ବ୍ରତ କିମ୍ବା ଉପାସ ସମୟରେ କାହିଁକି ଖାଆନ୍ତି ନାହିଁ ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ : ଜାଣନ୍ତୁ
5/10/2019 at 4:08 PM

ଜୟପୁର ୫/୧୦: ଯେକୌଣସି ପ୍ରକାରର ଉପବାସ ଅର୍ଥାତ୍ ବ୍ରତ ସମୟରେ ହିନ୍ଦୁ ଧର୍ମର ଅନେକ ଲୋକ ବିଭିନ୍ନ ପ୍ରକାରର ଉପବାସ ରଖନ୍ତି। କିଛି ଲୋକ ତ ନିର୍ଜଳା ଉପବାସ ବି ରଖିଥାଆନ୍ତି। କିନ୍ତୁ ସାଧାରଣତଃ କେତେକ ଲୋକ ଫଳାହାର କରି ଉପବାସ କରିଥାଆନ୍ତି।

ବ୍ରତ ସମୟରେ ଫଳ,ହାତଗଣତି ପରିବା,ସାଗୁଦାନା,ସୈନ୍ଧବ ଲୁଣ ଭଳି କିଛି ଜିନିଷ ଉପବାସରେ ଖାଇବା ଯୋଗ୍ୟ ହୋଇଥାଏ। କିନ୍ତୁ କେତେକ ଜିନିଷ ଏପରି ହୋଇଥାଏ,ଯାହା ଉପବାସରେ ଖାଇବା ସମ୍ପୂର୍ଣ୍ଣ ମନା ହୋଇଥାଏ। ତାହା ହେଉଛି ପିଆଜ ଏବଂ ରସୁଣ। ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ

ଅଧିକାଂଶ ଧାର୍ମିକ ମାନ୍ୟତାକୁ ବିଜ୍ଞାନ ସହ ଯୋଡ଼ାଯାଇଥାଏ ଏବଂ କେବେ କେବେ ଏପରି କରିବା ଚକ୍କରରେ ଓଲଟା ସିଧା ତର୍କ ସାମନାକୁ ଆସିଥାଏ କିନ୍ତୁ ଶାରଦୀୟ ନବରାତ୍ରିରେ ଉପବାସ ସମୟରେ ପିଆଜ ଏବଂ ରସୁଣ ଉପଯୋଗ କରିବା ନିଷିଦ୍ଧ ହୋଇଥାଏ।

ଏହାର କାରଣ ହେଉଛି ଶରୀରର ବାୟୋଲୋଜିକାଲ କ୍ରିୟା ଉପରେ ଖାଦ୍ୟର ପ୍ରଭାବ । ଏହାକୁ ନେଇ ସାଧାରଣତଃ ଆୟୁର୍ବେଦରେ ଖାଦ୍ୟକୁ ୩ଟି ରୂପରେ ବିଭକ୍ତ କରାଯାଇଛି। ସାତ୍ତ୍ବିକ,ତାମସିକ ଏବଂ ରାଜସୀ। ଏହି ୩ପ୍ରକାରର ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସତ,ତମସ ଏବଂ ରଗ ଗୁଣର ସଞ୍ଚାର ହୋଇଥାଏ। ଏଥିପାଇଁ ପିଆଜ କିମ୍ବା ରସୁଣ ଖାଇବାକୁ ମନା ହୋଇଥାଏ।