ଯାତ୍ରା ଜଗତର ଜୀବନ୍ତ କାହାଣୀ : କାହିଁକି ଅଭିନେତା ରାଗିଲେ ବାସୁ ମାଇତି, ବାସନ କୁସନ କାହିଁକି ଫଙ୍ଗିଦେଲେ ବାହାରକୁ, କଣ ଥିଲା ତାଙ୍କ ପତ୍ନୀଙ୍କ ଦୋଷ ???

Published By : Prameya-News7 Bureau | December 07, 2018 IST

wp:core-embed/youtube {"url":"https://www.youtube.com/watch?v=qF0r_jlEdo0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=qF0r_jlEdo0
/wp:core-embed/youtube

ଭଦ୍ରକ ୭|୧୨: ପ୍ରତିଷ୍ଠିତ ଓ ଚର୍ଚ୍ଚିତ ଯାତ୍ରା ଅଭିନେତା ବାସୁ ମାଇତି, କିରୋସିନି ଲାଇଟ ପ୍ୟାଣ୍ଡଲରୁ ଆଜିଯାଏ, ସେ ରଙ୍ଗମଂଚରେ ଅଛନ୍ତି । ଯେତେବେଳେ ଦର୍ଶକ ଶଗଡରେ ଯାତ୍ରା ଦେଖିବାକୁ ଆସୁଥିଲେ ସେତେବେଳେ ବାସୁ ମାଇତି ନାମି ଆଉ ଦାମୀ କଳାକାର । ଦଇତାରୀ ପଣ୍ଡାଙ୍କ ସମସାମୟିକ । ଦଇତାରୀ ପଣ୍ଡାଖଳ ନାୟକ ହେଉଥିଲେ ଆଉ ବାସୁ ମାଇତି ନାୟକ । ଉଛୁଳୁଥିଲା ମଂଚ ।  ଯାତ୍ରାଜଗତରେ ସେପୁରା ଲମ୍ବାଇନିଙ୍ଗସ ଖେଳୁଛନ୍ତି । ତେବେତାରିଣୀ ଗଣନାଟ୍ୟରସେହି ଚର୍ଚିତନାଟକ – ଜୀଅନ୍ତାଶବ ,  ତାଙ୍କୁଦର୍ଶକଙ୍କ ନିକଟରେ ପହଂଚାଇ ଦେଇଥିଲା । ଯେଉଁ ନାଟକରେ ଦୈତାରୀ ପଣ୍ଡା ଖଳନାୟକ ଓ ଲତା ମଣ୍ଡଳ ନାୟିକା ଥିଲେ, ସେହି ନାଟକରେ ବାସୁ ମାଇତି ଥିଲେ ନାୟକ ।

{"id":61744}

 ଜୀବନରେ ସେ ଅନେକ ସଫଳ ନାଟକରେ ଅଭିନୟ କରିଛନ୍ତି । ରକ୍ତରେ ଯେବେ ଲାଗିଛି ନିଆଁ , କୁନିମିଶ୍ର କଟକ ଯାଇଛି , ଇଶ୍ୱରଙ୍କ ଶବ ମୁଁ ଦେଖିଛି , ଭଙ୍ଗା ଆଇନା ଆଦି ନାଟକରେ ସେ ଜୀବନ୍ତ ଅଭିନୟ କରିଛନ୍ତି । ତେବେ ସେତେବେଳର ନାଟକରେ ଯେଉଁ ମାନଦଣ୍ଡ ଥିଲା,ଏବେ ସେଭଳି ନାହିଁ ବୋଲି କହନ୍ତି ବାସୁ । କେବଳ କାହାଣୀ ନୁହେଁ, ଚରିତ୍ରାଭିମୂଖୀ ଭାଷା ବି ନାହିଁ । ଆଉ ଏଥିପାଇଁ ସେ ନାଟ୍ୟକାରଙ୍କୁ ଦାୟୀ କରିଛନ୍ତି ।

{"id":61745}

ସୁନ୍ଦର ଚେହେରା,ହାଇଟ୍ ବିଭଲ ବାସୁଙ୍କର, ଅନେକ ଅଭିନେତ୍ରୀପଡିଛନ୍ତି ବାସୁଙ୍କପଛରେ । ତେବେ ସେସବୁକୁ ଆଡେଇଦେଇଛନ୍ତି ।   ଆଗରୁ ମୋବାଇଲ କି ଫୋନ୍ , କିଛି ନଥିଲା । ଗୋଟିଏ ପେଣ୍ଡେଲରେ ଦୁଇ ତିନିଦିନ ପରେ ଆଉ ଗୋଟିଏ ପ୍ୟାଣ୍ଡେଲ । ଚିଠି ପତ୍ର ଦେବା ସମ୍ଭବ ହେଉ ନଥାଏ । ନୂଆନୂଆ ବାହାଘରହୋଇଥାଏ ବାସୁମାଇତିଙ୍କର ।ଯାତ୍ରା ଛୁଟିପରେ ବାସୁବାବୁ ନିଜଗାଁକୁ ଗଲେ, ଆଉ ଘରେଯାଇ ଦେଖିବାବେଳକୁ ଘରେତାଙ୍କ ପତ୍ନୀନାହାଁନ୍ତି , ବାପଘରକୁ ପଳାଇଯାଇଛନ୍ତି । ବାସୁ ବାବୁଙ୍କ ରାଗ ପଂଚମକୁ ଚାଲିଗଲା । ଘରେ ବାସନକୁସନ ଫୋପାଡିବା ଆରମ୍ଭ କରିଦେଲେ। ଆଉ ଏବେ ଏହି କଥା ତାଙ୍କ ପଚାରିଲେ , ସେ ହସି ଦିଅନ୍ତି।

{"id":61746}

ବାସୁ କହନ୍ତି-ସେ ଯାତ୍ରାଜଗତର ଅନେକ ଗୁମର ଜାଣିଛନ୍ତି। ଯଦି ସେସବୁକୁ ସେ କହିବେ , ବିସ୍ଫୋରଣ ହୋଇଯିବ ।ତେବେ ସେସବୁ ଜଣନ୍ତି କିଛି କହିବେ ନାହିଁ ବୋଲି କହିଲେ । ଗୌରୀ ଗଣନାଟ୍ୟ ପରେ ଏବେ ସେ ରଙ୍ଗମହଲରେ ନିଜର ଅଭିନୟ ଜାରି ରଖିଛନ୍ତି ।

ରିପୋର୍ଟ: ସର୍ବେଶ୍ବର ନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.