ବ୍ରହ୍ମପୁର୧୧/୩: ଅଧିକ ରାଜସ୍ବ ଆଦାୟ ସତ୍ବେ ବ୍ରହ୍ମପୁର ରେଳ ଷ୍ଟେସନକୁ କାହିଁକି ଅଣଦେଖା କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଂଗଠନ ।
{"id":236657,"sizeSlug":"large"}ଯାତ୍ରୀଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ରହ୍ମପୁରରୁ ସୁରତ, ବ୍ରହ୍ମପୁରରୁ ମୁମ୍ବାଇ, ବ୍ରହ୍ମପୁରରୁ ସମ୍ବଲପୁର, ଗୋପାଳପୁର - ତାଳଚେର, ଗୋପାଳପୁର - ରାୟଗଡାକୁ ସିଧାସଳଖ ରେଳ ଚଳାଚଳ ପାଇଁ ଦାବି ହୋଇଛି।
{"id":236658,"sizeSlug":"large"}ବ୍ରିଟିଶ୍ ଅମଳର ଅନ୍ୟତମ ପୁରାତନ ରେଳଷ୍ଟେସନ୍ ହେଉଛି ବ୍ରହ୍ମପୁର ରେଳଷ୍ଟେସନ୍। ବ୍ରହ୍ମପୁର ଠାରୁ ଫୁଲବାଣୀ ଭାୟା ଭଞ୍ଜନଗର ରେଳ ସଂଯୋଗ ସହ ବ୍ରହ୍ମପୁର ରେଳଷ୍ଟେସନ୍ର ଆଧୁନିକୀକରଣ, ଯାତ୍ରୀ ସୁରକ୍ଷା, ଯାତ୍ରୀ ଆଶ୍ରୟସ୍ଥଳୀ ପାଇଁ ଦାବି ଦୋହରାଇଛନ୍ତି ବିଭିନ୍ନ ସଂଗଠନ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି ।