ଗୁଗୁଲରେ 'ବାର ଗାର୍ଲ ଇଣ୍ଡିଆ' ସର୍ଚ୍ଚ କଲେ ଆସୁଛି ସୋନିଆ ଗାନ୍ଧୀଙ୍କ ଫଟୋ ଓ ୱିକି : କଂଗ୍ରେସର ପ୍ରତିକ୍ରିୟା ପରେ ଗୁଗୁଲ କଲା ସଂଶୋଧନ

Published By : Prameya-News7 Bureau | December 21, 2018 IST

ଦିଲ୍ଲୀ ୨୧/୧୨ : ଗତ କିଛି ଦିନ ହେଲା ବିବାଦ ଘେରରେ ରହିଛି ଗୁଗୁଲ ସର୍ଚ୍ଚ | ଗୁଗୁଲରେ ପପ୍ପୁ ଶବ୍ଦ ସର୍ଚ୍ଚ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ସାମ୍ନାକୁ ଆସୁଛି | ସେହିଭଳି ଇଡିଏଟ ଶବ୍ଦ ସର୍ଚ୍ଚ କଲେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଫଟୋ  ଆସୁଛି | ଫେକୁ ସର୍ଚ୍ଚ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସାମ୍ନାକୁ ଆସୁଛି | ସେହିଭଳି ଭିକାରି ସର୍ଚ୍ଚ କଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ସାମ୍ନାକୁ ଆସୁଛି | ଏମିତି ଆଉ ଏକ କି ୱାର୍ଡ ସର୍ଚ୍ଚ କଲେ ୟାହା ଆସୁଛି ତାହା ସବୁଠୁ ଅଧିକ ବିବାଦୀୟ ।  ଗୁରୁବାର ଦିନ ଗୁଗୁଲରେ 'ବାର ଗାର୍ଲ ଇଣ୍ଡିଆ' ଲେଖି ସର୍ଚ୍ଚ କରିବାରୁ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୱିକିପେଡିଆ ପେଜ ଖୋଲିଥିଲା |

{"id":65964}

ଏହାକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଯାଇଛି | ଏହାକୁ ନେଇ ଲୋକେ ଦାବି କରିଛନ୍ତି ଗୁଗୁଲରେ 'ବାର ଗାର୍ଲ ଇନ ଇଣ୍ଡିଆ' ଲେଖି ସର୍ଚ୍ଚ କଲେ ସୋନିଆ ଗାନ୍ଧୀଙ୍କ ନାଁ ସର୍ବ ପ୍ରଥମେ ଆସୁଛି | ଏହି ବ୍ୟତିକ୍ରମ କେଵଳ ଗୁଗୁଲରେ ନୁହେଁ ବରଂ ୱିଙ୍ଗ ସର୍ଚ୍ଚ ଇଂଜିନରେ ମଧ୍ୟ ଦେଖିବାକୁ ମିଳିଛି | କିଛି ଦିନ ପୂର୍ବରୁ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା | ସୁନ୍ଦର ପିଚାଇ ଜବାବ ଦେଇଥିଲେ ଯେ, ଏହା ପଛରେ ଗୁଗୁଲ ୱାର୍ଡ ଏବଂ ଆଲଗୋରିଦାମର ଭୁଲ ରହିଛି | ତେବେ କଂଗ୍ରେସର ସାଇବର ଟିମ କାଉଣ୍ଟର କରିବା ପରେ ଏଭଳି ସର୍ଚ୍ଚ ରେଜଲ୍ଟ ଆସିବା ବନ୍ଦ ହୋଇଯାଇଛି |

