Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅନଲକ୍‌ରେ ହ୍ରାସ ପାଇ ଚାଲିଛି ବେରୋଜଗାରୀ ହାର, ତଥାପି ମୋଦୀଙ୍କ ଜନ୍ମ ଦିନରେ କାହିଁକି ଟ୍ରେଣ୍ଡ କରୁଛି ବେରୋଜଗାରୀ ଦିବସ ?

17/09/2020 at 7:06 PM

ନୂଆଦିଲ୍ଲୀ ୧୭।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନର ସୂଅ ଛୁଟୁଛି। ଅପରପକ୍ଷେ ସାମାଜିକ ଗଣମାଧ୍ୟମରେ ବେରୋଜଗାରୀ ଦିବସ ମଧ୍ୟ ଟ୍ରେଣ୍ଡ ହେଉଛି। ବିଜେପି ମୋଦୀଙ୍କ ଜନ୍ମ ଦିନରେ ସେପ୍ଟେମ୍ବର ୧୪ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ଭାବେ ପାଳନ କରୁଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ତାଙ୍କ ପାର୍ଟିର ସମସ୍ତ ନେତା ଏହି ଦିନକୁ ବେରୋଜଗାରୀ ଦିବସ ରୂପେ ପାଳନ କରୁଛନ୍ତି।

ଟ୍ଵିଟରରେ ଗୁରୁବାର #NationalUnemploymentDay, #बेरोजगारी_दिवस ,#राष्ट्रीय_बेरोजगारी_दिवस ଟପ୍ ଟ୍ରେଣ୍ଡ କରୁଛି। ଏମିତିରେ ପ୍ରଶ୍ନ ଉଠୁଛି ଯେ ଏଥିରେ ସତ୍ୟତା କେତେ ରହିଛି ? କଣ ବାସ୍ତବରେ ବେରୋଜଗାରୀହାର ବଢିବାରେ ଲାଗିଛି ? ବାସ୍ତବରେ ଯୁବ ପିଢି ମୋଦୀ ସରକାର ପ୍ରତି ଅସନ୍ତୁଷ୍ଟ ଅଛନ୍ତି, ଯାହାର ଫାଇଦା ଉଠାଇବାକୁ କଂଗ୍ରେସ ଉଦ୍ୟମ କରୁଛି ?

କଣ ବାସ୍ତବରେ ବେରୋଜଗାରୀ ବଢିଛି ?

ଲକ୍‌ଡାଉନ୍‌ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥାକୁ ବହୁତ କ୍ଷତି ଘଟିଛି। ଏନଏସଏସଓର ତଥ୍ୟ ଅନୁଯାୟୀ ଏପ୍ରିଲ-ଜୁନର ତ୍ରୈମାସରେ ଜିଡିପିର ଅଭିବୃଦ୍ଧିହାର ପ୍ରଥମ ଥର ବିଯୁକ୍ତ ୨୩.୯ ପର୍ଯ୍ୟନ୍ତ ପହଞ୍ଚିଛି। ନିଶ୍ଚିତ ଭାବେ ଏହାର ପ୍ରଭାବ ରୋଜଗାର ଉପରେ ଦେଖିବାକୁ ମିଳିଛି।

ସେଣ୍ଟର ଫର  ମନିଟରିଂ ଇଣ୍ଡିଆନ ଇକୋନୋମି ପ୍ରାଇଭେଟ୍ ଲିମିଟେଡ(ଇଏମଆଇଇ)ର ତଥ୍ୟ ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ ସହରାଞ୍ଚଳରେ ବେରୋଜଗାରୀ ହାର ଏପ୍ରିଲ ଓ ମେ ମାସରେ ୨୪ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ଏବେ ଅବସ୍ଥାରେ ସୁଧାର ଆସୁଛି। ଜୁଲାଇରେ ବେରୋଜଗାରୀ ହାର ହ୍ରାସ ଘଟି ଜାନୁଆରୀ-ଫେବୃଆରୀ ସ୍ତରରେ ପହଞ୍ଚିଛି।

ସିଏମଆଇଆଇ ଅନୁଯାୟୀ ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବେରୋଜଗାରୀ ହାର ୩୦ ଦିନର ମୁଭିଂ ଏଭାରେଜ ୮ ପ୍ରତିଶତରୁ ଉପରେ ରହିଛି। ମାତ୍ର ଏହା ପରଠୁ ଏଥିରେ ହ୍ରାସ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୧୬ରୁ ଏହା ହାରାହାରି ୭.୩୦ ପ୍ରତିଶତ ସ୍ତରକୁ ଆସି ଯାଇଛି। ଏଥିରେ ସହରାଞ୍ଚଳ ହାର ୮.୯୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳ ହାର ୬.୫୫ ପ୍ରତିଶତ ହ୍ରାସ ଘଟିଛି। ଅର୍ଥାତ ଅନଲକ୍‌ ଆରମ୍ଭ ହେବା ଦିନଠୁ ବେରୋଜଗାରୀହାର ହ୍ରାସ ପାଇବାରେ ଲାଗିଛି।

