Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମାଆ ପରେ ଛୁଆକୁ ବିକ୍ରି କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର: ଜିଲ୍ଲା ପୋଲିସ୍- ପ୍ରଶାସନ କାହିଁକି ଚୁପ୍ ?

18/06/2020 at 4:11 PM

ରାଉରକେଲା୧୮/୬: ସୁନ୍ଦରଗଡ଼ରେ ଜଣେ ମହିଳାଙ୍କୁ ବିକ୍ରି କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ପୁଣି  ସୁନ୍ଦରଗଡ଼ରେ ୭ ମାସର ଶିଶୁପୁତ୍ରକୁ ବିକ୍ରି କରିବାକୁ ଯୋଜନା  ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି।  ୩ ବର୍ଷ ତଳେ ରୋଜଗାରର ପ୍ରଲୋଭନ ଦେଖାଇ ସୁନ୍ଦରଗଡ଼ ବଣେଇ ବରସୁଆଁ ଅଞ୍ଚଳର ଜଣେ ଯୁବତୀଙ୍କୁ ୪୦ ହଜାର ଟଙ୍କାରେ ଉତ୍ତର ପ୍ରଦେଶର ଆଗ୍ରା ଅଞ୍ଚଳରେ ବିକ୍ରି କରି ଦିଆଯାଇଥିଲା । ଏହା ପରେ ସେଠାରେ ରାଜକୁମାର ନାମକ ଜଣେ ଯୁବକ ସହ  ତାଙ୍କର ଜୋର ଜବରଦସ୍ତି ବିବାହ କରି ଦିଆଯାଇଥିଲା।

ବିବାହ ପରେ  ଯୁବତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପୁଣି ଯୁବତୀ ଦ୍ବିତୀୟ ବାର ଗର୍ଭ ଧାରଣ କରିଥିଲେ। ସେହି ଅବସ୍ଥାରେ ଉତ୍ତର ପ୍ରଦେଶରୁ ଖସି ଆସି ରାଉରକେଲାରେ ମହିଳା ଜଣଙ୍କ ପହଁଞ୍ଚିଥିଲେ। ରାଉରକେଲାରେ ପହଁଞ୍ଚିବା ବେଳକୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା। ମହିଳା ଜଣଙ୍କ  ଯନ୍ତ୍ରଣା କଷ୍ଟ ସହି ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

 ୭ ମାସର ପୁତ୍ର ସନ୍ତାନ ଏବଂ ମାଆକୁ ଗତ ମେ ୧୬ ତାରିଖରେ ଉଦ୍ଧାର କରି ସେଲଟର ହୋମରେ ରଖାଯାଇଥିଲା। ଏହି ସମୟରେ ପୁଣି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ମହିଳାଙ୍କ ୭ ମାସର ପୁତ୍ର ସନ୍ତାନକୁ ବିକ୍ରି କରିବାକୁ ଏବେ ଯୋଜନା ଚାଲିଥିବା ଜଣାପଡିଛି। କିଛି ଦଲାଲ ଏମିତି ଷଡ଼ଯନ୍ତ୍ର କରି ଯୁବତୀ ଏବଂ ଶିଶୁମାନଙ୍କୁ ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଛି।

 ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷା ଉଠାଇଛନ୍ତି ପ୍ରଶ୍ନ।  ସେ କହିଛନ୍ତି, ସେଲଟର ହୋମରେ ଏତେ ଦିନ ହେଲା ମାଁ- ପୁଅକୁ କାହିଁକି ରଖାଯାଇଛି। ସ୍ବଧାର ହୋମକୁ କାହିଁକି ପଠାଇ ଦିଆଯାଇ ନାହିଁ। ମାଁ- ପୁଅକୁ ଉଦ୍ଧାର କରିବାର ଏକ ମାସ ହେଲାଣି କାହିଁକି ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ତଦନ୍ତ। ପୀଡ଼ତା ଯୁବତୀ କହିବା ଅନୁସାରେ ରାଉରକେଲା ଗୋପବନ୍ଧୁପଲ୍ଲୀ ଅଞ୍ଚଳର ଜଣେ ବୟସ୍କ ମହିଳା ତାଙ୍କୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏବେ ୫/୬ ହଜାର ଟଙ୍କାରେ ତାଙ୍କ ପୁଅକୁ ବିକ୍ରି କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି ବୋଲି ମହିଳା ଜଣଙ୍କ କହିଛନ୍ତି।

   Related Posts