Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପତ୍ନୀଙ୍କୁ କାହିଁକି କୁହାଯାଏ ଧର୍ମପତ୍ନୀ : ଜାଣନ୍ତୁ ହିନ୍ଦୁ ଧର୍ମରେ କିଭଳି କରାଯାଇଛି ଏହାର ବର୍ଣ୍ଣନା

9/04/2020 at 1:45 PM

ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ, ଏହା ପଛରେ ବୈଜ୍ଞାନିକ କାରଣ ରହିଛି । କାରଣ ସ୍ବାମୀ ଏବଂ ସ୍ତ୍ରୀଙ୍କ ମିଳନରେ ଏକ ନୂଆ ଜୀବର ଉତ୍ପତ୍ତି ହୋଇଥାଏ। ସମାଜରେ କିଛି ଲୋକ ପତ୍ନୀଙ୍କୁ ପାର୍ଟନର ମଧ୍ୟ କହିଥାଆନ୍ତି। ହୋଇପାରେ ଏହା ମଜାରେ କୁହାଯାଉଥିବ କିନ୍ତୁ ଏହାର ମଧ୍ୟ ଲଜିକ୍ ରହିଛି। କାରଣ ଆଇନଗତ ସ୍ତ୍ରୀ ନିଜ ସ୍ବାମୀର ଆୟ ଏବଂ ସମ୍ପତ୍ତିରେ ଭାଗୀଦାର ହୋଇଥାନ୍ତି। କିନ୍ତୁ ପତ୍ନୀଙ୍କୁ ଧର୍ମପତ୍ନୀ କାହିଁକି କୁହାଯାଇଥାଏ। କ’ଣ ଏହା ପଛରେ ବି କୌଣସି ଲଜିକ୍ ରହିଛି କିମ୍ବା କେବଳ ସମାଜରେ ପତ୍ନୀଙ୍କ ମାନ ସମ୍ମାନ ବଢ଼ାଇବା ପାଇଁ ତାଙ୍କୁ ଧର୍ମପତ୍ନୀ ଡକାଯାଇଥାଏ।

ପତ୍ନୀ ଶବ୍ଦର ଅର୍ଥକୁ ବୁଝିବା ପାଇଁ ଆମକୁ ପାଖାପାଖି ୫୦୦୦ବର୍ଷ ପଛକୁ ଯିବାକୁ ପଡ଼ିବ। ସେ ଦିନରେ ସମାଜର ​କେତେକ ବର୍ଗରେ ଏକ ପୁରୁଷ ଏବଂ ସ୍ତ୍ରୀଙ୍କୁ ଏକୁଟିଆ ରହିବାର ଅନୁମତି ଥିଲା। ଆଜିକାଲି ଆମେ ଏହାକୁ ଡେଟ୍ ନାଁ ରେ ଜାଣୁ। କେତେକ ସମାଜରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ବିନା ବିବାହରେ ଏକାଠି ରହିବାର ଅନୁମତି ଦିଆଯାଉଥିଲା। ଆଜିକାଲି ଆମେ ଏହାକୁ ‘ଲିଭ ଇନ୍ ରିଲେସନଶିପ’ ନାଁରେ ଜାଣୁଛୁ। ରାଜା,ସମାଜର ମୁଖିଆ ଏବଂ ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ଅନେକ ଥର ରାଜନୀତି ଏବଂ କୂଟନୀତି ଯୋଗୁଁ ଅନ୍ୟ ରାଜା କିମ୍ବା ସମକକ୍ଷ ପରିବାରର ମହିଳାଙ୍କ ସହ ବିବାହ କରାଯାଉଥିଲା। ଜଣେ ବ୍ୟକ୍ତି ଅନେକ ମହିଳାଙ୍କ ସହ ବିବାହ କରୁଥିଲା। ସମସ୍ତ ମହିଳା ତାଙ୍କ ପତ୍ନୀ ବୋଲାଉଥିଲେ। ଏହା ଏକ ଚୁକ୍ତି ହେଉଥିଲା।

