ମୃତ୍ୟୁ ସମୟରେ ଦୁର୍ଯ୍ୟୋଧନ କାହିଁକି ଦେଖାଇଥିଲେ ନିଜର ତିନିଟି ଆଙ୍ଗୁଳି, ଜାଣନ୍ତୁ

Published By : Prameya-News7 Bureau | February 01, 2019 IST

wp:heading {"level":5}
ମରିବା ସମୟରେ ଏବଂ ହାରିବା ସମୟରେ ମଣିଷ ସତ କହେ ବୋଲି କୁହାଯାଏ। ତେବେ ମହାଭାରତ କାହାଣୀରେ ମଧ୍ୟ ସେହିଭଳି ଏକ ଘଟଣା ଘଟିଥିଲା ଯାହା ଅଧିକାଂଶ ଲୋକଙ୍କୁ ଜଣା ନାହିଁ। ଯେତେବେଳେ ଭୀମଙ୍କ ଆକ୍ରମଣରେ ଦୁର୍ଯ୍ୟୋଧନ ଭୂମି ଉପରେ ବେହୋଶ ହୋଇ ପଡିଥିଲେ ସେତେବେଳେ ଦୁର୍ଯ୍ୟୋଧନ ହାତ ଉଠାଇ ତିନଟି ଆଙ୍ଗୁଳି ଦେଖାଇଥିଲେ। ଦୁର୍ଯ୍ୟୋଧନଙ୍କର ଆଙ୍ଗୁଳି ଦେଖାଇବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଥିଲା। ଜାଣନ୍ତୁ ଏହାର ରହସ୍ୟ।
/wp:heading {"id":80704,"width":594,"height":371}
wp:heading {"level":5}
 ଆଙ୍ଗୁଳି ଦେଖାଇବା ପଛରେ ଥିବା ରହସ୍ୟ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ସେଠାରେ ଥିବା ଅନ୍ୟମାନେ ଏହାର ଅର୍ଥ ବୁଝିପାରିନଥିଲେ । ତେବେ ଶ୍ରୀକୃଷ୍ଣ ଅନ୍ତର୍ଯ୍ୟାମି । ସେ ଦୁର୍ଯ୍ୟୋଧନଙ୍କର ଏହି ସଂକେତକୁ ବୁଝିଯାଇଥିଲେ। ଦୁର୍ଯ୍ୟୋଧନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଯେ, ଦୁର୍ଯ୍ୟୋଧନ ‘ତୁମ ହାରିବା ସୁନିଶ୍ଚିତ ଥିଲା। ସେଥିପାଇଁ ଅନୁଶୋଚନା କରନାହିଁ । ଏଥିପାଇଁ ହାରିବା ଅବଧାରିତ ଥିଲା ଯେ, ତୁମେ ତୁମ ଜୀବନ କାଳରେ କେବେ ଭଲ କାର୍ଯ୍ୟ କରିନାହଁ । ସବୁବେଳେ ଅନ୍ୟାୟ କରିବା ସହ ଅସତ୍ୟର ପକ୍ଷରେ ରହି ଆସିଛ । ଅନ୍ୟ ସହ କେବଳ ଛନ୍ଦ କପଟ କରିଆସିଛ । ତେଣୁ ତମେ ଯେଉଁ ତିନୋଟି କଥା କରିଥିଲେ ହୁଏତ ଆଜି ଜିତିଥାନ୍ତ ବୋଲି ଭାବୁଛ ତାହା ତୁମର ଭୁଲ ଧାରଣା ।” 
/wp:heading {"id":80705,"width":589,"height":422}
wp:heading {"level":5}
 ପୁଣି ଶ୍ରୀକୃଷ୍ଣ କହିଥିଲେ ଯେ ତୁମେ ଯାହା ଭାବୁଛ ଯେ, ହସ୍ତିନାପୁରରେ ଯଦି ଏକ ଦୁର୍ଗ କରିଥାନ୍ତ ତାହେଲେ ତମର ବିଜୟ ହୋଇଥାନ୍ତା । କିନ୍ତୁ ଜାଣିରଖ ଯଦି ତୁମେ ସେମିତି କିଛି କରିଥାନ୍ତ ତାହେଲେ ନକୁଳ ତାଙ୍କ ଦିବ୍ୟ ଘୋଡା ସହାୟତାରେ ତାକୁ ଭାଙ୍ଗି ଚୁରମାର କରିଦେଇଥାନ୍ତେ । ସେଥିପାଇଁ ଆଉ ଦୁଃଖ କର ନାହିଁ ।’’
