ଭାରତୀୟମାନେ କାହିଁକି କିଣୁ ନାହାନ୍ତି କାର, ମାରୁତି ଚେୟାରମ୍ୟାନ କହିଲେ ଏହା ହେଉଛି କାରଣ

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ - ଏବେ ଅଟୋ ମୋବାଇଲ୍‌ ଇଣ୍ଡଷ୍ଟ୍ରୀରେ ମାନ୍ଦାବସ୍ଥା ଦେଖାଦେଇଛି  । ସାରାଦେଶରେ କାର୍‌ର ବିକ୍ରୟ ହ୍ରାସ ପାଇଛି । ଏଥିପାଇଁ ଅନେକ କାର କମ୍ପାନୀ ଛଟେଇ କରିବା ଆରମ୍ଭ କଲେଣି ।  ଓଲା ଓ ଉବେରର ବ୍ୟବହାର ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଉଥିବାରୁ ଅନେକ ଲୋକ କାର୍‌ କିଣୁ ନଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ମାତ୍ର ଅର୍ଥନୈତିକ ମାନ୍ଦାବସ୍ଥାଯୋଗୁଁ ଲୋକ କାର କିଣୁ ନଥିବା ଅନେକ ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି । ହେଲେ ସରକାରଙ୍କ ନୀତି ଯୋଗୁଁ କାର ବିକ୍ରି କମିଥିବା  ମାରୁତିର ଚେୟାରମ୍ୟାନ  ସୂଚନା ଦେଇଛନ୍ତି । ଗାଡିର ବୀମା ରାଶି ବୃଦ୍ଧି , ରୋଡ ଟ୍ୟାକ୍ସ ବୃଦ୍ଧି କାର ବିକ୍ରି କମିବାର ଅନ୍ୟ ଏକ କାରଣ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି କାରର ଦର ବୃଦ୍ଧି ଯୋଗୁଁ ଅନେକ ଲୋକ ଏହାକୁ କିଣୁ ନଥିବା କଥା ମାରୁତି ସୁଜୁକିର ଚେୟୟାରମ୍ୟାନ ସି ଭାର୍ଗବ କହିଛନ୍ତି ।

କାରରେ ସେଫ୍ଟି ଏୟାର ବ୍ୟାଙ୍କ ଏବିଏସ୍ ବ୍ରେକ ଲଗାଇବା ପାଇଁ ଅଧିକ ଖର୍ଚ୍ଚ ହେଉଛି । ଏଥିପାଇଁ କାର ଦର ବୃ୍ଦ୍ଧି ହେଉଛି । ପେଟ୍ରୋଲ ଓ ଡଜିଲେ ଉପରେ ସରକାର ଅଧିକ ଟ୍ୟାକ୍ସ ନେଉଥିବା କଥା ଭାର୍ଗବ କହିଛନ୍ତି।

ରୋଡ୍‌ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଟ୍ୟାକ୍ସର ଦର ବୃଦ୍ଧି ହେଉଥିବାରୁ ଲୋକ କାର କିଣିବା କମାଇ ଦେଇଥିବା ସେ ପ୍ରକାଶ  କରିଛନ୍ତି ।

ବାଇକ ଚଲାଉଥିବା ଲୋକ କାର  କିଣିବା ପାଇଁ ଚାହୁଁଛନ୍ତି ।ହେଲେ ଟଙ୍କା ଯୋଗୁ କିଣୁ ନାହାନ୍ତି । କେତେ ଜଣ ଓଲା ଓ ଉବେର ବ୍ୟବହାର ଯୋଗୁଁ କାର  ବିକ୍ର କମିଥିବା କଥା କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବି ଏହି କଥା କହିଛନ୍ତି । ମାତ୍ର ମାରୁତି ଚେୟାରମ୍ୟାନ ଏଥିପାଇଁ ଅନ୍ୟ କାରଣ ଦର୍ଶାଇଛନ୍ତି  । ବୀମା  ରାଶି ବୃଦ୍ଧି ଯୋଗୁଁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି ।

ରୋଡ ଟ୍ୟାକ୍ସ, ବୀମା ଓ ନୂଆ ସୁରକ୍ଷା ନିୟମ ଯୋଗୁଁ ଏଣ୍ଟ୍ରି ଲେଭଲ କାରରେ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.