ହିନ୍ଦୁ ସମ୍ପ୍ରଦାୟରେ ବିବାହ ଏକ ସଂସ୍କାର ହୋଇଥାଏ। ହିନ୍ଦୁ ସମ୍ପ୍ରଦାୟରେ ମୋଟ ୧୬ଟି ସଂସ୍କାରର ବର୍ଣ୍ଣନା ମିଳିଥାଏ। ମୃତ୍ୟୁ ପରେ ପ୍ରକୃତିର ୫ଟି ତତ୍ତ୍ବରେ ମିଶିବାର ପ୍ରକ୍ରିୟାକୁ ଅନ୍ତିମ ସଂସ୍କାର କୁହାଯାଇଥାଏ। ବିବାହ ସଂସ୍କାର ମଧ୍ୟ ଏହି କ୍ରମର ଏକ ମହତ୍ତ୍ବପୂର୍ଣ୍ଣ ଭାଗ। ଯେଉଁ ମହିଳାଙ୍କ ସହ ଯଜ୍ଞ ବେଦୀରେ ବସି,ଅଗ୍ନିକୁ ସାକ୍ଷୀ ମାନି, ବିବାହ ସଂସ୍କାର କରାଯାଇଥାଏ କେବଳ ସେହି ମହିଳାଙ୍କୁ ଧର୍ମପତ୍ନୀ କୁହାଯାଇଥାଏ। ଧର୍ମପତ୍ନୀଙ୍କ ଅଧିକାର ପତ୍ନୀଙ୍କଠୁ ଅଧିକ ହୋଇଥାଏ। କୌଣସି ପ୍ରକାରର ସାମାଜିକ କିମ୍ବା ଧାର୍ମିକ ଆୟୋଜନରେ ସ୍ବାମୀଙ୍କ ସମକକ୍ଷ ଆସନ ଗ୍ରହଣ କରିବାର ଅଧିକାର କେବଳ ଧର୍ମପତ୍ନୀଙ୍କର ଥାଏ। କେବଳ ଏତିକି ନୁହେଁ ଧର୍ମପତ୍ନୀଙ୍କ ପୁଅଙ୍କୁ ହିଁ ଅନ୍ତିମ ସଂସ୍କାରରେ ପିତାଙ୍କ ଚିତାକୁ ଅଗ୍ନି ଦେବାର ଅଧିକାର ଥାଏ। ଧର୍ମପତ୍ନୀଙ୍କ ପୁତ୍ର ପିତାଙ୍କ ଦାୟିତ୍ବର ଉତ୍ତରାଧିକାରୀ ହୋଇଥାଆନ୍ତି। ସବୁ ମିଶାଇ ଯେଉଁ ପତ୍ନୀଙ୍କୁ ଧାର୍ମିକ ମାନ୍ୟତା ମିଳିଥାଏ,ତାଙ୍କୁ ଧର୍ମପତ୍ନୀ କୁହାଯାଏ। ରାଜନୈତିକ,ବ୍ୟାବସାୟିକ କିମ୍ବା ବ୍ୟକ୍ତିଗତ ଲାଭ ପାଇଁ କରାଯାଇଥିବା ବିବାହ କାରଣରୁ ଜୀବନସଙ୍ଗିନୀ ହୋଇଥିବା ମହିଳା ପତ୍ନୀ ବୋଲାଇଥାଆନ୍ତି।

ଆଗକାଳରେ ବହୁ ବିବାହ ପ୍ରଥା ଥିଲା ତେଣୁ ଦୁଇ ପ୍ରକାରର ମହିଳାଙ୍କ ସମାଜରେ ନିଜର ମହତ୍ତ୍ବ ଏବଂ ସ୍ଥାନ ରହୁଥିଲା। ପତ୍ନୀକୁ ଧର୍ମପତ୍ନୀ କୁହାଯାଇନଥାଏ। ଦୁଇଜଣଙ୍କ ଅସ୍ତିତ୍ବ,ମହତ୍ତ୍ବ ଏବଂ ସ୍ଥାନ ପରସ୍ପରଠାରୁ ଭିନ୍ନ ହୋଇଥାଏ।

   Related Posts