Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ସୈନିକମାନେ କାହିଁକି ରଖିଥାଆନ୍ତି ଛୋଟ ବାଳ : ଜାଣିଛନ୍ତି କି?

15/02/2019 at 6:13 PM

ଅଧିକାଂଶ ସମ୍ବାଦପତ୍ରରେ ଫଟୋ,ଗୁଗଲ୍ ଫଟୋ,ଗଣତନ୍ତ୍ର ଦିବସରେ ପ୍ୟାରେଡ୍,ଫିଲ୍ମ ଏବଂ ମେଟ୍ରୋରେ ଯାତ୍ରା ସମୟରେ ଆମେ ସୈନିକଙ୍କୁ ଦେଖିଥାଉ। ଏସବୁ ଦେଖି ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ-ତାହା ହେଲା ସୈନିକଙ୍କ ବାଳ। ତେବେ ଆସନ୍ତୁ ଜାଣିବା ସୈନିକମାନେ କେଉଁ କାରଣରୁ ଛୋଟ ବାଳ ରଖିଥାଆନ୍ତି।

୧-ଯୁଦ୍ଧ ସମୟରେ ସୈନିକମାନେ ମୁଣ୍ଡରେ ହେଲମେଟ୍ ଏବଂ ବିଭିନ୍ନ ପ୍ରକାର ଗ୍ୟାଜେଟସ୍ ପିନ୍ଧିଥାଆନ୍ତି। ଯାହା ଫଳରେ ସେମାନେ ଛୋଟ ବାଳ ରଖିଥାଆନ୍ତି।

୨-ସୈନିକମାନେ ଯୁଦ୍ଧବେଳେ ଗାଧୋଇ ପାରନ୍ତି ନାହିଁ। ଏଥିପାଇଁ ବାଳକୁ ଛୋଟ ରଖିଥାଆନ୍ତି ଯାହା ଫଳରେ ସେମାନେ ସଂକ୍ରମଣରୁ ରକ୍ଷା ପାଇ ପାରିବେ।

୩-ସୈନିକଙ୍କ କାମ ବନ୍ଧୁକ ଚଲାଇବା। ସେମାନେ ଯେତେବେଳେ  ବନ୍ଧୁକ ଚଲାଇଥାଆନ୍ତି ତାଙ୍କୁ ବହୁତ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଲକ୍ଷ୍ୟ ସାଧିବା ପାଇଁ ବାଳ ବାଧା ସୃଷ୍ଟି କରିଥାଏ। ଲମ୍ବା ବାଳ ତାଙ୍କ ଆଖି ସାମନାରେ ଆସିବା ଦ୍ବାରା ତାଙ୍କ ଲକ୍ଷ୍ୟଚ୍ୟୁତ ହେବାର ଆଶଙ୍କା ଥାଏ।

୪-ଛୋଟ ବାଳ ଖୁବ୍ ଶୀଘ୍ର ଶୁଖି ଯାଇଥାଏ। ଯୁଦ୍ଧରେ ଅଧିକାଂଶ ସମୟ ସୈନିକଙ୍କୁ ନଦୀ ନାଳ ଅତିକ୍ରମ କରିବାକୁ ପଡ଼ିଥାଏ। ଯାହା ଦ୍ବାରା ଲମ୍ବା ବାଳ ହୋଇଥିବା ଯୋଗୁଁ ଥଣ୍ଡା ଜ୍ବର ହେବାର ଆଶଙ୍କା ଥାଏ। ଏଥିପାଇଁ ସୈନିକଙ୍କୁ ବାଳ ଛୋଟ କରିବାକୁ ପଡ଼ିଥାଏ।

   Related Posts