/wp:heading {"id":80706,"width":592,"height":423}
wp:heading {"level":5}
 ଏହା ଶୁଣିବାପରେ ଦୁର୍ଯ୍ୟୋଧନଙ୍କ ଗୋଟିଏ ଅଙ୍ଗୁଳି ତଳକୁ ହୋଇଯାଇଥିଲା ।  ପୁଣି ଶ୍ରୀକୃଷ୍ଣ କହିଥିଲେ ଯେ, ‘ତୁମେ ଭାବୁଚ ଯେ, ଅଶ୍ୱତ୍ଥାମାଙ୍କୁ ଆଗରୁ ସେନାପତି ନକରି ତମେ ଭୁଲ କରିଛ । ତାଙ୍କୁ ସେନାପତି କରିଥିଲେ ହୁଏତ ତମେ ବିଜୟୀ ହୋଇଥାନ୍ତ । କିନ୍ତୁ ତୁମେ ସେମିତି ନିଷ୍ପତ୍ତି ନେଇଥିଲେ ଯୁଧିଷ୍ଠିରଙ୍କ କ୍ରୋଧ ଏକା ଥରରେ ପୁରା କୌରବ ସେନାକୁ ଧ୍ବଂସ କରିଦେଇଥାନ୍ତା। ’’ ଏକଥା ଶୁଣିବାପରେ ଦୁର୍ଯ୍ୟୋଧନଙ୍କ ଦ୍ବିତୀୟ ଅଂଗୁଳି ମଧ୍ୟ ତଳକୁ ହୋଇଯାଇଥିଲା ।
/wp:heading {"id":80707,"width":594,"height":446}
wp:heading {"level":5}
 ଦୁର୍ଯ୍ୟୋଧନଙ୍କ ତୃତୀୟ ଅଂଗୁଳି ତଥାପି ଉଠିକି ଥାଏ ।ଏହାକୁ ଦେଖି ଶ୍ରୀକୃଷ୍ଣ କହିଥିଲେ ଯେ, ‘ଦୁର୍ଯ୍ୟୋଧନ, ତୁମେ ଭାବୁଚ ଯେ, ମହାତ୍ମା ବିଦୁର ଯଦି ତୁମ ପକ୍ଷରୁ ଅସ୍ତ୍ର ଧରିଥାନ୍ତେ , ତାହେଲେ ତୁମେ ବିଜୟୀ ହୋଇଥାନ୍ତ । କିନ୍ତୁ ଏହା ମଧ୍ୟ ସମ୍ପୂର୍ଣ୍ଣ ଭୂଲ ଭାବନା ତମର । ମହାତ୍ମା ବିଦୁର ଯଦି ତୁମ ପକ୍ଷରୁ ଅସ୍ତ୍ର ଧରିଥାନ୍ତେ ତାହେଲେ ମୁଁ ନିଜେ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ କରିଥାନ୍ତି । ଏମିତି ଯଦି ହୋଇଥାନ୍ତା ତାହେଲେ ପରିଣତି କଣ ହୋଇଥାନ୍ତା ତୁମେ ଜାଣିଛ । ,ଏଥିପାଇଁ କାହିଁକି ଏ ଅନୁଶୋଚନା ?” ଶ୍ରୀକୃଷ୍ଣଙ୍କ ଏହି କଥା ଶୁଣିବାପରେ ଦୁର୍ଯ୍ୟୋଧନଙ୍କ ତିନୋଟି ଯାକ ଆଙ୍ଗୁଠି ତଳକୁ ହୋଇଯାଇଥିଲା ।
/wp:heading {"id":80708,"width":594,"height":334}
wp:heading {"level":5}
 ଅସଲରେ ଦୁର୍ଯ୍ୟୋଧନ ନିଜ ପରାଜୟକୁ ଗ୍ରହଣ କରିପାରୁନଥିଲେ । ମୃତ୍ୟୁ ଶଯ୍ୟାରେ ମଧ୍ୟ ସେ ଭାବୁଥିଲେ ଯେ, ଏମିତି କିଛି କରିଥିଲେ ହୁଏତ ସେ ବିଜୟୀ ହୋଇଥାନ୍ତେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଏହି ଧାରଣାରୁ ମୁକ୍ତି ପ୍ରଦାନ କରିଥିଲେ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.