କଂଗ୍ରେସ ନେତା ପ୍ରଦୀପ ମାଝି କାହିଁକି ବିବାହ କଲେ ନାହିଁ..? ପ୍ରେମ ଆଉ ଭିଡିଓ ଭାଇରାଲ ସଂପର୍କରେ କହିଲେ ସତ କଥା...

Published By : Prameya-News7 Bureau | August 02, 2020 IST

ଭୁବନେଶ୍ବର୨/୮: କଂଗ୍ରେସ ନେତା ପ୍ରଦୀପ ମାଝି ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ମନର କଥା ଖୋଲି କହିଛନ୍ତି। ପ୍ରଦୀପଙ୍କ ବ୍ୟକ୍ତିଗତ ଜୀବନରେ ଘଟି ଯାଇଥିଲା ଘଟଣା ସଂପର୍କରେ ପ୍ରଶ୍ନ କରାଯାଇଥିଲା। ସେ ମଧ୍ୟ ସଙ୍କୋଚ ମନେ ନ କରି ନିଜ ଜୀବନରେ କିଛି ଅକୁହା କଥା ସେ କ୍ୟାମେରା ସାମ୍ନା କହିଥିଲେ। ପ୍ରଦୀପ ମାଝି ବାହା ହେବେ କି ନାହିଁ, ଏହି ପ୍ରଶ୍ନରେ ସେ କହିଥିଲେ, ମୋତେ ଆଉ ଦିଶୁନି। ପ୍ରଦୀପ ମାଝି ଜୀବନରେ କାହାକୁ ମନ ଦେଇଥିଲେ କି ? ଏହି ପ୍ରଶ୍ନରେ ସେ ମଧ୍ୟ ସମାନ ଢ଼ଙ୍ଗରେ ଉତ୍ତର ଦେଇଥିଲେ। ସେ କହିଥିଲେ, ଯୁବ ବୟସରେ ଗୋଟେ ନୁହେଁ, ଏକାଧିକଙ୍କୁ ମନ ଦେଇଥିଲେ।  ପ୍ରେମରେ ଧକ୍କା ଖାଇବା ପରେ ପ୍ରଦୀପ ମାଝି ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି କି? ଏହି ପ୍ରଶ୍ନରେ ପ୍ରଦୀପ କହିଥିଲେ। ସେୟା ହୋଇପାରେ ଥାଏ। ଏପରି କି କିଛି ବର୍ଷ ତଳେ ପ୍ରଦୀପ ମାଝିଙ୍କ ନାଁରେ ଏକ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ସଂପର୍କରେ ପ୍ରଦୀପ ମଧ୍ୟ କହିଥିଲେ। ଦେଖନ୍ତୁ ପ୍ରଦୀପ କଣ କହୁଛନ୍ତି...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.