Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ’ଣ ପାଇଁ ସମର୍ଥନ କରୁଛନ୍ତି ଟିମ୍ ମ୍ୟାନେଜମେଣ୍ଟ ? ଦୁବାଇ ପିଚ୍‌ରେ ଛପି ରହିଛି ରହସ୍ୟ

29/10/2021 at 4:48 PM

ନୂଆଦିଲ୍ଲୀ ୨୯।୧୦:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଖେଳାଯିବ। ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଯଦି କୌଣସି ଦଳ ଏହି ମ୍ୟାଚ୍ ହାରିଯାଏ ତେବେ ଟି-୨୦ ବିଶ୍ଵ କପ୍ ୨୦୨୧ ସେମି ଫାଇନାଲ୍‌ରେ ପ୍ରବେଶ କରିବା ବହୁତ ମୁସ୍କିଲ ହୋଇଯିବ। କିନ୍ତୁ ଏହି ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ପାଣ୍ଡ୍ୟାଙ୍କ ଦଳରେ ଚୟନ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି।

ଗୁରୁବାର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍‌ରେ ବୋଲିଂ କରିଥିବା ଦେଖିବାକୁ ମିଳିଛି। ଏହା  ଭାରତୀୟ କ୍ରିକେଟ୍ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଆଶ୍ଵସ୍ତିକର ଖବର। ହାର୍ଦ୍ଦିକ ନେଟ୍‌ରେ ବିନା କୌଣସି ସମସ୍ୟାରେ ବୋଲିଂ କରୁଥିଲେ। ଏହା ବ୍ୟତୀତ ସେ ବ୍ୟାଟିଂ କରିଛନ୍ତି ଏବଂ ବଡ ବଡ ସଟ୍ ମଧ୍ୟ ମାରିଛନ୍ତି। ଏହି ପରି ଭାବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଭାବେ ନେଟ୍‌ରେ ନଜର ଆସିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳି ଏଥିପାଇଁ, କାରଣ ସେ ଉଭୟ ବ୍ୟାଟ୍ ଏବଂ ବଲ୍‌ରେ ଦଳ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

ଭାରତୀୟ ଦଳ ପ୍ରବନ୍ଧକ ପାଣ୍ଡ୍ୟାଙ୍କୁ ଷଷ୍ଠ ବୋଲର ହିସାବରେ ଦଳରେ ସ୍ଥାନ ଦେଇ ଆସିଛି। ଦଳରେ ଉତ୍ତମ ସନ୍ତୁଳନ ପାଇଁ ହାର୍ଦ୍ଦିକଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଥାଏ। ଦୁବାଇ ପିଚ୍‌ ମଧ୍ୟ ମଧ୍ୟମ ଦ୍ରୁତ ବୋଲରଙ୍କ ପାଇଁ ବେଶ ଅନୁକୂଳ ରହିଛି। ପାଣ୍ଡ୍ୟା  ମଝି ଇନିଂସରେ ବୋଲିଂ ସମୟରେ ବେଶ୍ ଉପଯୋଗୀ ହୋଇ ପାରନ୍ତି। ଏହି କାରଣ ଦଳ ପ୍ରବନ୍ଧକ ହାର୍ଦ୍ଦିକଙ୍କୁ ପୂରା ସମର୍ଥନ ଜଣାଉଛନ୍ତି। ଦଳ ପ୍ରବନ୍ଧକଙ୍କ ଇଚ୍ଛା ପାଣ୍ଡ୍ୟା ମଝି ଓଭରରେ ବୋଲିଂ କରନ୍ତୁ ଯେଉଁଥିରେ ଦଳକୁ ରଣନୀତି ସମୟରେ ବେଶ୍ ସହାୟକ ହେବ।

ଯଦି ପାଣ୍ଡ୍ୟା ବାକି ମ୍ୟାଚ୍‌ଗୁଡିକରେ ଗୋଟିଏ କି ଦୁଇ ଓଭର ବୋଲିଂ କରିବାକୁ ସକ୍ଷମ ହୁଅନ୍ତି ତେବେ ଏହା ଦଳ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବହୁତ ବଡ ଆଶ୍ଵସ୍ତିକର କଥା ହେବ। ଏହା ବ୍ୟତୀତ ପାଣ୍ଡ୍ୟା ଯଦି ବ୍ୟାଟ୍‌ରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ଦୁଇ ଓଭର ବୋଲିଂ କରି ଦଳ ପାଇଁ ବେଶ ସହାୟକ ହୋଇ ପାରନ୍ତି।

ଭାରତ ପାଖରେ ନମ୍ବର ୬ରେ ବ୍ୟାଟିଂ କରିବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୌଣସି ବିକଳ୍ପ ନାହିଁ। କେବଳ ଶାର୍ଦ୍ଦୁଳ ଠାକୁରଙ୍କ ଭାବେ ଜଣେ ଖେଳାଳି ଅଛନ୍ତି ଯିଏ ଦ୍ରୁତ ବୋଲର ଏବଂ ବଡ ବଡ ସଟ୍ ମାରିବାକୁ ସକ୍ଷମ। କିନ୍ତୁ ସେ ଫିନିଶର ଭୂମିକା ପାଇଁ ଫିଟ୍ ନୁହନ୍ତି। ଯଦି ଦଳକୁ ୨୦ ବଲ୍‌ରେ ୩୫ ରନ ଦରକାର, ତେବେ ସେହି ସମୟରେ ଉକ୍ତ ଖେଳାଳିଙ୍କୁ ଚତୁରତା ଏବଂ ତରବରିଆ ଭାବେ କୌଣସି ଭୁଲ୍ ସଟ୍ ଖେଳିବାର ଆବଶ୍ୟକତା ନାହିଁ। ଆଉ ଏହି ଅଭିଜ୍ଞତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ  ରହିଛି।

ଯଦି ପାଣ୍ଡ୍ୟା ବୋଲିଂ କରିବେ ନାହିଁ ତେବେ ଦଳ ପ୍ରବନ୍ଧକଙ୍କ ନଜର ଇଶାନ କିଶନଙ୍କ ଉପରେ  ରହିଛି। କିଶନ ଓପନର ଭାବେ କ୍ରମାଗତ ଦମଦାର ପ୍ରଦର୍ଶନ କରୁଛନ୍ତି। ଦଳ ପ୍ରବନ୍ଧକ ତାଙ୍କୁ ରୋହିତ ଶର୍ମାଙ୍କ ସହିତ ଓପନିଂ ପାଇଁ ପଠାଇ ପାରନ୍ତି ଏବଂ କେଏଲ ରାହୁଲ କୌଣସି ନମ୍ବରରେ ବ୍ୟାଟିଂ କରି ପାରିବେ। ନଚେତ୍ ରାହୁଲଙ୍କୁ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଦଳ ପ୍ରବନ୍ଧକ ପଠାଇ ପାରନ୍ତି। ଯଦି ପାଣ୍ଡ୍ୟା ଖେଳିବେ ନାହିଁ ତେବେ ଇଶାନ କିଶନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ।

   Related Posts