{"id":65965}

ଗୁଗୁଲରେ ପ୍ରତିଦିନ ଲକ୍ଷ ଲକ୍ଷ ଶବ୍ଦର ସୂଚି ପ୍ରସ୍ତୁତ କରାଯାଉଛି | ଆପଣ ମଧ୍ୟ ଗୁଗୁଲରେ କୌଣସି କି-ୱାର୍ଡ ସର୍ଚ୍ଚ କଲେ ଗୁଗୁଲ ନିଜ ପେଜ ରେଙ୍କ ଆଲଗୋରିଦାମ ଜରିଆରେ ସେହି କି-ୱାର୍ଡ ସହ ଜଡିତ ୱାର୍ଡର ରେଜଲ୍ଟ ଦେଖାଇଥାଏ | ଯଦି କୌଣସି ସଂଗଠନ କିମ୍ବା କୌଣସି ବ୍ୟକ୍ତି ଷଡଯନ୍ତ୍ର କରି, କୌଣସି ଏକ କି-ୱାର୍ଡକୁ ସର୍ଚ୍ଚ କଲେ କୌଣସି ଖାସ ଲୋକ କିମ୍ବା ୱେବସାଇଟ  ସାମ୍ନାକୁ ଆସେ ତାହେଲେ ତାକୁ ଗୁଗୁଲ ୱାର୍ମିଙ୍ଗ ବା ଗୁଗୁଲ ୱାସିଂ କୁହାଯାଏ |

{"id":65966}

ଦୁନିଆର ସବୁଠାରୁ ବଡ ହେକର , ଇଥିକାଲ ହେକର ତଥା ସିକ୍ୟୁରିଟି ରିସର୍ଚ୍ଚର କନିଷ୍କ କହିଛନ୍ତି ଯେ, ଗୁଗୁଲ ରେଜଲ୍ଟ ସମ୍ପୂର୍ଣ ଭାବେ ପେଜ ଏବଂ ୱେବସାଇଟ କଣ୍ଟେଣ୍ଟ ଉପରେ ନିର୍ଭର କରେ | ଗୁଗୁଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ଦାବି କରି କହିଥିଲେ ଯେ, ଗୁଗୁଲ ସର୍ଚ୍ଚ ରେଜଲ୍ଟରେ ଓଲଟପାଲଟ କରିବା କମ୍ପାନୀର କୌଣସି କର୍ମଚାରୀଙ୍କ ପାଇଁ ସମ୍ଭବ ନୁହେଁ | ତେବେ ଗୁଗୁଲ ୱାର୍ମିଙ୍ଗ ଜରିଆରେ ସର୍ଚ୍ଚ ରେଜଲ୍ଟକୁ କିଛି ମାତ୍ରାରେ ପ୍ରଭାବିତ କରାଯାଇପାରିବ ବୋଲି ସେ କହିଛନ୍ତି |

{"id":65967}

ସୂଚନା  ମୁତାବକ, ବୁଧବାର ରାତିରେ ଗୁଗୁଲରେ ବାର ଗାର୍ଲ ଇଣ୍ଡିଆ ନାଁରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା | ଡିସେମ୍ବର ୧୯ ତାରିଖରେ ଉତ୍ତରାଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏହା ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା | ଡିସେମ୍ବର ୨୦ ତାରିଖରେ ଏହି ସର୍ଚ୍ଚ ମାତ୍ରାଧିକ କମିଯାଇଥିଲା |

{"id":65969}

ବୁଧବାର ଅପେକ୍ଷା ଗୁରୁବାର ଅଧିକ ସର୍ଚ୍ଚ ହୋଇଥିଲା | ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାତିରେ ଲୋକେ ଗୁଗୁଲରେ ବାର ଗାର୍ଲ ଇଣ୍ଡିଆ ନାଁରେ ଅଧିକ ସର୍ଚ୍ଚ କରୁଛନ୍ତି | ଗୁଗୁଲରେ କେଵଲ ବାର ଗାର୍ଲ ଇଣ୍ଡିଆ ସର୍ଚ୍ଚ ହୋଇନଥିଲା ବରଂ ' ଇଟାଲିୟନ ବାର ଡ୍ୟାନ୍ସର ଇନ ଇଣ୍ଡିଆ' 'ଇଟାଲିୟନ ବାର ଡ୍ୟାନ୍ସର' ଏବଂ 'ଇଟାଲୀ ବାର ଗାର୍ଲ ଇଣ୍ଡିଆ' ଭଳି ଗୁଡ଼ାଏ ଶବ୍ଦ ସର୍ଚ୍ଚ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.