କାହିଁକି ଵାଲାକୋଟରେ ହିଁ ଆକ୍ରମଣ କଲା ଭାରତ ଜାଣନ୍ତୁ

Published By : Prameya-News7 Bureau | February 26, 2019 IST

ଦିଲ୍ଲୀ ୨୬/୨ : ପୁଲୱାମା ଆତଙ୍କୀ ହମଲାରେ ୪୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ଘଟଣାର ପ୍ରତିଶୋଧ ନେଇଛି ଭାରତ | ଜୈସ ସଂଗଠନର ଶିବିରକୁ ଆକ୍ରମଣ କରି ଧୂଳିସାତ କରିଦେଇଛନ୍ତି ଭାରତୀୟ ସେନା | ବାୟୁସେନାରେ ଆକ୍ରମଣରେ ଆତଙ୍କୀ ସଂଗଠନର ପ୍ରଶିକ୍ଷକ, କମାଣ୍ଡର, ମୁଖ୍ୟ କମାଣ୍ଡର, ସଂଚାଳ ସମେତ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି | ଭାରତୀୟ ବାୟୁସେନାର ମୁଖ୍ୟ ବି.ଏସ.ଧନୋଆ ଏୟାର ଷ୍ଟ୍ରାଇକ ବାବଦରେ ସୁରକ୍ଷା ବିଶେଷଜ୍ଞ ଅଜିତ ଡୋଭଲଙ୍କୁ ସୂଚନା ଦେଇଥିଲେ |

{"id":88923}


ପୁଲୱାମା ହମଲାର ପରଦିନ ୧୫ ତାରିଖରେ ବି.ଏସ.ଧନୋଆ ଆତଙ୍କୀ ସଂଗଠନ ଶିବିର ଉପରେ ଆକ୍ରମଣ ଯୋଜନା ସମ୍ପର୍କରେ କହିଥିଲେ | ଆକ୍ରମଣ ପାଇଁ ଵାଲାକୋଟକୁ ବଛା ଯାଇଥିଲା | ଆକ୍ରମଣ ପାଇଁ କାହିଁକି ଵାଲାକୋଟକୁ ବଛାଯାଇଥିଲା ତାହା ମଧ୍ୟ ସେ କହିଛନ୍ତି |

{"id":88924}


ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣର ଯୋଜନା ପାକିସ୍ତାନର ଵାଲାକୋଟରେ ହିଁ ପ୍ରସ୍ତୁତ କରାଯାଇଥିଲା | ଏହାର ଆଉ ଏକ କାରଣ ହେଲା, ପାକିସ୍ତାନ ସେନା ସାଧାରଣତଃ ଏହି ଅଂଚଳରେ ହିଁ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥାଏ | ବର୍ଡ଼ର ଏକ୍ସନ ଟିମ ଏବଂ ପାକିସ୍ତାନର ସେନା ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ ରେଖା ପାର କରିବା ପାଇଁ ଵାଲାକୋଟରେ ଟ୍ରେନିଂ ଦେଇଥାଏ |

{"id":88925}


ବାୟୁସେନାର ଆକ୍ରମଣ ପରେ ପାକିସ୍ତାନର କେତେ କ୍ଷତି ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ଗୁଇନ୍ଦା ସଂସ୍ଥା ଏହା ଜାଣିବାକୁ ଉଦ୍ୟମ କରୁଛି | ଭାରତ ପାକିସ୍ତାନ ସୀମାରେ ଏବେ ପର୍ଯ୍ୟନ୍ତ ପାକିସ୍ତାନୀ ସେନାର କୌଣସି ଗତିବିଧି ପରିଲକ୍ଷିତ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.