Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂକ୍ରମଣରୁ ବର୍ତ୍ତିବା ପାଇଁ ବାରମ୍ବାର ପାଣିକୁ ଫୁଟାଇ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ,ନଚେତ୍…

12/05/2020 at 8:13 PM

ଅଧିକାଂଶ ସମୟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତର ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଅନ୍ତି। ଏହି ପରାମର୍ଶ ଆପଣଙ୍କୁ ବି ଅନେକ ଥର ଶୁଣିବାକୁ ମିଳିଥିବ। କିନ୍ତୁ ଆପଣ ଜାଣିଛନ୍ତି କି ଉତ୍ତମ ସ୍ବାସ୍ଥ୍ୟ ପାଇଁ ପାଣି ବାରମ୍ବାର ଫୁଟାଇ ପିଇବା,ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତେ ବିଗାଡ଼ି ପାରେ। ଶୁଣି ପ୍ରାୟ ଲୋକେ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା ସତ।

ପାଣିକୁ ବାରମ୍ବାର ଫୁଟାଇବା ଦ୍ବାରା ଏଥିରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ। ପାଣିକୁ ବାରମ୍ବାର ଫୁଟାଇବା ଦ୍ବାରା ଆର୍ସେନିକ୍,ନାଇଟ୍ରେଟ୍ ଏବଂ ଫ୍ଲୁରାଇଡର ମାତ୍ରା ଅଧିକ ହୋଇ ଯାଇଥାଏ। ଯାହା ଫଳରେ ଏଥିରେ ଆର୍ସେନିକ୍‌,ନାଇଟ୍ରେଟ୍ ଏବଂ ଫ୍ଲୁରାଇଡର ମାତ୍ରା ଅଧିକ ହୋଇଯାଇଥାଏ। ଯାହା ଫଳରେ ଶରୀରକୁ କ୍ଷତି ପହଞ୍ଚାଇଥାଏ।

ଫୁଟାଇଥିବା ପାଣିକୁ ପୁଣି ଥରେ ଫୁଟାଇବା ଦ୍ବାରା ଏହାର ବାମ୍ଫ ବାହାରି ସେଥିରେ ଚାଲି ଯାଇଥାଏ। ପାଣି ପୁଣି ଥରେ ଫୁଟାଇବା ଦ୍ବାରା ମିନେରାଲ୍ ପୁଣି ଥରେ ସେଟ୍ ହୋଇଥାଏ,ଥଣ୍ଡା ହୋଇଗଲେ ପାଣିରେ ସମସ୍ତ ଲୁଣ ସେଟ୍ ହୋଇଯାଇଥାଏ କିନ୍ତୁ ଯଦି ପୁଣି ଥରେ ଗରମ କରାଯାଇଥାଏ ସେବେ ସେଥିରେ ପୁଣି ଥରେ କେମିକାଲ୍ ରିଆକ୍ସନ୍ ହୋଇଥାଏ ଏବଂ ସବୁ କିଛି ସନ୍ତୁଳିତ ମାତ୍ରାରେ କମ୍ କିମ୍ବା ଅଧିକ ହୋଇଯାଇଥାଏ।

ପାଣିକୁ ଗରମ କରିବା ଦ୍ବାରା ଏଥିରେ ନାଇଟ୍ରେଟ୍ ଏକ୍ସପୋଜ ହୋଇଯାଇଥାଏ କିନ୍ତୁ ଯଦି ଏହାକୁ ବାରମ୍ବାର ଗରମ କରାଯାଏ ତେବେ ଏହା ଟକ୍ସିକରେ ପରିବର୍ତ୍ତିତ ହୋଇଥାଏ। ଉଚ୍ଚ ତାପମାତ୍ରା,ନାଇଟ୍ରେଟକୁ ନାଇଟ୍ରୋସାମାଇନ୍ ଏବଂ କାରସିନୋଜେନିକରେ ପରିବର୍ତ୍ତନ କରିଥାଏ। ଏହା ଦ୍ବାରା ଅନେକ ପ୍ରକାରର କ୍ୟାନସର,ହାର୍ଟ ଆଟାକ୍,ମସ୍ତିଷ୍କ ସମ୍ବନ୍ଧୀୟ ରୋଗ,ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।

ପାଣିକୁ ପୂରାପୂରି ଜୀବାଣୁ ରହିତ କରିବା ପାଇଁ ଏହାକୁ ଅତି କମରେ ୨୦ମିନିଟ୍ ଫୁଟାଇବା ଉଚିତ୍।

   Related Posts