ଭୁବନେଶ୍ବର୯/୨: ସାକ୍ଷାତାକାର ସମୟରେ କାନ୍ଦିଲେ ଆଇଟମ୍ ଗାର୍ଲ ତଥା ଯାତ୍ରା କୁଇନ ରାନୀ ପଣ୍ଡା। ଖଣ୍ଡଗିରି କୁମ୍ଭମେଳାରେ ବିଭିନ୍ନ ଯାତ୍ରା ପାର୍ଟି ନାଟକ ପରିବେଷଣ କରି ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟର ଖୋରାକ ଯୋଗାଇଛି। କିନ୍ତୁ ଖଣ୍ଡଗିରି ମେଳାରେ ନାହିଁ ସଚ୍ଚିଦାନନ୍ଦ ପାର୍ଟି ଆଉ ନାହାନ୍ତି ରାଣୀ ପଣ୍ଡା। ଖଣ୍ଡଗିରି ଯାତ୍ରା ପଡିଆରେ ସଚ୍ଚିଦାନନ୍ଦ ପାର୍ଟିକୁ ଅନୁମତି ନମିଳିବା ପ୍ରସଙ୍ଗରେ ଆଇଟମ୍ କୁଇନ୍ ରାନୀ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । କୋହ ଭରା କଣ୍ଠରେ କହିଛନ୍ତି, ମୋ ପାଇଁ ସଚ୍ଚିଦାନନ୍ଦ ପାର୍ଟିକୁ ବ୍ୟାନ କରାନଯାଉ। କାହା ପେଟ ପାଟଣାରେ ଲାତ ମରା ନ ଯାଉ । ବିନା କାରଣରେ ରାଣୀ ପଣ୍ଡା ଆଳରେ ପାର୍ଟିକୁ ଏଥର ବ୍ୟାନ କରାଗଲା ବୋଲି ଅଭିଯୋଗ କରିଛନ୍ତି । ସାକ୍ଷାତାକାର ସମୟରେ ରାନୀ ମଧ୍ୟ କାନ୍ଦି କାନ୍ଦି ଏଭଳି କଥା କହିଥିଲେ।
wp:html /wp:htmlରାନୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କଳାକାରଙ୍କଠୁ ଆରମ୍ଭ କରି ଟେକନିସିଆନ ସେମାନେ ଚଳିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି ।ଯାତ୍ରାରୁ ଅଶ୍ଲୀଳ ନୃତ୍ୟକୁ ଯଦି ବ୍ୟାନ କରିବାକୁ ପ୍ରଶାସନ ଚାହୁଁଛି, ତେବେ ଫିଲ୍ମ ଭଳି ଯାତ୍ରାରେ ବି ସେନ୍ସର ଲାଗୁ କରାଯାଉ ବୋଲି ରାଣୀ କହିଛନ୍ତି।
ଲୁହ ଭରା ଆଖିରେ ରାନୀ କହିଛନ୍ତି,ଚଳିତ ଖଣ୍ଡଗିରି ମେଳାରେ ଯେଉଁଭଳି ଭାବେ ଅଶ୍ଲୀଳ ନୃତ୍ୟ ପରିବେଷଣ ହେଉଛି। ସେଇଟା କଣ ଲୋକମାନଙ୍କୁ ଭଲ ଲାଗୁଛି ବୋଲି ରାନୀ କହିଥିଲେ। ଏହି ସମୟରେ ସମାଜସେବୀ, ପ୍ରଶାସନ ଏବଂ କଳିଙ୍ଗସେନା ଗଲେ କୁଆଡ଼େ ବୋଲି ରାନୀ ପ୍ରଶ୍ନ କରିଛନ୍ତି।