ଗରମ ପାଣିରେ ଗାଧୋଉଛନ୍ତି କି : ତେବେ ହୋଇଯାନ୍ତୁ ସାବଧାନ : ନଚେତ୍ ପଡ଼ିପାରନ୍ତି ଅସୁବିଧାରେ

Published By : Prameya-News7 Bureau | January 06, 2019 IST

ଶୀତ ଦିନେ ଅଧିକାଂଶ ଲୋକ ଗାଧୋଇବାକୁ ଇଚ୍ଛା କରିନଥାନ୍ତି। ତଥାପି ଯଦି ବାଧ୍ୟରେ ଗାଧୋଇବାକୁ ପଡ଼ିଥାଏ ତେବେ ଗରମ ପାଣିରେ ଗାଧୋଇଥାନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏହି ପାଣିର ତାପମାତ୍ରା ୩୨ଡିଗ୍ରୀ ସେଲସିୟସ୍ ହେବା ଉଚିତ୍। ଯଦି ଏହାଠାରୁ ଅଧିକ ଗରମ ପାଣିରେ ଗାଧୋଇବେ ତେବେ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଡାକ୍ତର ନଖ ଉଷୁମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଂଚି ଥାଏ।

wp:gallery {"ids":[70886]} /wp:gallery

୧. ତ୍ୱଚାର ଚମକ କମି ଯାଇଥାଏ : ଗରମ ପାଣିରେ ଗାଧୋଇବା ଫଳରେ ତ୍ୱଚାର ଆର୍ଦ୍ରତା କମି ଯାଇଥାଏ।

୨.ତ୍ୱଚା ସଂକ୍ରମଣ ହୋଇଥାଏ।

୩. ଚର୍ମ କୁଞ୍ଚନ ସମସ୍ୟା: ଗରମ ପାଣି ଫଳରେ ତ୍ବଚାର ଟିସୁକୁ କ୍ଷତି ପହଞ୍ଚିଥାଏ। ବୟସ ପୂର୍ବରୁ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଯାଇଥାଏ।

wp:gallery {"ids":[70887]} /wp:gallery

୪.ଗରମ ପାଣି ଦ୍ବାରା ବାଳର ଆର୍ଦ୍ରତା କମିଯାଇଥାଏ ଯାହା ଦ୍ବାରା ବାଳ ଶୁଖିଲା ହୋଇଯାଇଥାଏ।

୫.ବାଳର ମୂଳ ଶୁଖିଯିବା ଫଳରେ ଚୁଟି ଝଡ଼ିଥାଏ।

୬.ରୁପି ସମସ୍ୟା ହୋଇଥାଏ।

wp:gallery {"ids":[70889]} /wp:gallery

୭.ଗରମ ପାଣି ଦ୍ବାରା ଗୋଡ଼ ଏବଂ ହାତର ନଖରେ କ୍ଷତି ପହଞ୍ଚିଥାଏ।

୮.ଗରମ ପାଣି ପ୍ରୟୋଗ କରିବା ଦ୍ବାରା ନଖ ଫାଟିଥାଏ,ସଂକ୍ରମଣ ଏବଂ ଆଖପାଖର ଚର୍ମ ଫାଟିବା ସମସ୍ୟା ଦେଖାଯାଇଥାଏ।

wp:gallery {"ids":[70892]} /wp:gallery

୯.ଗରମ ପାଣିରେ ଗାଧୋଇଲେ ଆଖିର ଆର୍ଦ୍ରତା ମଧ୍ୟ କମିଥାଏ। ଏହା ଦ୍ବାରା ଆଖି ଲାଲ ହୋଇ କୁଣ୍ଡେଇ ହୋଇଥାଏ ଏବଂ ଆଖିରୁ ପାଣି ବୋହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.