Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

Weiboକୁ ଅଲ୍‌ବିଦା କହିଲେ ପ୍ରଧାନମନ୍ତ୍ରୀ, କିନ୍ତୁ ସହଜ ହେଲାନି ଟୋଟାଲ୍ ଡିଲିଟ୍ : ଟେନସନ୍ ଦେଲା ଦୁଇଟି ପୋଷ୍ଟ

2/07/2020 at 12:46 PM

ନୂଆଦିଲ୍ଲୀ ୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ Weiboକୁ ଅଲବିଦା କହିଛନ୍ତି । ନିକଟରେ ଭାରତ ସରକାର ନିରାପତ୍ତା ଓ ସୁରକ୍ଷା ଦୃଷ୍ଟିରୁ ୫୯ ଚାଇନିଜ୍ ଆପ୍ଲିକେସନ ଉପରେ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ଯେଉଁଥିରେ Weibo ମଧ୍ୟ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ Weiboରେ ଆକାଉଣ୍ଟ ଖୋଲିଥିଲେ ।

ସରକାର ୫୯ଟି ଚାଇନିଜ୍ ଆପ୍ ଅବରୋଧ କରିବା ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Weibo ଆକାଉଣ୍ଟ ଖାଲି ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୋଫାଇଲ୍ ଫଟୋ, ପୋଷ୍ଟ ଏବଂ ଟିପ୍ପଣୀଗୁଡିକ ଟ୍ବିଟର ଭଳି ଆକାଉଣ୍ଟରୁ ହଟାଇଦିଆଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ Weiboର ୧୧୫ଟି ପୋଷ୍ଟ ରହିଥିଲା । ଯାହାକୁ ଚୀନ୍‌ର ସର୍ବବୃହତ ମାଇକ୍ରୋବ୍ଲଗିଂ ସାଇଟରେ ଭିଭିଆଇପି ଆକାଉଣ୍ଟ ପାଇଁ ଜଟିଳ ପ୍ରକ୍ରିୟା କାରଣରୁ ମାନୁଆଲ ଭାବରେ ହଟାଇବାକୁ ପଡିଲା ।

ଏକ ଅଧିକାରିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂତ୍ରରୁ ପ୍ରକାଶ । ସେ କହିଛନ୍ତି ଯେ, ଚୀନ୍‌ର ସବୁଠୁ ଭଲ କାରଣ ପାଇଁ ଏହି ମୌଳିକ ଅନୁମତି ଦେବାରେ ବହୁ ବିଳମ୍ବ ହୋଇଥିଲା ।

ଦୁଇଟି ପୋଷ୍ଟକୁ ବର୍ତ୍ତମାନ ମଧ୍ୟ ହଟାଯାଇ ପାରିନାହିଁ । କାରଣ ସେଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପୋଷ୍ଟ କରାଯାଇଥିଲା । ସୂତ୍ରରୁ ପ୍ରକାଶ ଯେ, ଚାଇନିଜ୍ ଆପ୍ ସେମାନଙ୍କ ରାଷ୍ଟ୍ରପତିଙ୍କ ଫଟୋକୁ ସହଜରେ ଡିଲିଟ୍ କରିପାରିବ ନାହିଁ।

Weibo ଉପଭୋକ୍ତାମାନଙ୍କୁ ନିଜ ଆକାଉଣ୍ଟ ଡିଲିଟ୍ କରିବାକୁ ଅନୁମତି ଦିଏ ନାହିଁ । କେବଳ ପ୍ଲାଟଫର୍ମ ହିଁ କୌଣସି ଆକାଉଣ୍ଟକୁ ଡିଲିଟ୍ କରିପାରିବ । ଏହି ପୋଷ୍ଟ ପାଇଁ ପ୍ରତ୍ୟେକଙ୍କୁ ଖୋଲାଖୋଲି ଭାବେ ଏବଂ ମ୍ୟୁଚୁଆଲ୍ ରୂପରେ ହଟାଇବାକୁ ପଡିବ ।

ଚୀନ୍ ଗସ୍ତର ଠିକ୍ ପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ Weiboରେ ଯୋଗ ଦେଇଥିଲେ ଏବଂ ୨,୪୪,୦୦୦ ୟୁସର୍ସଙ୍କ ସହିତ ଏକ ଆକାଉଣ୍ଟ ଥିଲା । ସେ ୧୫ ଜୁନ୍ ରେ ସି ଜିନପିଙ୍ଗଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ପାଇଁ ଏହି ଆକାଉଣ୍ଟକୁ ବ୍ୟବହାର କରିଥିଲେ । କିନ୍ତୁ ଚଳିତ ବର୍ଷ ସୀମାରେ ଶତ୍ରୁତା ବଢିବା ପରେ ଏହାକୁ ଡିଲିଟ୍ କରିବାକୁ ପଡିଛି । ଲଦାଖର ଗାଲଭାନ୍ ନଦୀ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ମୁହାଁମୁହିଁ ଫଳରେ ୨୦ ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ ।

   Related Posts