କାର୍ତ୍ତିକ ମାସରେ କାହିଁକି ମାଛ ଖାଇବା ଉଚିତ ନୁହେଁ: ଜାଣନ୍ତୁ କ'ଣ କାରଣ

Published By : Prameya-News7 Bureau | October 21, 2021 IST

ଭୁବନେଶ୍ୱର ୨୧/୧୦ : ହିନ୍ଦୁ ପାଞ୍ଜି ଅନୁସାରେ ଗୁରୁବାରଠୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଗୁରୁବାର ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି। ଏହି ମାସରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରାଯାଏ। ଏହାସହ ଏହି ମାସରେ ତୁଳସୀ ଚଉଁରା ପୂଜାର ମଧ୍ୟ ଅନେକ ମହତ୍ତ୍ୱ ଅଛି। ଏହି ମାସରେ ପବିତ୍ର ନଦୀରେ ସ୍ନାନ ଓ ଦାନ ପୁଣ୍ୟର ମଧ୍ୟ ପରମ୍ପରା ରହିଛି। ପବିତ୍ର ନଦୀରେ ସ୍ନାନ କଲେ ଓ ଦାନ କଲେ ପୁଣ୍ୟ ମିଳିଥାଏ।

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ କାର୍ତ୍ତିକ ମାସ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ ଖାଇବା ପିଇବାର କିଛି ବିଶେଷ ନିୟମ ରହିଛି। ଏହି ମାସରେ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷଠୁ ଦୁରେଇ ରହିବ ଉଚିତ ତାହା ନିଶ୍ଚୟ ଜାଣିବା ଦରକାର। ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ।

କାର୍ତ୍ତିକ ମାସରେ ମାସ, ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ମାସରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ଅବତାରରେ ରୁହନ୍ତି। ସେଥିପାଇଁ ଏହି ମାସରେ ମାଛ ଖାଇବା ଉଚିତ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଷାଢ଼ ମାସରେ ବର୍ଷା ଓ ବନ୍ୟା ଯୋଗୁଁ ଜଳ ଦୂଷିତ ହୋଇଯାଇଥାଏ। ଦୂଷିତ ଜିନିଷ ସେବନ ଦ୍ୱାରା ବ୍ୟକ୍ତି ରୋଗରେ ପୀଡିତ ହୋଇଥାଏ। ଦୂଷିତ ପାଣି ଯୋଗୁଁ ମାଛରେ ମଧ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ। ସେଥିପାଇଁ କାର୍ତ୍ତିକ ମାସରେ ମାଛ ଖାଇବା ଉଚିତ ନୁହେଁ।

{"id":530830,"width":615,"height":369,"sizeSlug":"full","linkDestination":"none"}

କାର୍ତ୍ତିକ ମାସରେ ହରଡ ଓ ଚଣା ଡାଲି ସେବନ କରିବା ମଧ୍ୟ ଲାଭକାରୀ ନୁହେଁ ବୋଲି କୁହାଯାଏ। ଏହି ଡାଲି ସେବନ ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ।

କାର୍ତ୍ତିକ ମାସରେ ଦହି ସେବନ ମଧ୍ୟ କରିବା ଉଚିତ ନୁହେଁ ବୋଲି କୁହାଯାଏ। ଦହି ବଦଳରେ କ୍ଷୀର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ।

କାର୍ତ୍ତିକ ମାସରେ ଥଣ୍ଡା ପାଣି ମଧ୍ୟ ପିଇବା ଉଚିତ ନୁହେଁ। ଏହି ମାସରେ ଥଣ୍ଡା ଦ୍ରବ୍ୟଠୁ ଦୁରେଇ ରହିବା ଉଚିତ। ଏହାଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଥାଏ। ଶ୍ୱାସ ରୋଗୀ କାର୍ତ୍ତିକ ମାସରେ ବିଶେଷ ସଚେତନ ରହିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.