ମୋଦୀ ସରକାର ପ୍ରତି ଯୁବ ବର୍ଗଙ୍କ ଅସନ୍ତୋଷର ୪ କାରଣ ହୋଇପାରେ

୧ – କରୋନା ପ୍ରକୋପ ପରେ ବି ଦେବାକୁ  ପଡିଲା ପରୀକ୍ଷା

କୋଭିଡ୍-୧୯ର ଭୟ ଥିଲା, ଏହା ପରେ ମଧ୍ୟ ଛାତ୍ର-ଛାତ୍ରୀଙ୍କୁ ଇଞ୍ଜିନିୟରିଂ ଓ ମେଡିକାଲ ଏଣ୍ଟ୍ରାନ୍ସ ଏଗ୍‌ଜାମ ଜେଇଇ ମେନ୍ସ ଓ ଜେଇଇ ଆଡଭାନ୍ସ, ନିଟ୍‌ ସହିତ ଶେଷ ବର୍ଷର ପରୀକ୍ଷା ଦେବାକୁ ପଡିଛି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଯୁବ ବର୍ଗ ଏହି ସମ୍ବନ୍ଧରେ ମୋଦୀ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥାଇ ପାରନ୍ତି।

୨ – ଚାକିରି ହରାଇଥିବା ଲୋକଙ୍କ ମଧ୍ୟରେ ୩୫ ପ୍ରତିଶତ ୨୦ ରୁ ୨୫ ବର୍ଷ ବୟସର

୨୦ ରୁ ୨୫ ବର୍ଷ ବୟସର କର୍ମଚାରୀ ମୋଟ୍ କାର୍ଯ୍ୟବଳର ୯ ପ୍ରତିଶତ। ଦ୍ଵିତୀୟ ତ୍ରୈମାସରେ ଯେଉଁ ଲୋକଙ୍କୁ କୋଭିଡ୍ କାରଣରୁ ଚାକିରି  ହରାଇବାକୁ ପଡିଛି ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୫ ପ୍ରତିଶତ ଲୋକ ଏହି ବର୍ଗର।

୩ – ଫର୍ମାଲ ସେକ୍ଟରରେ ୧୧.୫ ଲକ୍ଷ ଚାକିରି ହରାଇଲେ

ସିଏମଆଇଆଇ ନିର୍ଦ୍ଦେଶକ ମହେଶ ବ୍ୟାସଙ୍କ କହିବା ଅନୁଯାୟୀ ଭାରତର ଡେମୋକ୍ରାଟିକ ଡେଭିଡେଣ୍ଟ  ହିଁ ବେରୋଜଗାରର ମୂଳ କାରଣ। କୋଭିଡ୍-୧୯ କାରଣରୁ ଫର୍ମାଲ ସେକ୍ଟରରେ ୧୧.୫ ଲକ୍ଷ ଲୋକଙ୍କୁ ରୋଜଗାର ହରାଇବାକୁ ପଡିଛି। ଏଥିରୁ ଏକ ତୃତୀୟାଂଶଙ୍କ ବୟସ ୨୫ ବର୍ଷରୁ କମ ରହିଛି।

୪ – ଦରମାକାଟ୍‌ରେ ସବୁଠୁ ଉପରେ ଯୁବ ବର୍ଗ ହିଁ ଥାନ୍ତି

ଆର୍ଥିକ ସଙ୍କଟ ସମୟରେ ସବୁଠୁ ଅଧିକ କ୍ଷତି ସେମାନଙ୍କୁ ହୋଇଥାଏ, ଯାହାଙ୍କ କମ ଅନୁଭବ ଥାଏ। କମ୍ପାନୀ ସର୍ବଦା ଏହି ଧରଣର କର୍ମଚାରୀଙ୍କ ଦରମା ଆଗେ କାଟିଥାନ୍ତି। ୨୫ ବର୍ଷରୁ କମ ଯୁବ ବର୍ଗ ଏଥିରେ ଶିକାର ହୋଇଥାନ୍ତି ଏବଂ ଦରକାର  ପଡିଲେ ରୋଜଗାର ମଧ୍ୟ ହରାଇଥାନ୍ତି।

   Related Posts