ପଦ୍ମ ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁ ନାହାନ୍ତି ଆନନ୍ଦ ମହିନ୍ଦ୍ରା, ହୃଦୟକୁ ଛୁଇଁଯିବା ପରି କଥା କହିଲେ

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯।୧୧୩: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ସୋମବାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି। ଏହି ମହତ୍ଵପୂର୍ଣ୍ଣ ଏବଂ ଗୌରବଶାଳୀ ସମ୍ମାନ ପାଇବା ପରେ ମଧ୍ୟ ଆନନ୍ଦ ମହିନ୍ଦ୍ରା ନିଜକୁ ଅଯୋଗ୍ୟ ଭାବୁଛନ୍ତି। ସେ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁ ନାହାନ୍ତି। ନିଜର ଏହି ମନ କଥା ସେ ଟ୍ଵିଟରରେ ଜଣାଇଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି।

ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍ କରି କହିଛନ୍ତି, ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିମାନେ ପ୍ରକୃତିକୁ ନେଇ ଦୀର୍ଘ ସମୟ ଧରି ଲଢେଇ କରିଛନ୍ତି ଏବଂ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି। ସେମାନେ ସମାଜର ତୃଣମୂଳସ୍ତରରେ ମୌଳିକ ଯୋଗଦାନ ଦେଇଛନ୍ତି। ଏହି ପରି ବ୍ୟକ୍ତିତ୍ଵଙ୍କୁ ହିଁ ପଦ୍ମ ପୁରସ୍କାର ପାଇଁ ବିଶେଷ ଧ୍ୟାନ ଦିଆଯାଏ। ତେଣୁ ବାସ୍ତବରେ ମୁଁ ସେହି ଶ୍ରେଣୀରେ ସାମିଲ ହେବା ପାଇଁ ନିଜକୁ ଯୋଗ୍ୟ ମାନୁନାହିଁ। ନିଜ ଟ୍ଵିଟ୍‌ରେ ଆନନ୍ଦ ମହିନ୍ଦ୍ରା ତୁଳସୀ ଗୌଡା ପଦ୍ମ ପୁରସ୍କାର ଗ୍ରହଣ କରୁଥିବାର ଫଟୋ ସେୟାର କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ କର୍ଣ୍ଣାଟକର ପରିବେଶବିତ୍ ତୁଳସୀ ଗୌଡାଙ୍କୁ ସାମାଜିକ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ତୁଳସୀ ୩୦  ହଜାରରୁ ଅଧିକ ଚାରାରୋପଣ କରିଛନ୍ତି ଏବଂ ଗତ ଛଅ ଦଶନ୍ଧି ଧରି ସେ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମରେ ସାମିଲ୍ ଅଛନ୍ତି।

wp:html /wp:html

କେବଳ ପ୍ରସିଦ୍ଧ ବ୍ୟକ୍ତିରେ ସୀମିତ ନାହିଁ ପଦ୍ମ ପୁରସ୍କାର

ନିକଟ ବର୍ଷଗୁଡିକରେ ଦେଶରେ ବଡ ଏବଂ ଜଣାଶୁଣା ବ୍ୟକ୍ତିଙ୍କ ବ୍ୟତୀତ ତୃଣମୂଳସ୍ତରେ ଜଡିତ ସାଧାରଣ ଲୋକଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ତାଲିକାରେ ଗୋଟିଏ ପଟେ ଜର୍ଜ ଫର୍ଣ୍ଣାଡିଜ୍, ଅରୁଣ ଜେଟଲୀ, ସୁଷମା ସ୍ଵରାଜ, କଙ୍ଗନା ରଣାଓ୍ଵତ, ଏମସି ମେରି କମ, ଆନନ୍ଦ ମହିନ୍ଦ୍ରା, ପିଭି ସିନ୍ଧୁଙ୍କ ପରି ନାମିଦାମୀ ହସ୍ତୀ ସାମିଲ୍ ଥିବା ବେଳେ ଅନ୍ୟପଟେ କମଳା ବିକାଳି ହରେକଲା ହଜବା, ସାଇକେଲ୍ ମେକାନିକ୍ ମହମ୍ମଦ ଶରିଫ, ଅବଦୁଲ ଜବାର ଖାନ, ଲୀଲା ଯୋଶୀ, ତୁଳସୀ ଗୌଡା, ରାହିବାଇ ସୋମା ପୋପେରେଙ୍କ ପରି ସାଧାରଣ କାମ କରୁଥିବା ସାଧାରଣ ଲୋକ ମଧ୍ୟ ସାମିଲ୍ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.