Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

୩୦ ବର୍ଷ ବୟସ ପରେ ମହିଳାଙ୍କ ପାଇଁ କ୍ୟାଲସିୟମ୍ ନେବା କାହିଁକି ଜରୁରୀ ହୋଇଥାଏ ? ଜାଣନ୍ତୁ କାରଣ…

12/04/2021 at 11:16 AM

ନୂଆଦିଲ୍ଲୀ ୧୨/୦୪: ଆପଣଙ୍କ ହାତ-ପାଦ ଝିମଝିମ୍ ହେଉଛି କି ?  ଏହା ଶରୀରରେ କ୍ୟାଲସିୟମ ଅଭାବ ହୋଇପାରେ । ବୟସ ବଢୁଥିବା ବ୍ୟକ୍ତିଙ୍କ ପାଇଁ କ୍ୟାଲସିୟମ ଖାଇବା ଅତ୍ୟନ୍ତ ଜରୁରୀ କାରଣ ଶରୀରକୁ ଅନ୍ୟ ଖଣିଜ ପଦାର୍ଥ ଅପେକ୍ଷା ଏହାର ଅଧିକ ଆବଶ୍ୟକତା ପଡିଥାଏ ।  ଆମର ହାଡ ଏବଂ ଦାନ୍ତ କ୍ୟାଲସିୟମରେ ତିଆରି । ୯୯ ପ୍ରତିଶତ କ୍ୟାଲସିୟମ ଆମ ହାଡ ଏବଂ ଦାନ୍ତରେ ମିଳୁଥିବାବେଳେ ଏହାର ୧ ପ୍ରତିଶତ ରକ୍ତ ଏବଂ ମାଂସପେଶୀରେ ରହିଥାଏ । ମହିଳାମାନଙ୍କ ପାଇଁ କ୍ୟାଲସିୟମ ଖାଇବା ଜରୁରୀ । ବିଶେଷକରି ୩୦ ପ୍ଲସ୍ ମହିଳାଙ୍କ ପାଇଁ କାରଣ ୩୦ ପରେ ମହିଳାଙ୍କ ହାଡ ଦୁର୍ବଳ ହେବାକୁ ଲାଗେ । ଋତୁସ୍ରାବ, ଗର୍ଭଧାରଣ ଏବଂ ସ୍ତନ୍ୟପାନ ସମୟରେ ମହିଳାଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯାଏ । ଗର୍ଭବତୀ ମହିଳାଙ୍କ ପାଇଁ କ୍ୟାଲସିୟମ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

PunjabKesari

ଦିନରେ କେତେ କ୍ୟାଲସିୟମ୍ ଜରୁରୀ :

୪ ରୁ ୧୮ ବର୍ଷ ବୟସ୍କ ମହିଳାମାନେ ୧୩୦୦ ମିଗ୍ରା, ବୟସ୍କ ମହିଳା ୧୦୦୦ ମିଗ୍ରା ଏବଂ ୫୦ ରୁ ୭୦ ବର୍ଷର ମହିଳାମାନେ ପ୍ରତିଦିନ ୧୨୦୦ ମିଗ୍ରା କ୍ୟାଲସିୟମ ନେବା ଉଚିତ୍ । ୨୦୧୫ର ଏକ ଅନୁସନ୍ଧାନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୩.୫ ବିଲିୟନ ଲୋକ କ୍ୟାଲସିୟମ ଅଭାବରେ ପୀଡିତ । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ କ୍ୟାଲସିୟମର ଅଧିକ ଅଭାବ ଦେଖାଦେଇଥାଏ ।

PunjabKesari

କ୍ୟାଲସିୟମ୍ କମ୍ ହେବାର ସଂକେତ :

୧. ହାତ ପାଦ ଝିମଝିମ୍ ହେବା ସହିତ ଶରୀରରେ ଥକ୍କା ଏବଂ ଅଳସୁଆତା ଦେଖାଯାଏ ।

୨. ନିଦ ହୁଏ ନାହିଁ ଏବଂ ଭୋକ ମଧ୍ୟ କମିଯାଏ ।

୩. ମାଂସପେଶୀରେ ଯନ୍ତ୍ରଣା ହେବା ।

୪. ଚର୍ମ ବହୁତ ଶୁଷ୍କ ହେବା ।

୫. ନଖଗୁଡିକ ଧଳା ରଙ୍ଗର ଦାଗ ଦେଖାଯାଏ ।

୬. ବିଚଳିତ ଲାଗିବା କିମ୍ବା ହୃଦସ୍ପନ୍ଦନ ଦ୍ରୁତ ଏବଂ କମ୍ ହେବା ।

କ୍ୟାଲସିୟମ ପାଇଁ କ୍ଷୀର, ପନିର, ଦହି ପରି ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ସହିତ ଅଣ୍ଡାର ଧଳା ଅଂଶ, ସାମୁଦ୍ରିକ ଖାଦ୍ୟ, ପତ୍ରଯୁକ୍ତ ସବୁଜ ପନିପରିବା, ଡାଲି, ଶୁଖିଲା ଫଳ, ବ୍ରୋକୋଲି, ସୋୟାବିନ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ । ତାଜା ଖରା ନିଅନ୍ତୁ । ଏହା ଦ୍ୱାରା ଶରୀରରେ ଭିଟାମିନ୍ ଡି’ ମିଳିଥାଏ ଯାହା କ୍ୟାଲସିୟମ୍ ଅବଶୋଷିତ କରି ରଖିଥାଏ ।

PunjabKesari

କ୍ୟାଲସିୟମର ଅଭାବ କାହିଁକି ହୋଇଥାଏ :

. ମହିଳାମାନଙ୍କ ଋତୁସ୍ରାବରେ ରକ୍ତ ପ୍ରବାହ ହେତୁ, ସ୍ତନ୍ୟପାନ, ଗର୍ଭଧାରଣ ସମୟରେ ଏହା କମିଯାଏ, ତଥାପି ଏହାର ଅନ୍ୟ କାରଣ ମଧ୍ୟ ଥାଇପାରେ ।

. ଯଦି ଶରୀରରେ ଭିଟାମିନ-ଡି ର ଅଭାବ ରହିଥାଏ ତେବେ କ୍ୟାଲସିୟମ୍ ର ସ୍ତର କମିଯାଇଥାଏ କାରଣ ଭିଟାମିନ୍-ଡି କ୍ୟାଲସିୟମ୍ କୁ ଅବଶୋଷିତ କରି ରଖିବାରେ ସାହାଯ୍ୟ କରିଥାଏ ।

. ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ମଧ୍ୟ କ୍ୟଲସିୟମ୍ ର ସ୍ତର ମଧ୍ୟ କମିଯାଇଥାଏ ।

. ଚର୍ବି, ପ୍ରୋଟିନ୍ କିମ୍ବା ଚିନିରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍ ଅଭାବ ମଧ୍ୟ ହୋଇଥାଏ । ଅଧିକ ପରିମାଣର ଚା, କଫି, ତମାଖୁ, ମଦ୍ୟପାନ, ବିଶୋଧିତ ଚିନି ଏବଂ ଲୁଣ କ୍ୟାଲସିୟମ ଅଭାବର କାରଣ ମଧ୍ୟ ହୋଇଥାଏ ।

   Related Posts