Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କାହିଁକି ନିଜଠାରୁ ବୟସରେ ବଡ ଯୁବକଙ୍କୁ ଜୀବନସାଥି ଭାବେ ପସନ୍ଦ କରିଥାଆନ୍ତି ଯୁବତୀ

16/09/2019 at 3:25 PM

ସାଧାରଣତଃ ଯୁବତୀମାନଙ୍କର ବିବାହ ନିଜଠାରୁ ବଡ ବୟସର ପୁରୁଷଙ୍କ ସହ ହୋଇଥାଏ । ଯୁବତୀମାନେ ମଧ୍ୟ ନିଜଠାରୁ ବଡ ବୟସର ଯୁବକମାନଙ୍କୁ ଜୀବନସାଥି ଭାବେ ପାଇବାପାଇଁ ପସନ୍ଦ କରିଥାଆନ୍ତି । ଏହାର ଅନେକ ଖାସ୍‌ କାରଣ ରହିଛି ।ଏହାର କେତକ କାରଣ ନିମ୍ନର ବର୍ଣ୍ଣନା କରାଯାଇଛି ।

ଅନୁଭବ- ସମାଜରେ ମହିଳାମାନେ ଏବେ ସକ୍ଷମ । ମାତ୍ର ଅନେକ କ୍ଷେତ୍ରେର ସେମାନେ ପୁରୁଷଙ୍କ ଉପରେ ନିର୍ଭର କରିଥାଆନ୍ତି । ନିଜର ସମସ୍ୟାକୁ ସମାଧାନ ପାଇଁ ଅନୁଭବ ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତି ।ଏଥିପାଇଁ ନିଜଠାରୁ ବୟସ୍କ ପୁରୁଷଙ୍କୁ ମହିଳାମାନେ ଜୀବନସାଥି ଭାବେ ପସନ୍ଦ କରନ୍ତି ।
ବୟସରେ ବଡ ପୁରୁଷମାନେ ସାଧାରଣତଃ ବୁଦ୍ଧିରେ ପରିପକ୍ୱତା ହାସଲ କରିଥାଆନ୍ତି । ଏମାନେ ଦୁଇଜଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଥିବା ବିଭିନ୍ନ ଆବଶ୍ୟକତା ବିଷୟରେ ସଚେତନ ଥାଆନ୍ତି । ବୟସରେ ବଡଙ୍କ ସହ ଅଧିକ ଲମ୍ବା ସମୟ ବିତାଯାଇ ପାରେ । ଏହା ବି ଏକ କାରଣ ।

ଭଲ ଶ୍ରୋତା – ବୟସରେ ବଡ ବ୍ୟକ୍ତି ଭଲ ଶ୍ରୋତା । ମହିଳାମାନଙ୍କୁ ତାଙ୍କ କଥାକୁ ଗୁରୁତ୍ୱ ଦେଉଥିବା ଓ ତାଙ୍କ କଥା ଶୁଣୁଥିବା ବ୍ୟକ୍ତି ବେଶ୍‌ ଭଲ ଲାଗନ୍ତି । ବୟସରେ ବଡ ପୁରୁଷ ପତ୍ନୀଙ୍କ କଥା ଅପେକ୍ଷାକୃତ ଅଧିକ ଶୁଣିଥାଆନ୍ତି ।

ସ୍ୱତନ୍ତ୍ର – ମହିଳାମାନେ ଏବେ ସ୍ୱାଧୀନ ଚେତା । ସ୍ୱାଧୀନ ଭାବେ ଏବେ ଅନେକ କାମ କରୁଛନ୍ତି। ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି । ମାତ୍ର କୌଣସି ଏକ ନିଷ୍ପତ୍ତି ନେବା ସମୟରେ ଅନେକଙ୍କର ପରାମର୍ଶ ନେଇଥାଆନ୍ତି । ଏଥିପାଇଁ ମହିଳାମାନେ ନିଜଠାରୁ ବୟସରେ ବଡଙ୍କ ଠାରୁ ପରାମର୍ଶ ନେବାରେ ଭରସା କରନ୍ତି।

ଆର୍ଥିକରୁପେ ଆତ୍ମ ନିର୍ଭରଶୀଳ – ଏବେ ଏକ ଭଲ ପଦବୀ କିମ୍ବା ଭଲ ରୋଜଗାର ପାଇଁ ଅନେକ ସମୟ ଦେବାକୁ ପଡୁଛି । ଏଥିପାଇଁ ପୁରୁଷମାନେ ଏକ ଭଲ ସ୍ଥାନରେ ପହଞ୍ଚିବା ପାଇଁ ସମୟ ଲାଗୁଛି। ମହିଳାମାନେ ଅନେକ ସମୟରେ ଆର୍ଥକି ଭାବେ ଆତ୍ମ ନିର୍ଭରଶୀଳ ଲୋକଙ୍କୁ ବେଶ୍‌ ପସନ୍ଦ କରୁଛନ୍ତି । ଯାହାର ନିଜର ପରିଚୟ ରହିଛି ସେପରି ବ୍ୟକ୍ତିଙ୍କୁ ବେଶ୍‌ ପସନ୍ଦ କରନ୍ତି ।

ଆତ୍ମବିଶ୍ୱାସ – ବୟସରେ ବଡ ଯୁବକଙ୍କ ନିକଟରେ ଅଧିକ ଆତ୍ମବିଶ୍ୱାସ ଥାଏ । ଏମାନଙ୍କୁ ଅନେକ କଥାର ଅନୁଭବ ବି ଥାଏ ଯୁବତୀମାନେ ଏପରି ଆତ୍ମବିଶ୍ୱାସ ଥିବା ଲୋକଙ୍କୁ ପସନ୍ଦ କରିଥାଆନ୍ତି।

ଯତ୍ନଶୀଳ – ବୟସରେ ବଡ ହୋଇଥିବା ବ୍ୟକ୍ତି ଅଧିକ ଯତ୍ନଶୀଳ । ଏଥିପାଇଁ ଯୁବତୀମାନେ ବୟସରେ ବଡ ଯୁବକଙ୍କୁ ଜୀବନସାଥି ଭାବେ ପାଇବା ପାଇଁ ଚାହାନ୍ତି । ମାତ୍ର କେତକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ବି ଦେଖାଦିଏ ।

   Related Posts