋଇଯାଇଛନ୍ତି । ଏହାର କାରଣ ଖୋଜିବା ସବୁବେଳେ ସମ୍ଭବହୋଇ ନ ଥାଏ । କିଏ କିଏ ସିନେମା ଭିତରକୁ ପୁଣି ଲେଉଟିଆସନ୍ତି ତ କିଏ କିଏ ସବୁଦିନ ପାଇଁ ପରଦାରେସ୍ମୃତି ହୋଇ ରହିଯାଇଥାନ୍ତି । ସିନେମା ଜଗତରେ ଅନେକ ଚର୍ଚ୍ଚିତ ଅଭିନେତ୍ରୀ ଅନେକ ସମୟରେ ହଠାତ ଉଭାନହୋଇଯିବା ଦର୍ଶକଙ୍କୁ ନିରାଶ  ମଧ୍ୟ କରିଛି । ସେମିତିଜଣେ ଅଭିନେତ୍ରୀଙ୍କ ବାବଦରେ ଆଲୋଚନା କରିବା ଯିଏ ବିଗ ବି ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରି ବଡ଼କ୍ରେଜ ବି ବଲିଓଡ଼ରେ ରଖିଯାଇଛନ୍ତି ।

ଆପଣଙ୍କ ମନେଥାଇପାରେ ଝୁମ୍ମା ଚୁମ୍ମା.. ଦେ ଦେ ..ଗୀତରମୁଖୁଡ଼ା । କିଛି ନ ହେଲେ ବି ଆପଣ କେବେ କେବେ ଲିଜର ସମୟରେ କେବେକେବେ ଗାଇଦେଉଥିବେ । ମନେ ଅଛି ତ?

ହଁ ,ମନେପଡ଼ିଲା । ଅଭିନେତ୍ରୀ  କିମୋ କାଟକର । ନବେ ଦଶକରେ ଆସିଥିବା ହିନ୍ଦୀ ସିନେମା“ହମ”ରେ ଅମିତାଭଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ । ଏହି ସିନେମାଟି ସେତେବେଳେ ଏତେହିଟ ଦେଇଥିଲା, କାଟକର ସେତେବେଳେ ଚର୍ଚ୍ଚିତ ହୋଇଯାଇଥିଲେ । ଆଗଧାଡ଼ି ଅଭିନେତ୍ରୀ ହିସାବରେ କାଟତିମଧ୍ୟ ବଢ଼ିଯାଇଥିଲା । ଏହା ପରେ ୨/୩ଟି ସିନେମା କରି ଇଣ୍ଡଷ୍ଟ୍ରୀରୁ ହଠାତ ଉଭାନ ହୋଇଗଲେ ।

୧୯୬୫ରେ ଜନ୍ମ ଗ୍ରହଣ କରିଥିବା ଏହି ଅଭିନେତ୍ରୀ ସେତେବେଳେଅନେକ ସିନେମାର ବୋଲ୍ଡ଼ ସିନ୍ ଦେଇ ଚର୍ଚ୍ଚାରେ ରହିଥିଲେ । ସେ ଅଭିନୟ କରିଥିବା ସିନେମା ଗୁଡ଼ିକ ହେଲା–ଟାର୍ଜନ,ପଥର ଦିଲ୍ ,ମଇ ଯୁବା ,ମେରେ ଦିଲ,ଜୁଲମ କି ହୁକୁମତ ,ଦରିଆ ଦିଲ ଆହୁରି ଅନେକ । ୧୯୮୫ରେପଥର ଦିଲ ସିନେମାରେ ପାର୍ଶ୍ଵ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।

ଫଟୋଗ୍ରାଫର  ଓ ପ୍ରଡ଼୍ୟୁସର ଶାନ୍ତନୁ ଖେରଙ୍କ ସହ ବିବାହ ହେବା ପରେ ସେ ସିନେମା ଦୁନିଆରୁ ଦୂରେଇଯାଇଥିଲେ ।  ଅନେକ ସିନେମାର ଅଫର ତାଙ୍କୁ ମିଳିଥିଲେ ସେ  ଅଭିନୟ କରିବାକୁ ସମସ୍ତଙ୍କୁ ମନାକରାଦେଇଥିଲେ । ସେ ସ୍ଵାମୀଙ୍କ ସହ ଅନେକ ଦିନ ଲଣ୍ଡନରେ ରହିବା ପରେ ଏବେ ଭାରତ ଫେରିଆସିଛନ୍ତି । ଦେଖାଯାଉ ଆଉ ସିନେମାରେ କ୍ୟାରିଅର କରୁଛନ୍ତି କି ନାହିଁ ।

   Related Posts