ମୋବାଇଲରେ କାହିଁକି ଥାଏ ଫ୍ଲାଇଟ୍‌ ମୋଡ୍ ଅପସନ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | August 30, 2019 IST

ମୋବାଇଲ ଫୋନ୍‌ ବା ସେଲ ଫୋନ୍‌ ବିଶେଷ ବେସ ଷ୍ଟେସନର ନେଟୱାର୍କ ଆଧାରରେ ମୋବାଇଲ ଶବ୍ଦ ବା ଡାଟା ସଂଚାର ପାଇଁ ଉପଯୋଗ କରାଯାଏ। ଏହାକୁ ସେଲ ସାଇଟ୍‌ କୁହାଯାଏ। ଫ୍ଲାଇଟ୍‌ ମୋଡ ଅପସନ୍‌ ସବୁ ଫୋନ୍‌ରେ ଥାଏ। ତେବେ ଫୋନ୍‌ରେ ଫ୍ଲାଇଟ୍‌ ମୋଡ ଥାଏ କାରଣ ଫୋନ୍‌ ଏକ ବିଦ୍ୟୁତ୍‌ ଚୁମ୍ବକ ଓ ଫୋନ୍‌ରେ ଆସୁଥିବା ସିଗନାଲ ବିମାନ ସିଗନାଲକୁ ମଧ୍ୟ ହେଙ୍ଗ କରିପାରେ। ଏଥିପାଇଁ ଫୋନ୍‌ ଫ୍ଲାଇଟ୍‌ ମୋଡରେ ରଖାଯାଏ। କାରଣ ଏହା ଦ୍ବାରା ବିମାନ ଓ ଫୋନ୍‌ରେ ବିଦ୍ୟୁତୀୟ ସିଗନାଲ ମିଶେନାହିଁ।

{"id":150860}

ତେବେ ଫେନ୍‌ରେ ଏହି ଅପସନ ଦିଆଯିବାର ଅନ୍ୟ ମୁଖ୍ୟ କାରଣ ଜାଣନ୍ତୁ-

୧- ଫୋନ୍‌କୁ ଫ୍ଲାଇଟ୍‌ ମୋଡରେ ଏଥିପାଇଁ ରଖାଯାଏ କାରଣ ଏହି ଛୋଟ ମୋବାଇଲ ଫୋନ୍‌ ଫ୍ଲାଇଟ୍‌ ଅପେରେସନକୁ ବ୍ଲକ୍‌ କରିପାରେ।  

{"id":150861}

୨- ଯେତେବେଳେ ମୋବାଇଲ ଫୋନ୍‌କୁ ଫ୍ଲାଇଟ୍‌ ମୋଡରେ ରଖାଯାଏ ସେତେବେଳେ ଫୋନ୍‌ର ସର୍ଭିସ ଯେମିତିକି ୱାଇଫାଇ, ଜିଏସ୍‌ଏମ୍‌, ବ୍ଲୁଟୁଥ୍‌ ଭଳି ସେବା ଡିସେବଲ ହୋଇଯାଏ।

୩- ଫୋନ୍‌ ଫ୍ଲାଇଟ୍‌ ମୋଡରେ ନଥିଲେ ସିଗନାଲ ଫ୍ଲାଇଟର ସେନ୍‌ସିଟିଭ ଇଲେକ୍ଟ୍ରିକ୍‌ ଡିଭାଇସ୍‌ର ସିଗନାଲକୁ ବ୍ଲକ୍‌ କରିପାରେ।

{"id":150862}

୪- ଫ୍ଲାଇଟ୍‌ ଲ୍ୟାଣ୍ଡିଂ ଓ ଟେକ୍‌ଅଫ ସମୟରେ ବହୁତ ସତର୍କତା ଓ ସାବଧାନ ରହିବା ପାଇଁ କୁହାଯାଏ କାରଣ ଏହା ବେଶ ଗୁରୁତ୍ବପୂର୍ଣ୍ଣ ଅପରେସନ ଥାଏ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.