Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ସୁଶାନ୍ତ ଡେଥ୍-ମିଷ୍ଟ୍ରି : ଆସିଲା ଆଉ ଏକ ନୂଆ ତଥ୍ୟ, ମୃତ୍ୟୁ ପରେ ବି ଦିଶା ସାଲିୟନଙ୍କ ଫୋନକୁ ବ୍ୟବହାର କରୁଥିଲେ ଷଡ଼ଯନ୍ତ୍ରକାରୀ

24/08/2020 at 3:20 PM

ମୁମ୍ବାଇ ୨୪/୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଜୋରସୋରରେ ଆଗକୁ ବଢ଼ୁଛି। ଏହି ମାମଲାରେ ଲଗାତାରଭାବେ ନୂଆ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏବେ ଦିଶା ସାଲିୟନଙ୍କ ସହ ଜଡ଼ିତ ଏକ ଚାଞ୍ଚଲ୍ୟକର ସୂଚନା ସାମନାକୁ ଆସିଛି ଯେ ଦିଶାଙ୍କ ମୃତ୍ୟୁର ଅନେକ ଦିନ ଯାଏଁ ତାଙ୍କ ସେଲଫୋନ୍ ଆକ୍ଟିଭ ଥିଲା। ଏହି ଫୋନ୍ ବ୍ୟବହାର ହେଉଛି ଏବଂ ଏଥିରେ ଫୋନ୍ କଲ୍ ମଧ୍ୟ କରାଯାଇଥିଲା।

ଦିଶା ସାଲିୟନଙ୍କ ମୃତ୍ୟୁକୁ କିଛି ଦିନଠାରୁ ସୁଶାନ୍ତଙ୍କ ମୃତ୍ୟୁ ସହ ଯୋଡ଼ା ଯାଉଛି। ଦିଶା ମୃତ୍ୟୁ ପୂର୍ବରୁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ ସହ କଥା ହୋଇଥିଲେ ଏବଂ ସୁଶାନ୍ତ ଏକ ପ୍ରେସ୍ କନଫରେନ୍ସ କରି କିଛି ସୂଚନା ସାମନାରେ ରଖିବାକୁ ଚାହୁଁଥିଲେ। କିନ୍ତୁ ଦିଶା-ସୁଶାନ୍ତଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ରହିଛି। ଏକଥାକୁ ଦିଶାଙ୍କ ବାପା-ମାଆ ଖାରଜ କରି କହିଥିଲେ ଯେ ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ନାଁ ଖରାପ କରିବାକୁ ଉଦ୍ୟମ ନ କରାଯାଉ।

ଦିଶାଙ୍କ ଫୋନ୍ ସହ ଜଡ଼ିତ ସୂଚନା ସାମନାକୁ ଆସିବା ପରେ ଏବେ ଅନେକ ନୂଆ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମ ପ୍ରଶ୍ନ ହେଉଛି ପ୍ରକୃତରେ ଦିଶାଙ୍କ ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ କାହିଁକି ଜବତ କରାଯାଇନଥିଲା? ଦ୍ବିତୀୟ ପ୍ରଶ୍ନ ହେଉଛି ପ୍ରକୃତରେ କିଏ ଦିଶାଙ୍କ ଫୋନ୍ କିଏ ବ୍ୟବହାର କରୁଥିଲା? ତୃତୀୟ ପ୍ରଶ୍ନ ହେଉଛି ଫୋନ୍ କଲ୍ କାହାକୁ କାହାକୁ କରାଯାଇଥିଲା। ଏବଂ ଚତୁର୍ଥ ପ୍ରଶ୍ନ ହେଉଛି ଯେ ପୋଲିସ୍ କେଉଁଭଳି ତଦନ୍ତ କରୁଥିଲା ଯେ ତଦନ୍ତ ପାଇଁ ଫୋନ୍ ମଧ୍ୟ ନେଇନଥିଲା?

ଦିଶାଙ୍କ ମୃତ୍ୟୁ ଜୁନ୍ ୮ତାରିଖରେ ହୋଇଥିଲା ଏବଂ ତାଙ୍କ ଫୋନ୍ ଜୁନ୍ ୧୭ତାରିଖ ଯାଏଁ ଆକ୍ଟିଭ ଥିଲା। ଦିଶାଙ୍କ ଫୋନରୁ ଇଣ୍ଟରନେଟ୍ କଲିଂ ସହ ଜଡ଼ିତ ଏବଂ ସୂଚନା ବାହାର କରିବାକୁ ଉଦ୍ୟମ ଜାରି ରହିଛି।

   Related Posts