ଗର୍ଭଧାରଣ କରୁଥିବା ତୃତୀୟଲିଙ୍ଗୀଙ୍କ ପାଇଁ କାହିଁକି ରହିଥାଏ ଡିପ୍ରେସନର ଭୟ, ଜାଣନ୍ତୁ

Published By : Prameya-News7 Bureau | August 23, 2019 IST

ନୂଆଦିଲ୍ଳୀ୨୩|୮: ଗର୍ଭଧାରଣ ସମୟରେ ତୃତୀୟଲିଙ୍ଗୀମାନେ ସବୁଠାରୁ  ଅଧିକ ମାନସିକ ଚାପରେ ରହିଥାନ୍ତି। ଏକ ଗବେଷଣାରୁ ଜଣାପଡିଛି ଯେ, ଟ୍ରାନ୍ସଜେଣ୍ଡରମାନେ ସବୁବେଳେ ଅଧିକ ଚିନ୍ତାରେ ରହିବା ସହ ଛୋଟ ଛୋଟ କଥାରେ ଭାବପ୍ରବଣ ହୋଇ ପଡିଥାନ୍ତି।ଗର୍ଭଧାରଣ ସମୟରେ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଅଧିକ ବିଚଳିତ ହୋଇଯାଇଥାନ୍ତି।

‘ମ୍ୟାଚ୍ୟୁରିଟସ୍’ ନାମକ ପୁସ୍ତକରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ଜଣେ  ଟ୍ରାନ୍ସଜେଣ୍ଡରର ମାନସିକ ସ୍ଥିତି କିପରି ଅଛି ଜାଣିବା ପାଇ ପରୀକ୍ଷା କରାଯାଇଥିଲା। ଯେଉଁ ଟ୍ରାନ୍ସଜେଣ୍ଡର ଜଣଙ୍କୁ ନେଇ ଗବେଷଣା କରାଯାଉଥିଲା ସିଏ ଗର୍ଭଧାରଣ କରିଥିଲେ।ଏହି ମ୍ୟାଚ୍ୟୁରିଟସ୍ ବହିର ଲେଖକ ଜଷ୍ଟିନ ବ୍ରାଣ୍ଡେଟ୍‌ କହିଛନ୍ତି ଯେ, ଆମେରିକାରେ ଥିବା ୧,୪ ମିଲିୟନ ଟ୍ରାନ୍ସଜେଣ୍ଡର ନଜର ଟ୍ରାନ୍ସସିଜନ କରାଇଛନ୍ତି।

ଜଷ୍ଟିନଙ୍କ ଦ୍ବାରା ପ୍ରକାଶିତ ଖବର ଅନୁସାରେ, ଦୁନିଆରେ ଥିବା ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରୁ ୪୦ ପ୍ରତିଶତ ଟ୍ରାନ୍ସଜେଣ୍ଡର ଜଣକା ୯ ଥର ଲେଖାଏଁ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରିଥାନ୍ତି।  ଏହି ଆତ୍ମହତ୍ୟା ପ୍ରବଣତାର ମୁଖ୍ୟ କାରଣ ହେଉଛି ଗର୍ଭଧାରଣ ।  ସେତେବେଳେ ସେମାନେ କୌଣସି ରାସ୍ତା ନପାଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି। ଗର୍ଭଧାରଣ କରୁଥିବା ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହଥାଏ। ଜଣେ ଟ୍ରାନ୍ସଜେଣ୍ଡରଙ୍କ କହିବାନୁଯାୟୀ, ଯେତେବେଳେ ସେ ଗର୍ଭଧାରଣ କରିଥାନ୍ତି ସେତେବେଳେ ଜଣେ ନାରୀଭଳି ନିଜକୁ ଅନୁଭବ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.